ସୁପର ସଣ୍ଡେରେ ହେବ ସୁପରଫାଇଟ୍
by Argus News
Sun, Nov 19 | 12:16 p.m.

ଅର୍ଗସ ବ୍ୟୁରୋ: ଇଣ୍ଡିଆ...ଇଣ୍ଡିଆ..ଇଣ୍ଡିଆ । ସବୁଠି କ୍ରିକେଟ୍ ଫିଭର୍ । କିଏ ମାରିବ ବାଜି । ଭାରତ ନା ଅଷ୍ଟ୍ରେଲିଆ । 20 ବର୍ଷ ପରେ ଫାଇନାଲ୍ ରେ ମୁହାଁମୁହିଁ ଭାରତ ଓ ଅଷ୍ଟ୍ରେଲିଆ । ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ । ମ୍ୟାଚ୍ ପୂର୍ବରୁ ଏୟାର ସୋ କରିବ ବାୟୁ ସେନା । ଯାହାକୁ ନେଇ ଫ୍ୟାନ୍ସଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ ନରେନ୍ଦ୍ର ମୋଦି ଷ୍ଟାଡିୟମ ବାହାରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି । 

 

ସେପଟେ ବିଜୟ ପାଇଁ ସବୁଠି ଚାଲିଛି ପୂଜାର୍ଚ୍ଚନା । ସେଲିବ୍ରେସନ ପାଇଁ ଆଗୁଆ ପ୍ରସ୍ତୁତି ହୋଇସାରିଛି । କେକ୍ କିଣି ସେଲିବ୍ରେସନ କରିବାକୁ ସମସ୍ତେ ପ୍ରସ୍ତୁତ । ସ୍ଥାନୀୟ ଦୋକାନ ଗୁଡ଼ିକରେ ଭିକ୍ଟ୍ରି କେକ୍ ନେବାକୁ ଫ୍ୟାନଙ୍କ ଭିଡ଼ ବଢୁଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ବାୟୁ ସେନା ପକ୍ଷରୁ ସେଠାରେ ଏକ ଏୟାର ଶୋ’ କରାଯିବ । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ 10 ମିନିଟ୍ ପାଇଁ ଏହି ଏୟାର ଶୋ’ର ଆୟୋଜନ କରାଯିବ ।

ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍‌ର 9ଟି ବିମାନ ଆକାଶରେ ଦେଖାଇବେ ରଣକୌଶଳ । ଏନେଇ ଗୁଜରାଟ ପାଇଁ ନିୟୋଜିତ ପ୍ରତିରକ୍ଷା ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି । ବିଶ୍ବକପ ଫାଇନାଲରେ ବାୟୁବୀରଙ୍କ ଏୟାର ଶୋ ସହ ବଲିଉଡ୍ ଏବଂ ହଲିଉଡ୍ ପପ୍ ସିଙ୍ଗରଙ୍କ ସଂଗୀତରେ ଝୁମିବେ ଦର୍ଶକ ।

ଟିମ୍ ଇଣ୍ଡିଆର ବିଜୟ ପାଇଁ ସୁରେଶ୍ୱରୀ ମନ୍ଦିରରେ ଦୀପ ଦାନ
 

MODI
now
ମହାରଣା ପ୍ରତାପ ଜୟନ୍ତୀରେ ଦେଶକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦି ମହାରାଣା ପ୍ରତାପଙ୍କ ଜନ୍ମ ଜୟନ୍ତୀରେ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ଆସନ୍ତୁ ଆପଣଙ୍କୁ କହିବୁ ଯେ କିପରି ମହାରଣା ପ୍ରତାପ ଭାରତର
CASH SEIZED
16m ago
ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାରେ ଚଢାଉ, ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା
ଅର୍ଗସ ବ୍ୟୁରୋ : ନିର୍ବାଚନ ବେଳେ ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାରେ ଚଢଉ ବେଳେ ୮ କୋଟି ଟଙ୍କା ମିଳିଛି । ଟଙ୍କା ଗୁଡିକ ପାଇପ୍ ବୋଝେଇ ଗାଡିରେ ହାଇଦ୍ରବାଦରୁ ଗୁଣ୍ଟୁର ନିଆଯାଉଥିଲା ।
ବାସୁଦେବପୁର
52m ago
ସକାଳ 8ଟା ସୁଦ୍ଧା ସବୁ ସରକାରୀ ଅଫିସରେ ଝୁଲୁଛି ତାଲା
ଭଦ୍ରକ: ସରକାରୀ ନିୟମକୁ ମାନୁ ନାହାନ୍ତି ସରକାରୀ ବାବୁ । ସକାଳ 8ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଝୁଲୁଛି ତାଲା । ବାସୁଦେବପୁର ବ୍ଲକ ଗ୍ରାମପଞ୍ଚାୟତ ବିଭାଗ