ଢେଙ୍କାନାଳରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ
by Argus News
Sun, Dec 03 | 9:44 p.m.

ଅର୍ଗସ ବ୍ୟୁରୋ: ମହାପ୍ରଭୁ ବିଶ୍ୱର ପ୍ରଭାବଶାଳୀ ପ୍ରଜାତନ୍ତ୍ରିକ ଆସ୍ଥାର କେନ୍ଦ୍ର । ମହାପ୍ରଭୁ ସମସ୍ତଙ୍କର ଓ ସମସ୍ତଙ୍କ ପାଇଁ ବୋଲି ରବିବାର ଢେଙ୍କାନାଳ ଜିଲ୍ଲା ଗଁଦିଆ ଶ୍ରୀରାମଚନ୍ଦ୍ରପୁର ଠାରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର, ଚବିଶି ବେଶ, ଛପନଭୋଗ ପ୍ରଦର୍ଶନୀ ମହୋତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ସବୁ ସନାତନୀମାନେ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ । ସମସ୍ତଙ୍କ ସମର୍ପଣ ଭାବନା ଓ ଅଭିବ୍ୟକ୍ତି ଭିନ୍ନ ଭିନ୍ନ । ମହାପ୍ରଭୁ ଜଗତର ନାଥ । ମହାପ୍ରଭୁଙ୍କ ଠାରେ ପ୍ରତ୍ୟହ ଲାଗି ହେଉଥିବା ଛପନଭୋଗ, ତାଙ୍କର ଚବିଶି ବେଶ ଏବଂ ବଡ଼ଦେଉଳର ଅନନ୍ୟ ସ୍ଥାପତ୍ୟ, ରଥଯାତ୍ରାରେ ଆବାଳବୃଦ୍ଧବନିତାଙ୍କ ଦର୍ଶନ, ପତିତପାବନଙ୍କ ଦର୍ଶନ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ନିଦର୍ଶନ । ଜଗନ୍ନାଥ ମନ୍ଦିରରେ ଦୁନିଆର ସବୁଠୁ ବଡ ରୋଷେଇ ଘର ବୋଲି କୁହାଯାଉଛି। ସମସ୍ତେ ଏକାଠି ବସି ମହାପ୍ରସାଦ ଖାଇବା ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ବଡ ମାହାତ୍ମ୍ୟକୁ ସୂଚାଉଛି । ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କର ବିଶ୍ୱାସ ରହିଛି । ଜଗନ୍ନାଥ ସଂସ୍କୃତିରେ ବହୁତ ବଡ ସଂସ୍କାର । ମହାପ୍ରଭୁଙ୍କ ସଂସ୍କାର ତଥା ଅନେକ ଜୀବନ ଦର୍ଶନ ସମାହିତ ଜଗନ୍ନାଥ ଭାଗବତରେ ଅଛି । 

ପ୍ରଧାନମନ୍ତ୍ରୀ ମୋଦିଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ । ପ୍ରଧାନମନ୍ତ୍ରୀ ହେବା ପୁରୀ ଆସି ଦିଅଁ ଦର୍ଶନ କରିଥିଲେ । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପ୍ରଥମ ଥର ପାଇଁ ନବକଳେବର ନିମନ୍ତେ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଶ୍ରୀମନ୍ଦିରର ଶ୍ରୀବୃଦ୍ଧି ପାଇଁ ମଧ୍ୟ ମୋଦି ସରକାର ସର୍ବଦା ତତ୍ପର । ମହାପ୍ରଭୁଙ୍କ ବିଚାର ଅନୁସାରେ ଆଜି ମୋଦି ସରକାରଙ୍କ ଶାସନ ବ୍ୟବସ୍ଥାର ମୂଳମନ୍ତ୍ର ହୋଇଛି ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସ- ସବକା ପ୍ରୟାସ । ଚାରଣ ମାନଙ୍କ ଠାରୁ ହିଁ ଏହା ପ୍ରଭାବିତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ଚାରଣ ସମାବେଶର ଆୟୋଜନ ମାଧ୍ୟମରେ ଶ୍ରୀଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ତଥା ଶ୍ରୀଜଗନ୍ନାଥ ତତ୍ତ୍ୱକୁ ଜନଗଣଙ୍କ ନିକଟରେ ପହଞ୍ଚାଇବାର ଗୁରୁ ଦାୟିତ୍ୱ ନେଇଥିବାରୁ ଆୟୋଜକ ମଣ୍ଡଳୀକୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଥିଲେ ।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ