ସ୍କୁଟିକୁ ଧକ୍କା ଦେଲା ଟ୍ରକ: ୨ ମୃତ
by Argus News
Tue, Sep 24 | 8:56 p.m.

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଓଭରବ୍ରିଜ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ୪୯ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଓଭରବ୍ରିଜ ନିକଟରେ ଟ୍ରକ ସହ ସ୍କୁଟି ଧକ୍କା ହୋଇଛି। ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ। 

ମୃତକ ମାନେ ଚନ୍ଦନପୁର ଗ୍ରାମର ବୋଲି ଜଣାପଡିଛି। ସେପଟେ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକଟି ଝାରପୋଖରିଆ ଥାନା ଆଡୁ ଦ୍ବାରଶୁଣି ଘାଟିକୁ ଯାଉଥିବା ବେଳେ ସ୍କୁଟି ସହ ଦୁର୍ଘଟଣା ଘଟିଛି। 

ସ୍କୁଟିଟି ଉପରେ ଟ୍ରକ ଚାପି ଯାଇ ୩୦ଫୁଟ ଦୂରକୁ ଘୋଷାଡି ନେଇଥିବା ସୂଚନା ମିଳିଛି। ମୃତ ଦୁଇ ଯୁବକ ହେଲେ ଚନ୍ଦନପୁର ଗ୍ରାମର ବାବୁଲୁ ବେହେରା ଓ ରବି ବେହେରା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଟ୍ରକ୍‌କୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବିଲୁଆ
8m ago
ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ୱ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧିନସ୍ଥ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗ୍ରାମରେ ବିଲୁଆ ଆକ୍ରମଣରେ ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସକାଳେ ଏଭଳି ଘଟଣ
ଆସୁଛନ୍ତି ନଡ୍ଡା
10m ago
ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ରାଜ୍ୟ ପଦାଧିକାରୀ
ଜାହାଜ କାରଖାନା
13m ago
୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ହେବ ଜାହାଜ କାରଖାନା
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ତିଆରି ହେବ ଜାହାଜ । ଭଦ୍ରକ ଜିଲ୍ଲାରେ ‌ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍‌ ୯୩୪.୫