ବଜ୍ରପାତ ଘଟି ଦୁଇ ବାଇକ ଆରୋହୀ ଗୁରୁତର 
by Argus News
Sun, Jun 23 | 7:11 p.m.

କେନ୍ଦ୍ରାପଡା: ବଜ୍ରପାତ ଘଟି ଦୁଇ ବାଇକ ଆରୋହୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି l ପଙ୍କି ଗାଁ ର ବିଭୁତି ବିଶ୍ୱାଳ (୩୨) ଓ ଦାମୋଦର ମଲ୍ଲିକ (୫୫) ଦୁଇ ଜଣ ଏକ ବାଇକରେ କେନ୍ଦୁସାହି ଦେଇ ଓଳାଭର ଆସୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ସେମାନେ ଏକ ଆମ୍ବଗଛ ମୂଳେ  ଆଶ୍ରୟ ନେଇଥିଲେ l ସେହି ସମୟରେ ହଠାତ ବଜ୍ରପାତ ହେବାରୁ ଉଭୟ ଛିଟିକି ପଡ଼ିଥିଲେ l ବଜ୍ରପାତ ର ମାଡ଼ରେ ବିଭୁତି ଙ୍କ ଛାତିରେ ମାଡ଼ ହୋଇଥିଲା l

ବେହୋସ ଅବସ୍ଥାରେ ଥିବା ଦୁଇ ଜଣକୁ ଉଦ୍ଧାର କରାଯାଇ ରାଜକନିକା ମେଡ଼ିକାଲରେ ଭର୍ତ୍ତି କରାଯିବା ପରେ ଦାମୋଦର ସୁସ୍ଥ ହୋଇ ଘରକୁ ଫେରିଛନ୍ତି l ଗୁରୁତର ଥିବା ବିଭୂତି ଚିକିତ୍ସିତ ହେଉଥିବା ବେଳେ ଏହି ଘଟଣା ଅନ୍ୟା ବାଇକ ଆରୋହୀଙ୍କ ଭିତରେ ଛନକା ଖେଳାଇ ଦେଇଛି। ରାଜକନିକା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ବିଭୁତିଙ୍କ ଚିକିତ୍ସା ଚାଲୁ ରହିଛି ଆବଶ୍ୟକ ପଡିଲେ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯିବ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଉଚ୍ଚ ଜୁଆର
3m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
6m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ