ଭଦ୍ରକ ସହରରେ 2 RAF ସହ 12 ପ୍ଲାଟୁନ୍ ଫୋର୍ସ ମୁତୟନ 
by Argus News
Sat, Sep 28 | 6:49 p.m.

ଭଦ୍ରକ: ଭଦ୍ରକ ହିଂସା ନେଇ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କଲା ପୋଲିସ । ଭଦ୍ରକ ସହରରେ 2 RAF ସହ 12 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଧାମନଗରରେ 6 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ ଜାରି ରହିଛି । କୌଣସି ଅପ୍ରୀତିକର ସ୍ଥିତି ନ ଉପୁଜିବା ପାଇଁ ପୋଲିସ ସଜାଗ ରହିଛି । 

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା । ସ୍ଥିତି ଅଶାନ୍ତ ଥିବାରୁ ପୁରୁଣା ବଜାରରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ 163 ଧାରା ଜାରି ରହିବ। ଘଟଣାରେ ଅଟକ 9 ଜଣ ଅଭିଯୁକ୍ତଙ୍କୁ ମେଡିକାଲ ଟେଷ୍ଟ ପାଇଁ ଆଣିଛି ପୁରୁଣା ବଜାର ପୋଲିସ । ଭଦ୍ରକ ଜିଲ୍ଲାରେ 48 ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ରାତିରେ ଫ୍ଲାଗ୍ ମାର୍ଚ୍ଚ କରିଛି ପୋଲିସ୍ । ଭଦ୍ରକ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଆଜି ବସିପାରେ ଶାନ୍ତି କମିଟି ବୈଠକ । 

 ପୋଲିସ ଉପରେ ଆକ୍ରମଣ ପରେ ପୁରୁଣା ବଜାର ଥାନାରେ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର । ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ ନ କରିବାକୁ ନିବେଦନ କରିଛନ୍ତି ଡିଆଇଜି ।

ଆହୁରି ପଢନ୍ତୁ  ଓଡିଶା ଖବର...
 

ବିଜେଡି
13m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ