ଆସନ୍ତାକାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାରିପଦା ଗସ୍ତ
by Argus News
Wed, Feb 21 | 11:06 a.m.

ଅର୍ଗସ ବ୍ୟୁରୋ: ମନ୍ତ୍ରୀ ରାଜନାଥ ସିଂହ ଆଗାମୀ ୨୨ ତାରିଖ ଗୁରୁବାର ଅପରାହ୍ନ ସାଢେ ୩ଟା ସମୟରେ ବାରିପଦା ପୋଲିସଲାଇନ ପଡିଆ ଠାରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି । ସେ ସେଠାରୁ ବାରିପଦା ଛଉପଡ଼ିଆ ଠାରେ ଏକଘଣ୍ଟା ଧରି ଅନୁଷ୍ଠିତ ବିଜେପି ପକ୍ଷରୁ ହେବାକୁ ଥିବା ଦଳୀୟ କୋର କମିଟି ବୈଠକରେ ଯୋଗଦେବେ। 

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ପ୍ରଥମେ ନବରଙ୍ଗପୁର ଓ ବ୍ରହ୍ମପୁର ଠାରେ ଦଳୀୟ ବୈଠକରେ ପ୍ରମୁଖ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବା ପରେ ବାରିପଦା କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ବାରିପଦା ବୈଠକରେ ମୟୂରଭଞ୍ଜ ପୂର୍ବ ଓ ପଶ୍ଚିମ ଦୁଇ ସାଂଗଠନିକ ଜିଲ୍ଲା ସମେତ ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ବିଜେପି ପ୍ରମୁଖ କର୍ମକର୍ତ୍ତା ସାମିଲ ହେବେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳର ସଫଳତା ଲାଗି କେନ୍ଦ୍ରମନ୍ତ୍ରୀ ସିଂହ ସେମାନଙ୍କୁ ପ୍ରେରଣା ତଥା ମନ୍ତ୍ର ଦେବେ ବୋଲି ଜଣାଯାଇଛି। ଏଠାରୁ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଅଭିମୁଖେ ସେ ଫେରିଯିବେ ବୋଲି ଜଣାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ