ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ
by Argus News
Sat, Jul 20 | 9:40 a.m.

ଭୁବନେଶ୍ୱର: ଆଜି ବିଜେପି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀର ଦ୍ବିତୀୟ ଦିନ ।  ଆଜି ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ । ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା ଆଲୋଚନା ହୋଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କରିବ ଦଳ । ଏହାସହ ଆଗାମୀ ଦିନରେ ଦଳ କେଉଁ କେଉଁ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବ ତାହା ବି ସ୍ଥିର ହେବ । ପ୍ରଥମ ପର୍ଯ୍ୟାୟ ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମାନେ ମୋହନ ସରକାରଙ୍କ ପ୍ରଥମ ମାସର ଉପଲବ୍ଧି ସହ ଦଳର ସଂକଳ୍ପ ପତ୍ର ଉପରେ କର୍ମୀଙ୍କୁ ଅବଗତ କରିବେ । ପରେ ରାଜ୍ୟ ସଭାପତି ଉଦଯାପନି ମନ୍ତ୍ର ଦେବେ ।

ସରକରକୁ ଆସିବା ପରେ ପୁରୀରେ ବସିଛି ବିଜେପିର 2 ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ । ଶାସକ ଦଳରେ କଣ ରହିବ କର୍ମୀଙ୍କ ଭୂମିକା । ବିଜୟର ଶ୍ରେୟ ଦେଲେ ଆଉ କିଛି ଟାସ୍କ ବି ଦେଲେ । 25 ବର୍ଷ କ୍ଷମତାରେ ରହିବାକୁ ମୂଳଦୁଆ ପକାଇଲେ । ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରି କର୍ମୀଙ୍କୁ ଏମିତି ମନ୍ତ୍ର ଦେଇଥିଲେ ବିଜେପି । 

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସରକାର ଗଠନ ପାଇଁ କର୍ମୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । କହିଥିଲେ ଆପଣ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ସରକାରକୁ ଆସିଛି । ସେଥିପାଇଁ ଏ ବିଜୟର ଶ୍ରେୟ ପ୍ରତି କର୍ମକର୍ତ୍ତାଙ୍କୁ ଯିବ । ଆଉ ସରକାରକୁ ଆସିବା ପରେ ଦାୟିତ୍ୱ ବଢିଛି । ସରକାର ଏବଂ ମନ୍ତ୍ରୀ ମାନେ କର୍ମକର୍ତ୍ତାଙ୍କ ପାଖରେ ଉତ୍ତରଦାୟୀ ରହିବେ । କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କ ପାଖେ ଉତ୍ତରଦାୟୀ ରହିବେ । ତେଣୁ ଆଗାମୀ ଦିନରେ ସରକାରଙ୍କ କାମ ଲୋକଙ୍କୁ ପାଖକୁ ନେଇ ଯିବାକୁ କହିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହାସହ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା ସେ ସବୁ ପୂରଣ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ନଡ୍ଡା ।

କାର୍ଯ୍ୟକାରିଣୀରେ 25 ବର୍ଷର ରୋଡ଼ ମ୍ୟାପ ପ୍ରସ୍ତୁତ କରିଛି ଦଳ
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା