ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା
by Argus News
Fri, Jun 21 | 7:49 p.m.

ପୁରୀ: ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସେଥିପାଇଁ ସଜେଇ ହୋଇଛି ସ୍ନାନବେଦୀ। ଅପେକ୍ଷା କରିଛି ମହାପ୍ରଭୁଙ୍କ ଆଗମନକୁ । ଆଉ କେଇ ଘଣ୍ଟା ପରେ ଚତୁର୍ଦ୍ଧାବିଗ୍ରହ ରତ୍ନବେଦୀରୁ ସ୍ନାନବେଦୀକୁ ଓଲ୍ହାଇ ଆସିବେ । ଅନ୍ୟପଟେ ଆସନ୍ତାକାଲି ପହଣ୍ଡି ପାଇଁ ରତ୍ନସିଂହାସନ ତଳେ ଚାରମାଳ ବନ୍ଧାଯିବା ସହ ଦଇତାପତି ସେବାୟତଙ୍କ ଦ୍ଵାରା ସେନାପଟା ଲାଗି କରାଯାଇଛି। ସେପଟେ ଭକ୍ତମୟ ପରିବେଶରେ ସ୍ନାନଯାତ୍ରା ହେବାକୁ ଯାଉଥିବାରୁ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି । ଭକ୍ତଙ୍କ ସୁରକ୍ଷା,ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ସ୍ଥିତିର ଆଜି ସମୀକ୍ଷା କରିଛି ପୋଲିସ ।

 ରାତି ପାହିଲେ ସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିବେ ଚତୁର୍ଦ୍ଧାବିଗ୍ରହ । ଭାଇ ଭଉଣୀଙ୍କ ସହ ସ୍ନାନବେଦୀରେ 108 ଗରା ସୁବାସିତ ଜଳରେ ପ୍ରତକ୍ଷ୍ୟ ସ୍ନାନ କରିବେ ଶ୍ରୀଜିଉ । ପରେ ହାତୀବେଶରେ ଭକ୍ତଙ୍କୁ ଦେବେ ଦର୍ଶନ । ମହାପ୍ରଭୁଙ୍କ ଏ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲାଗିବ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଉଛି। 68 ପ୍ଲାଟୁନ ପୋଲିସ ଫୋର୍ସ ସହରରେ ମୁତୟନ ହେବେ। ଅନ୍ୟପଟେ ସ୍ନାନଯାତ୍ରାରେ କିଭଳି ମହାପ୍ରଭୁଙ୍କ ନୀତିକାନ୍ତକୁ ଶୃଙ୍ଖଳିତ କରାଯିବ ସେନେଇ ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଭୋର 4ଟା30ରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ  ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନବେଦୀ ଉପରକୁ ବିଜେ କରାଯିବ । 5 ଟାରୁ ପହଣ୍ଡି ଆରମ୍ଭ ହୋଇ ସକାଳ 7ଟା ସୁଦ୍ଧା  ଶେଷ ହେବା ପରେ ମଙ୍ଗଳଆଳତୀ, ମଇଲମ, ତଡପଲାଗି, ଅଧରପୋଛା ଓ ଅନ୍ୟାନ୍ୟ ନୀତି କରାଯିବ ।

ମଧ୍ୟାହ୍ନ 12ଟା20ରୁ ଗୋଟଏ 45 ମଧ୍ୟରେ ଜଳଲାଗି ନୀତି  ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଛେରାପହଁରା ନୀତି ବଢିବା ପରେ ଦିନ 3ଟା40 ମଧ୍ୟରେ ହାତୀବେଶ କରାଯାଇ ଭୋଗ ଅନୁଷ୍ଠିତ ହେବ ।  ଦୁର୍ଲଭ ହାତୀବେଶକୁ ସ୍ନାନମଣ୍ଡପର ଅତି ନିକଟରୁ ସଂଧ୍ୟା 7ଟା30 ରୁ 10ଟା30,  3ଘଣ୍ଟା ଯାଏଁ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ରାତି 11ଟାରେ ହାତୀବେଶ ମଇଲମ କରାଯାଇ ରାତି 11.30ରୁ 2ଟା ମଧ୍ୟରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ ।  108 ଗରା ଜଳରେ ଦିବ୍ୟସ୍ନାନ କରି ଜ୍ବରରେ ପଡ଼ିବେ ମହାପ୍ରଭୁ । ଆଉ ଘନ ଅନ୍ଧକାର କୋଠରୀ ଭିତରେ ମହାପ୍ରଭୁଙ୍କ ଜ୍ୱର ଉପଶମ ପାଇଁ ଦଇତାପତି ସେବାୟତ ଆରମ୍ଭ କରିବେ ଗୁପ୍ତସେବା । ଚଳିତବର୍ଷ 13 ଦିନ ଅଣସର ପଡୁଥିବା ବେଳେ ଆସନ୍ତାକାଲିଠାରୁ ଚତୁର୍ଦ୍ଧାବିଗ୍ରହଙ୍କ ସ୍ଥାନରେ ପୂଜା ପାଇବେ ପଟିଦିଁଅ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

CM
now
୯ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ବିଭିନ୍ନ ଜିଲ୍ଲାର ସଚିବ ମାନଙ୍କ ସହ ବାତ୍ୟା ସ୍ଥିତି ସମୀକ୍ଷା
ଅର୍ଗସ ବ୍ୟୁରୋ: ମଧ୍ୟାହ୍ନ ରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୯ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ବିଭିନ୍ନ ଜିଲ୍ଲାର ସଚିବ ମାନଙ୍କ ସହ ବାତ୍ୟ
CYCLONE
8m ago
ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍ତ ଅପଡେଟ୍‌...
ଅର୍ଗସ ବ୍ୟୁରୋ: ପାଖଉଛି ବାତ୍ୟା ବଢ଼ାଉଛି ଭୟ। ସମୁଦ୍ରରେ ବଳ ଗୋଟାଇ ଉପକୂଳ ମୁହାଁ ଭୀଷଣ ବାତ୍ୟା 'ଦାନା' । ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍
CYCLONE
10m ago
ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି 'ଦାନା'
ଅର୍ଗସ ବ୍ୟୁରୋ: ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ । ଆତଙ୍କିତ ଅବସ୍ଥାର