ଢେଙ୍କାନାଳର ‘ଜୟଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ
by Argus News
Sun, Dec 03 | 7:16 p.m.

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାର ସାଇଁବିରି ଠାରେ ‘ଜୟଦୁର୍ଗା ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଫାଇନାଲ ପ୍ରତିଯୋଗିତାରେ ସାମିଲ ହୋଇ ଗ୍ରାମାଞ୍ଚଳରେ ଖେଳର ପରମ୍ପରା ଆଗକୁ ନେବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଶ୍ରୀ ପ୍ରଧାନ କହିଛନ୍ତି ଫୁଟବଲ୍ ମୋର ପ୍ରିୟ ଖେଳ । ସବୁ ଖେଳ ମଧ୍ୟରୁ ଏହା ସ୍ୱତନ୍ତ୍ର । ଏହି ଖେଳକୁ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ କରାଉଥିବାରୁ ଆୟୋଜକ କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ । ‘ଜୟଦୁର୍ଗା ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ’ରେ ଅନୁଗୋଳ ଓ ଢେଙ୍କାନାଳ ସମେତ ଭାଗ ନେଇଥିବା ସମସ୍ତ ଦଳର ଖେଳାଳି ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଟୁର୍ଣ୍ଣାମେଣ୍ଟ ବହୁ ସ୍ଥାନୀୟ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ଆଣିଦେବ । ଗ୍ରାମାଞ୍ଚଳରେ ଉତ୍ତମ ଭିତ୍ତିଭୂମି ସହ ଖେଳକୁ ପ୍ରୋତ୍ସାହନ ଦେବା ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ ମତ ରଖିଥିଲେ । 

ବିଜେପିର ବିଜୟ ପରେ ମୋଦୀଙ୍କର ଜନତାଙ୍କୁ ବାର୍ତ୍ତା

ଏହି ଅବସରରେ ଶ୍ରୀ ପ୍ରଧାନ ତାଙ୍କ ପିଲାଦିନର ପ୍ରତ୍ୟକ୍ଷ ଶିକ୍ଷକ ମହାରଣା ସାର୍, ବିଜୟ ସାର୍ ଓ ନୃସିଂହ ସାରଙ୍କୁ ଭେଟି ଖୁସି ପ୍ରକାଶ କରିଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 


 

ପେଟ୍ରୋଲ ଢାଳି
4m ago
ପେଟ୍ରୋଲ ଢାଳି ଆଥଲେଟଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକ
ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ