ଆଜିର ମଣିଷ ଠାରୁ ଢେର୍ ଆଗରେ ଏହି ଦୁଇ କୁକୁର...
by Argus News
Sat, Sep 28 | 6:52 p.m.

ଅର୍ଗସ ବ୍ୟୁରୋ: ଗାଡି ପଛେ ପଛେ କୁକୁର...ଆପଣ ଏହାକୁ ଦେଖିଲେ ଭାବୁଥିବେ ବୋଧ ହୁଏ ଏହି କୁକୁରଟି ଗାଡିକୁ ଗୋଡାଉଛି । ସାଧାରଣତଃ କୁକୁରମାନଙ୍କର ଗାଡି ପଛେ ପଛେ ଗୋଡାଇବାର ଗୋଟେ ଅଭ୍ୟାସ । ହେଲେ ୟାକୁ ଟିକେ ଦେଖନ୍ତୁ । ଟିକେ ଯାଉଛି ଟିକେ ରହୁଛି । ଏ ହେଉଛି ଏମାନଙ୍କ ଭଲପାଇବା । ମାଲିକ ଯୁଆଡେ ଏମାନେ ବି ସିଆଡେ...ଏ ସମ୍ପର୍କ ସ୍ନେହର, ପ୍ରେମର, ବିଶ୍ୱାସର । ମାଲିକ ଦାନା ଖାଇଛନ୍ତି ଯେହେତୁ ମାଲିକକୁ ସୁରକ୍ଷା ଦେବେ...ମାଲିକ ପଛେ ପଛେ ବୁଲିବେ । ନିଷ୍ପତ୍ତି ନେଇଛନ୍ତି ଏମାନେ ।  

ମଣିଷ ହୁଅନ୍ତୁ କି ପଶୁପକ୍ଷୀ ସମସ୍ତେ ସେଥିରେ ବନ୍ଧା । ହେଲେ ଅନେକ ସମୟରେ ମଣିଷମାନେ ଭୁଲିଯାଆନ୍ତି ଉପକାର, ସ୍ନେହ ଆଦର । କିନ୍ତୁ ମୁହଁରେ ଭଲପାଏ ବୋଲି କହି ପାରୁ ନ ଥିବା ପଶୁପକ୍ଷୀ କିନ୍ତୁ ବେଶ୍‌ ବୁଝନ୍ତି ଭଲପାଇବାର ଭାଷା । ତାଙ୍କୁ ଟିକିଏ ଯିଏ ସ୍ନେହରେ ଆଉଁଶି ଦିଏ ସେମାନେ ପୂରା ତା’ର ହୋଇଯାଆନ୍ତି । ତାକୁ ପୋଷିଥିବା ମଣିଷ ଉପରକୁ କିଛି ବି ବିପଦ ଆସିଲେ ତାକୁ ନିଜ ଉପରକୁ ନେଇଯାଆନ୍ତି । ସୁଖ ଦୁଃଖରେ ସମଭାଗୀ ଏହି ନିରୀହ ଜୀବମାନେ ସମୟ ଆସିଲେ ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ । 

ଠିକ୍‌ ସେମିତି ଅନେକ ମଣିଷ ଅଛନ୍ତି, ଯାହାଙ୍କ ପାଇଁ ନିଜ ପୋଷା ପ୍ରାଣୀ ଜୀବନ ପାଲଟିଯାଇଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ଗ୍ରାମର ଗୋଲଖ ନାୟକଙ୍କ ଏମାନେ ହେଲେ ଜୀବନ । ଘରେ ରଖିଛନ୍ତି 6ଟି କୁକୁର । ସମସ୍ତେ ବୋଲ ମାନନ୍ତି । ଡାକିଦେଲେ ଓ କରନ୍ତି ଏମାନେ । ଯାହା ସେ ଖାଆନ୍ତି ସେମାନେ ମଧ୍ୟ ସେଇଆ ଖାଆନ୍ତି । ଦିନକୁ ପ୍ରତି କୁକୁର ପିଛା 50 ଟଙ୍କା ଖର୍ଚ୍ଚ ହୁଏ । 

ଗୋଲଖଙ୍କ ନୀତି ଦିନିଆ ବ୍ୟବସାୟ କହିଲେ କ୍ଷୀର ବିକ୍ରୀ କରିବା ।  ଯେତେବେଳେ ସେ କ୍ଷୀର ବିକ୍ରି କରିବାକୁ ବାହାରି ପଡନ୍ତି ଏମାନେ ମଧ୍ୟ ତାଙ୍କ ସହ ବାହାରିଯାଆନ୍ତି । ତାଙ୍କୁ ସୁରକ୍ଷା ଦିଅନ୍ତି । କେଉଁଠି ରହିଗଲେ ମାଲିକ ଡାକ ଦେଲେ ସେମାନେ ଧାଇଁ ଆସନ୍ତି । 

ଆଜିର ମଣିଷ ଠାରୁ ଢେର୍ ଆଗରେ ଏହି ଦୁଇ କୁକୁର । ମଣିଷ ପରି ଏମାନେ ସ୍ୱାର୍ଥପର ନୁହଁନ୍ତି । ଏମାନେ ବିବେକି । ମାଲିକର କେବଳ ବୋଲ ମାନନ୍ତି ନାହିଁ । ମାଲିକ ପଛେ ପଛେ ସେ ମାଲିକକୁ ଦେଇଥାନ୍ତି ସୁରକ୍ଷା । ସତରେ ଏମାନେ ଆଜିକାଲିର ସ୍ୱାର୍ଥପର ଦୁନିଆର ମଣିଷମାନଙ୍କ ପାଇଁ ଉଦାହରଣ ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ