ରୂପାନ୍ତରିତ ବିଦ୍ୟାଳୟର ବିକଳ ଚିତ୍ର: ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
by Argus News
Sat, Dec 09 | 5:00 p.m.


ଅର୍ଗସ ବ୍ୟୁରୋ: ଚାନ୍ଦବାଲି ବ୍ଲକରେ ଗଛମୂଳେ ପାଠ ପଢ଼ିବା ଦୃଶ୍ୟ କିଛିଦିନ ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ପୁଣି ଏକ ବିଦ୍ୟାଳୟରେ ଧାନ ଗୋଦାମରେ ପାଠ ପଢା ଦୃଶ୍ୟ ଏବେ ଚର୍ଚ୍ଚା ଜୋର ଧରିଛି। ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଦ୍ୟାଳୟ ଗୁଡ଼ିକୁ ୫-ଟି ରେ ସାମିଲ କରି  ରୂପାନ୍ତରିତ କରାଯାଉଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁନ୍ଦର ପରିବେଶ ସାଙ୍ଗକୁ ଉନ୍ନତ ପ୍ରଣାଳୀର ଶ୍ରେଣୀ ଗୃହ ଯୋଗାଇ ଦିଆଯାଉଛି। ହେଲେ ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ମହାମୁନି ଦୟାନିଧି ପରମହଂସ ବାଳିକା ଉଚ୍ଚ ବିଦ୍ୟାଳୟର ଦୟନୀୟ ସ୍ଥିତି ଆପଣଙ୍କୁ ବ୍ୟଥିତ କରିବ। ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ନିକଟସ୍ଥ ଏକ ଧାନ ଗୋଦାମ ଘରେ ତଳେ ବସି ତିନୋଟି ଶ୍ରେଣୀର ବାଳିକା ମାନେ ପାଠ ପଢୁଥିବା ଦୃଶ୍ୟ ଶିକ୍ଷା ବିଭାଗର କରୁଣ ଚିତ୍ର ପଦାରେ ପକାଇଛି।

୧୯୯୫ ମସିହାରୁ ସ୍ଥାପିତ ଉକ୍ତ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ୨୫ ଜଣ, ନବମ ଶ୍ରେଣୀରେ ୪୦ ଜଣ ଓ ଦଶମ ଶ୍ରେଣୀରେ ୩୬ ଜଣ ବାଳିକା ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ତିନି ଜଣ ଶିକ୍ଷକ ଓ ପାଞ୍ଚ ଜଣ ଶିକ୍ଷୟତ୍ରୀ ସମେତ କର୍ମଚାରୀ ଚାରି ଜଣ ରହିଛନ୍ତି।

ବିଦ୍ୟାଳୟ ରୂପାନ୍ତରିତ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ 'ମୋ ସ୍କୁଲ୍' ଯୋଜନାରେ ୪୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ଏବେ 'ଆମ ଓଡ଼ିଶା - ନବୀନ ଓଡ଼ିଶା ' ଯୋଜନାରେ ୨.୫ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ପୂର୍ବରୁ ବିଦ୍ୟାଳୟରେ ମାତ୍ର ଦୁଇ ଗୋଟି ଶ୍ରେଣୀ ଗୃହ ରହିଥିବା ବେଳେ ନୂତନ ଭାବେ ଅତିରିକ୍ତ ଗୋଟିଏ ଶ୍ରେଣୀ ଗୃହ ନିର୍ମାଣ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟରେ ଉକ୍ତ ବିଦ୍ୟାଳୟ ୫-ଟି ରେ ସାମିଲ ହେବା ପରେ ଏବେ ଦୁଇ ଶ୍ରେଣୀ ଗୃହ ରୂପାନ୍ତରିତ ଚାଲୁରହିଛି। ଫଳରେ ବିଦ୍ୟାଳୟରେ ଶ୍ରେଣୀ ଗୃହ ଆଦୌ ନାହିଁ। ଫଳରେ ପାଞ୍ଚ ମାସ ହେବ ପାଠ ପଢା ଏଣେତେଣେ ବେସରକାରୀ ଘରେ ଚାଲୁରହିଛି।

ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ବେସରକାରୀ ଘରେ ପାଠପଢା ଚାଲୁ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ପାଇଁ ଘର ମାଲିକ ମନା କରିଦେଲେ। ଏବେ ନିକଟସ୍ଥ ଏକ ଧାନ ଗୋଦାମ ଘରେ ଧାନ ମହଜୁଦ ଥାଇ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ପାଠପଢା ଚାଲୁ ରହିଛି। ଯାହାକି ଶିକ୍ଷାବିତ୍ ତଥା ଅଭିଭାବକ ମାନଙ୍କୁ ଆନ୍ଦୋଳିତ କରିଛି। ଅନ୍ୟପଟେ ରୂପାନ୍ତରିତ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସମିତି ସଭ୍ୟ ଅଭୟ ବଳ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ରାଜ୍ୟରେ ଲାଗୁ ହେବ
27m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର