ଅର୍ଗସ ବ୍ୟୁରୋ : ପୁରୀ ସହରରେ ଘନ କୁହୁଡ଼ିର ଆସ୍ତରଣ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବାକୁ ହଜାରହଜାର ହବିଷ୍ୟାଳିଙ୍କ ସକାଳୁ ସକାଳୁ ଭିଡ଼ । ଏହାରି ଭିତରେ ଆଜି ପୁରୀରେ ପ୍ରଥମ କୁହୁଡିର ଅନୁଭବ ହୋଇଛି।
ଅଧିକ ପଢନ୍ତୁ : ପବିତ୍ର ଦୀପାବଳି; ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼
କୁହୁଡିର ପ୍ରଥମ ସ୍ପର୍ଶରେ ଶ୍ରୀମନ୍ଦିର ନୀଳଚକ୍ର ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନାହାନ୍ତି। କୁହୁଡିର ଚାଦରରେ ଘୋଡେଇ ହୋଇଛି ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ନୀଳଚକ୍ର। ଆଜିଠାରୁ ମଧ୍ୟ ଶୀତର ପ୍ରଥମ ଅନୁଭୂତି ପୁରୀରେ ଦେଖିବାକୁ ମିଳିଛି।