ଆଜି ସମଗ୍ର ଦେଶରେ ପାଳିତ ହେଉଛି ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ
by Argus News
Wed, Oct 02 | 8:03 a.m.

ଅର୍ଗସ ବ୍ୟୁରୋ: ଆଜି ସମଗ୍ର ଦେଶରେ ପାଳିତ ହେଉଛି ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ୧୯୦୪ ମସିହାରେ ଆଜିର ଦିନରେ ଉତ୍ତରପ୍ରଦେଶର ମୁଗଲସରାୟରେ ଜନ୍ମ ଗ୍ରହଣ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ। ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ନିଜର ବିନମ୍ରତା ପାଇଁ ଜଣାଶୁଣା ଲାଲ ବାହାଦୂର ଶାସ୍ତ୍ରୀଙ୍କ କୁଶଳ ନେତ୍ବତ୍ବ ଏବଂ ଜନକଲ୍ୟାଣକାରୀ ବିଚାର ପାଇଁ ସବୁବେଳେ ଦେଶବାସୀଙ୍କସ ମନରେ ରହଛନ୍ତି । ମାତ୍ର ୧୬ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଭାଗ ନେଇ ଭାରତକୁ ସ୍ବାଧୀନତା ଦେବାକୁ ଲଢିଥିଲେ।  

ତାଙ୍କ ପରି ବିନମ୍ରତା ବ୍ୟକ୍ତିଙ୍କ ପରି ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ନାହାନ୍ତି । ଦେଶ ସ୍ବାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେ । ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ଶାସ୍ତ୍ରୀ ଦେଶର କୃଷକ ଏବଂ ଶ୍ରମିକମାନଙ୍କର ନେତା ଭାବରେ ମଧ୍ୟ ଜଣାଶୁଣା । ତାଙ୍କ ସ୍ଲୋଗାନ ‘ଜୟ ଜବାନ ଏବଂ ଜୟ କିଶାନ’ ଆଜି ଦେଶ ପାଇଁ ଅମର ହୋଇ ରହିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସ୍ବଚ୍ଛ ଭାରତ ମିଶନ
32m ago
"ସୁସ୍ଥ ଜୀବନ , ସମୃଦ୍ଧ ଭାରତ ପାଇଁ ସ୍ବଚ୍ଛ ଭାରତ ମିଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ"- ଆଶିଷ କୁମାର ଚୌହାନ
ଅର୍ଗସ ବ୍ୟୁରୋ : 'ସ୍ବଚ୍ଛ ଭାରତ ମିଶନ' ଭାରତର ଏକ ଦଶନ୍ଧି ଆନ୍ଦୋଳନ । ସ୍ବଚ୍ଛତା, ପରିମଳ ଏବଂ ନିରନ୍ତର ଜୀବନଯାପନ ପାଇଁ ଏହି ସ୍ବଚ୍ଛତା ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି । ଦେଶକ
ହେଲିକପ୍ଟର କ୍ରାସ
ପୁଣେରେ ହେଲିକାପ୍ଟର କ୍ରାସ୍, ୩ ଜଣଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ : ପୁଣେରେ ହେଲିକପ୍ଟର କ୍ରାସ । ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଉଡାଣ ଭରିବା ସମୟରେ ଘଟିଥିଲା ଦୁର୍ଘଟଣା । ଅକ୍ସଫୋର୍ଡ ଗଲ୍ଫ କୋର୍
ଭଦ୍ରକ
ଭଦ୍ରକରେ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା
ଭଦ୍ରକ : ଭଦ୍ରକ ଜିଲ୍ଲାରେ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ହଟିଲା 96 ଘଣ୍ଟାର କଟକଣା । ଗତକାଲି ମଧ୍ୟ ରାତ୍ରିରୁ ସ୍ବାଭାବିକ ହୋଇଛି ଇଣ୍ଟରନେଟ ସେବା । ଗତ ଶୁକ୍ରବା