ଦେଢ଼ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ଗିରଫ
by Argus News
Thu, Sep 12 | 4:27 p.m.

କଟକ  : ଦେଢ଼ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ଗିରଫ।  କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଗୋପୀନାଥପୁର ଟି ସେତୁ ନିକଟରେ ଏକ ଗଂଜେଇ ବୋଝେଇ ଇନୋଭା ଗାଡିକୁ ବଡମ୍ବା ପୋଲିସ ଅଟକାଇବା ସମୟରେ ଗାଡି ଟି ଦ୍ରୁତ ଗତିରେ ପଳାଇଯାଇଥିଲା। ଫଳରେ ପୋଲିସ ତାକୁ ପିଛା କରି ମାନପୁର ନିକଟରେ ଉକ୍ତ ଗାଡିଟିକୁ ଧରିବାରେ ସକ୍ଷମ ହୋଇଥିଲେ। ଧରାପଡିବା ସମୟରେ ଉକ୍ତ ଗାଡ଼ିରୁ ଦେଢ଼ କୁଇଣ୍ଟାଲ ଗଂଜେଇ ଜବତ କରିବା ସହ ଦୁଇଜଣ ଙ୍କୁ ଗିରଫ କରାଯାଇଥିଲା।

ତା ସହିତ ଏକ ମୋବାଇଲ ଫୋନ ଓ ୧୪୦୦ଶହ ଟଙ୍କା ମଧ୍ୟ ଜବତ କରାଯାଇଥିଲା। ଗିରଫ ହୋଇଥିବା ଗଂଜେଇ ବେପାରୀ ଦୁଇଜଣ ହେଲେ ପ୍ରଦୀପ ବେହେରା ଓ ଟୁନ ବେହେରା॥  ଉଭୟଙ୍କ ଘର ଆଠଗଡ ସହରରେ ବୋଲି ଜଣା ପଡିଛି।  ଜବତ ହୋଇଥିବା ଇନୋଭା ଗାଡିର ମାଲିକ କିଏ ତାହା ତଦନ୍ତ ଚାଲିଛି। ଗଂଜେଇର ଆନୁମାନିକ ମୂଲ୍ୟ ୭ଲକ୍ଷ ୩୦ହଜାରରୁ ଉର୍ଦ୍ଧ ହେବ ବୋଲି ଆଇ ଆଇ ସି ଶିବ ପ୍ରସାଦ ଭଦ୍ରା ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି। ଆଜି ଦୁଇଜଣ ଗଂଜେଇ ମାଫିଆ ଙ୍କୁ କୋର୍ଟ ଚାଲାଣ କରାଯାଇଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ବାଲେଶ୍ବର ବନ୍ୟା
27m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
58m ago
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ