ହଜିଗଲା କି ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା
by Argus News
Thu, Nov 16 | 6:18 p.m.

ଅର୍ଗସ ବ୍ୟୁରୋ:  କେଉଁଠି ହଜିଗଲା ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା।ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଡିକିଲି ଗାଁ ରେ ପହଞ୍ଚିପାରିବ କି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା।କାରଣ ଏଠି 25 ବର୍ଷର ସ୍ଥିର ସରକାରକୁ  ନିରୀହ ଆଦିବାସୀ ଗାଁ ର ପ୍ରଶ୍ନ।ହେ 25ବର୍ଷର ସ୍ଥିର ବିଜେଡି ସରକାର।ଆମେ ତ ଆପଣଙ୍କୁ ଭୋଟ ଦେଲୁ।ଆପଣ 5ଥର ସରକାର ଗଢିଲେ।ଭୋଟ ବେଳେ ଆପଣ ଗାଁ କୁ ଆସି ବାରମ୍ବାର ଆମକୁ ପ୍ରତିଶୃତି ଦେଲେ।କିନ୍ତୁ କି ଦୋଷ କରିଛୁ ଆମେ?କାହିଁକି ଆମେ ଏତେ ଅଵହେଳିତ?ଆମେ ଆପଣଙ୍କ ବିଜେଡି ସରକାରଙ୍କୁ ଭୋଟ ଦେଇ 5ଥର ଗାଦିରେ ବସାଇବା ଟା ଭୁଲ କି?ଆଜି ଏମିତି କିଛି ପ୍ରଶ୍ନ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକର ଡିକିଳି ଗାଁର ଆଦିବାସୀ ନିରୀହ ଲୋକେ।କାରଣ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏହି ଗାଁ କୁ ଦେଖିଲେ ଲାଗୁଛି।ସତେ ଯେମିତି ସରକାର ଗୋଟିଏ ବିକାଶର ଗାଥା ଗାଉଥିବା ବେଳେ ଅନ୍ୟପଟେ ପୁରା ଗାଁ ର କଟୁଛି ଦୁର୍ବିସହ ଜୀବନ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜମ-ଗଜପତି ସୀମାନ୍ତ ରେ ଥିବା ଦିଗପହଣ୍ଡି ବ୍ଲକ ଡିକିଳି ଗାଁ।ପାହାଡ଼ି,ଜଙ୍ଗଲ ମଧ୍ୟରେ ଗାଁକୁ ଖଣ୍ଡିଏ ରାସ୍ତା ଅଛି।ବାସ୍ ରାସ୍ତା ପରେ ବାକି ବିକାଶ ଏଠି ସରକାରଙ୍କ ଖାତା ଖତିୟାନ ରେ।ଗାଁ ରେ ସୋଲାର ଲାଗିଛି କିନ୍ତୁ ସୋଲାର ଅଚଳ।ସ୍ଥାୟୀ ବିଦ୍ୟୁତ ସଂଯୋଗ ହୋଇନି।ପିଇବା ପାଣି କହିଲେ ଗୋଟିଏ ନଳକୂପ।ସେହି ନଳକୂପରେ ଖରାପ ପାଣି ଆସୁଛି ତ ଆଉ କେତେବେଳେ ପାଣିର ଅଭାବ ରହୁଛି।ବାଧ୍ୟ ହୋଇ ନଦୀ ନାଳ କୁ ନିର୍ଭର କରୁଛନ୍ତି ଲୋକେ।ଏମିତିକି ସ୍ୱାସ୍ଥ୍ୟ ଶଙ୍କଟ ଦେଖାଗଲା 15କିଲୋମିଟର ଆଣିଲେ ଦିଗପହଣ୍ଡିରେ ଡାକ୍ତର ଦେଖିବେ ରୋଗୀ।

ବଡ଼କଥା ଆଜି ପର୍ଯ୍ୟନ୍ତ କୌଣସି ମଧ୍ୟ ସରକାରୀ ଅଧିକାରୀ କିମ୍ବା MLA ଏବଂ ମନ୍ତ୍ରୀଙ୍କ ଗାଁ କୁ ପାଦ ମଧ୍ୟ ପଡିନି।30ରୁ 35 ପରିବାର ରହୁଥିବା ପୁରା ଗାଁ କେବଳ ମକା ଚାଷ ଉପରେ ନିର୍ଭର କରୁଥିଲେ ସୁଧା ଚଳିତ ବର୍ଷ ବର୍ଷା ଅଭାବରୁ ମକାଚାଷ ପୋଡି ନଷ୍ଟ ହୋଇଯାଇଛି।ଯାହା ବି ଉତ୍ପାଦନ ହେଉଛି ତାହା ଆୟ,ବ୍ୟୟ ତୁଳନାରେ ଆକାଶ-ପାତାଳ ଫରକ।ଚାଳ,ଛପର କୁଡ଼ିଆ ଭିତରେ ଦୁର୍ବିସହ ଜୀବନ କାଟୁଛନ୍ତି ଏହି ନିରୀହ ଆଦିବାସୀ।ଏମିତିକି ଏଭଳି ଆଦିବାସୀ ଗାଁର ଚିତ୍ର ଗ୍ରାଉଣ୍ଡ ଜ଼ୀରୋ କୁ ଯାଇ ସ୍ଥିତି ପରଖିଛି ବିଜେପି।ଗାଁ ଲୋକଙ୍କ ସହ ଆଲୋଚନା ପରେ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ ଘେରିଛନ୍ତି  ରାଜ୍ୟ ସରକାରଙ୍କୁ।

ଆମ ଗାଁ ଆମ ବିକାଶ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଭଳି ଯୋଜନା ସହ ସରକାରଙ୍କ ପାରିବାପଣିଆ  ଉପରେ ପ୍ରଶ୍ନ କରିଛି ବିଜେପି।ଯଦି ଆଗାମୀ ଦିନରେ ଗାଁ କୁ ପ୍ରଶାସନ ନ ଆସେ।କିମ୍ବା ସମସ୍ୟା ପାଇଁ କୌଣସି ପଦକ୍ଷେପ ନ ନିଆଯାଏ।ତେବେ ଆଦିବାସୀ ଗାଁ ଉଠିଛି ଯିବ ଅଧିକାରୀଙ୍କ କାର୍ଯ୍ୟାଳୟ ପାଖକୁ ବୋଲି ଚେତାବନୀ ଦେଇଛି ବିଜେପି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ