ଷଷ୍ଠ ପାଳି ନୁହେଁ ସତ୍ତା ପରିବର୍ତ୍ତନର ମନ୍ତ୍ର ଦେବେ ଶାହ
by Argus News
Sun, Apr 21 | 7:54 p.m.

ଭୁବନେଶ୍ୱର: ଆସନ୍ତା 25 ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ।  ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ। ଓଡ଼ିଶାରେ ସତ୍ତା ପରିବର୍ତ୍ତନ ଲାଗି କରିବେ ସିଂହନାଦ । ଏଥିସହ ଭୁବନେଶ୍ବରରେ ଦଳୀୟ କର୍ମକର୍ତ୍ତାଙ୍କୁ ଦେବେ ବିଜୟର ମନ୍ତ୍ର। ପୂର୍ବରୁ ଶାହ ସ୍ପଷ୍ଟ କରିସାରିଛନ୍ତି ଆଭିମୁଖ୍ୟ । ଓଡିଆ ଭାଷା, ସଂସ୍କୃତି ଓ ରାଜ୍ୟର ଗର୍ବ ପାଇଁ ହେବ ଜୋରଦାର ଲଢ଼େଇ । ମୋଦି ଓ ଶାହ ଆକ୍ରମଣାତ୍ମକ ହେଲେ ଖୋଲିଯିବ ବିଜେଡିର 25 ବର୍ଷ ଶାସନର ପୋଲ୍ । ଷଷ୍ଠ ପାଳି ପରିବର୍ତ୍ତେ ସତ୍ତା ପରିବର୍ତ୍ତନ ହେବ କି ସମ୍ଭବ ? 
 ଆସନ୍ତା 25 ତାରିଖ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତୀୟ ରାଜନୀତିର ଚାଣକ୍ୟ ଭାବେ ପରିଚିତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

ସୋନପୁର ଟାଉନରେ ଅପରାହ୍ନରେ ପହଞ୍ଚିବେ, ବିଶାଳ ସମାବେଶକୁ ଉଦବୋଧନ କରିବେ । 24 ଲଢେଇ ପାଇଁ ନିର୍ବାଚନୀ ବିଗୁଲ୍ ବାଜାଇବେ ଶାହ । ସେହିଦିନ ଭୁବନେଶ୍ଵର  ଆସି ଦଳର ରାଜ୍ୟ ନେତୃତ୍ବଙ୍କ ସହ କରିବେ ଆଲୋଚନା । 24 ଲଢେଇ ପାଇଁ ପ୍ରସ୍ତୁତ ହେବ ରଣନୀତି ଓ ବ୍ଲୁ ପ୍ରିଣ୍ଟ । 25 ତାରିଖ ଭୁବନେଶ୍ଵରରେ ରାତ୍ରି ରହଣୀ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ । କିଛି ଦିନ ତଳେ ଜାତୀୟ ଗଣମାଧ୍ୟମରେ ଓଡ଼ିଶା ନେଇ ଆଭିମୁଖ୍ୟ କରିସାରିଛନ୍ତି ସ୍ପଷ୍ଟ । ମେଣ୍ଟ ହେବା ନହେବା ବିବାଦ ଭିତରେ ଶାହ କହିଛନ୍ତି ଓଡିଶାର କାର୍ଯ୍ୟକର୍ତ୍ତାଙ୍କ ଦୃଢ ମତ । ଓଡିଆ ଭାଷା, ସଂସ୍କୃତି ଓ ରାଜ୍ୟର ଗର୍ବ ପାଇଁ ନିର୍ବାଚନ ଲଢିବାକୁ ସ୍ଥିର କରିଛି ବିଜେପି । 

ବିଜେଡିକୁ ଶେଷ କରିବା ଲକ୍ଷ୍ୟ ନେଇ ଲଢେଇ କରିବା ମୁଡରେ ଶାହ । ମୋଦି ଓ ଶାହ ଓଡ଼ିଶାରେ ଆକ୍ରମଣାତ୍ମକ ହେଲେ 25 ବର୍ଷ ଶାସନର ଖୋଲିିଯିବ ପୋଲ । ଷଷ୍ଠ ପାଳି ନହୋଇ, ପରିବର୍ତ୍ତନ ହେବ ସତ୍ତା । ତେବେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡି ସରକାର ପୋଡା ଟ୍ରାନ୍ସଫର୍ମରକୁ ଓପାଡି ଫୋପାଡି ଦେବା ପାଇଁ ଆହ୍ଵାନ କରିଥିଲେ ଅମିତ ଶାହ । ଓଡିଶା ଗସ୍ତରେ ଆସି ବରଗଡ ସାଧାରଣ ସଭାରେ ଏଭଳି କଡା ବୟାନ ଦେଇଥିଲେ ଶାହ । ଓଡିଶା ସରକାରଙ୍କ ଟ୍ରାନ୍ସଫର୍ମର ପୋଡି ଯାଇଛି । ତେଣୁ ଏହି ପୋଡା ଟ୍ରାନ୍ସଫର୍ମରକୁ ନବଦଳାଇ ଓପାଡିକି ଫୋପାଡି ଦେବା ପାଇଁ ଆହ୍ଵାନ କରିଥିଲେ ଅମିତ ଶାହ ।   ୧୯ ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଥିଲା ୩୮ ପ୍ରତିଶତ ଭୋଟ ଏବଂ ବିଜେଡି ପାଇଥିଲା ୪୪ ପ୍ରତିଶତ ଭୋଟ । ଉଭୟ ଦଳ ମଧ୍ୟରେ ୪ ପ୍ରତିଶତ ଅର୍ଥାତ ମାତ୍ର ୧୦ ଲକ୍ଷ ଭୋଟର ବ୍ୟବଧାନ ଥିଲା । ତେଣୁ ଏଥର ବିଜେଡି ସରକାର ବିରୋଧରେ ଥିବା ଆଣ୍ଟି ଇନକମ୍ବାନ୍ସି ଏବଂ ମୋଦି ଗ୍ୟାରେଣ୍ଟି ପ୍ରତି ବଢୁଥିବା ଓଡିଶାବାସୀଙ୍କ ଭରଷା ବିଜେପିକୁ ସଫଳତା ଦେବ ବୋଲି ଚର୍ଚ୍ଚା ହେଉଛି  ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ