ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ
by Argus News
Thu, Feb 08 | 7:38 a.m.

ଅର୍ଗସ ବ୍ୟୁରୋ : ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ । ଆଗାମୀ ୫ବର୍ଷ ପାଇଁ ପାକିସ୍ତାନ ଗଢ଼ିବ ରାଜନୈତିକ ଭବିଷ୍ୟତ । ଯେଉଁ ସମୟରେ ଦେଶ ଦରଦାମ ବୃଦ୍ଧି, ରାଜନୈତିକ ଅସ୍ଥିରତା ଓ ବିଭିନ୍ନ ଆହ୍ନାନର ମୁକାବିଲା କରୁଛି ସେ ସମୟରେ ସାଧାରଣ ନିର୍ବାଚନ ବଡ ଭୂମିକା ନିର୍ବାହ କରିବ । କାରଣ ଏହି ନିର୍ବାଚନ ହିଁ ପାକିସ୍ତାନର ଭବିଷ୍ୟତ ନିର୍ଦ୍ଦାରଣ କରିବ । ପାକିସ୍ତାନ ମୁସଲିମ ଲିଗ ବା ପି-ଏମ-ଏଲ-ଏନ ମୁଖ୍ୟ ନୱାଜ ସରିଫ ଏଥର କ୍ଷମତାକୁ ଫେରିପାରନ୍ତି । ଚତୁର୍ଥ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି । ପନାମା ପେପର ଲିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କିଛି ବର୍ଷ ବିଦେଶରେ ସେ ରହିଥିଲେ ।

ଅଧିକ ପଢନ୍ତୁ : ପାକିସ୍ତାନରେ ପିଲାଙ୍କ ଜୀବନ ନେଉଛି ନିମୋନିଆ

ଗତବର୍ଷ ପାକିସ୍ତାନ ଫେରିବା ପରେ ଏଥରକ ନିର୍ବାଚନ ରେସରେ ନୱାଜ ସରିଫଙ୍କ ଏଟ୍ରିଂ ହୋଇଛି । ସେହିପରି ପାକିସ୍ତାନ ପିପୁଲ ପାର୍ଟିର ମୁଖ୍ୟ ବିଲାବଲ ଭୁଟୋ ଜର୍ଦାରୀ ଅନ୍ୟତମ ପ୍ରମୁଖ ଦାବିଦାର ଅଟନ୍ତି । ଯଦି ପାକିସ୍ତାନରେ ମେଣ୍ଟ ସରକାର ଗଠନ ହୁଏ ତେବେ ଭୁଟୋଙ୍କ ଦଳ କିଙ୍ଗମେକର ହୋଇପାରେ । ଏପଟେ ଦୁର୍ନୀତି ମାମଲାରେ ଜେଲରେ ସଜା କାଟୁଥିବା ଇମ୍ରାନଙ୍କ ଦଳ ନିର୍ବାଚନରୁ ବାଦ ପଡିଛି ।

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6