ଦେଶର ସବୁଠୁ ଶକ୍ତିଶାଳୀ ଓଡ଼ିଆ ରାଜନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
by Argus News
Thu, Feb 29 | 7:28 p.m.

ଅର୍ଗସ ବ୍ୟୁରୋ : ପ୍ରକାଶ ପାଇଛି ଇଣ୍ଡିଆନ ଏକ୍ସପ୍ରେସର ମୋଷ୍ଟ ପାୱାରଫୁଲ୍ ଇଣ୍ଡିଆନ୍ସ ତାଲିକା । ସ୍ବାଭାବିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକର ସର୍ବୋଚ୍ଚ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି । ଦୁଇ ନମ୍ବର ସ୍ଥାନ ବଜାୟ ରଖିଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ । ଆରଏସଏସ ସରସଂଘଚାଳକ ମୋହନ ଭାଗବତ 3ଟି ର୍ୟାଙ୍କ ଉପରକୁ ଉଠି ତୃତୀୟ ଶକ୍ତିଶାଳୀ ଭାରତୀୟ ଭାବେ ତାଲିକାରେ ସ୍ଥାନ ପାଇଛନ୍ତି । ତାଙ୍କ ପଛକୁ ଚତୁର୍ଥ ର୍ୟାଙ୍କରେ ରହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଗତ ବର୍ଷ ତୁଳନାରେ ୨ଟି ର୍ୟାଙ୍କ୍ ତଳକୁ ଖସି ୫ମ ସ୍ଥାନରେ ରହିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଗୋଟିଏ ର୍ୟାଙ୍କ୍ ତଳକୁ ଖସି ଚଳିତ ବର୍ଷ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି । 

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସପ୍ତମ, ଅର୍ଥମନ୍ତ୍ରୀ ନିର୍ମାଳ ସୀତାରମଣ ଅଷ୍ଟମ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନବମ ଓ ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ୧୦ମ ଶକ୍ତିଶାଳୀ ଭାରତୀୟ ଭାବେ ତାଲିକାରେ ସ୍ଥାନ ପାଇଛନ୍ତି । ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ୪ ଓଡ଼ିଆ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨ଟି ର୍ୟାଙ୍କର ପ୍ରମୋସନ ସହ ଏହି ତାଲିକାର ୧୯ ତମ ସ୍ଥାନରେ ପହଞ୍ଚିଛନ୍ତି । ତେବେ ଦେଶର ସବୁଠୁ ଶକ୍ତିଶାଳୀ ଓଡ଼ିଆ ରାଜନେତା ଭାବେ ଇଣ୍ଡିଆନ ଏକ୍ସପ୍ରେସର ମୋଷ୍ଟ ପାୱାରଫୁଲ ଇଣ୍ଡିଆନ୍ସ ତାଲିକାରେ ସ୍ଥାନ ପାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇଛନ୍ତି ଧର୍ମେନ୍ଦ୍ର । 

୨୦୨୩ ତୁଳନାରେ ୨୬ଟି ର୍ୟାଙ୍କ୍ ଉପରକୁ ଉଠି ୩୩ ତମ ଶକ୍ତିଶାଳୀ ଭାରତୀୟ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ଦେଇଛି ଇଣ୍ଡିଆନ୍ ଏକ୍ସପ୍ରେସ । ତେବେ ନବୀନ ପଟ୍ଟନାୟକ ୨୦୨୩ ତୁଳନାରେ ୫ଟି ର୍ୟାଙ୍କ୍ ତଳକୁ ଖସିଆସିଛନ୍ତି । ୪୭ ତମ ସ୍ଥାନରେ ରହିଛନ୍ତି ନବୀନ । ଧର୍ମେନ୍ଦ୍ର ୨୬ ର୍ୟାଙ୍କ ଉପରକୁ ଉଠିବା ପଛରେ ଜାତୀୟ ଶିକ୍ଷାନୀତି ୨୦୨୦ କ୍ରିୟାନ୍ବୟନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ମୁଖ୍ୟ କାରଣ ବୋଲି ଦର୍ଶାଇଛି ଇଣ୍ଡିଆନ୍ ଏକ୍ସପ୍ରେସ୍ । ସେହିପରି ଦକ୍ଷମତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟର ଦାୟିତ୍ବ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଅଧିକ ଶକ୍ତିଶାଳୀ ବନାଇଛି । ତେବେ ର୍ୟାଙ୍କରେ ଏତେ ବଡ଼ ଲମ୍ପ ପଛରେ ସବୁଠୁ ବଡ଼ କାରଣ କୋଭିଡ ସମୟରେ ଶିକ୍ଷା କ୍ଷେତ୍ରରେ ହୋଇଥିବା କ୍ଷତି ଭରଣା ପାଇଁ ଧର୍ମେନ୍ଦ୍ରଙ୍କ ପଦକ୍ଷେପ ବୋଲି ଦର୍ଶାଇଛି ଇଣ୍ଡିଆନ୍ ଏକ୍ସପ୍ରେସ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହାଛଡ଼ା ନ୍ୟାସନାଲ କରିକୁଲମ୍ ଫ୍ରେମୱାର୍କ ଓ ନ୍ୟାସନାଲ କ୍ରେଡିଟ୍ ଫ୍ରେମୱାର୍କ ଲାଗୁ କରିବା ମଧ୍ୟ ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କର ବଡ଼ ଉପଲବ୍ଧି ବୋଲି କୁହାଯାଇଛି । ୨୦୨୪ରେ ଶେଷ୍ଠ ଶକ୍ତିଶାଳି ଭାରତୀୟ ତାଲିକାରେ ୬ଟି ର୍ୟାଙ୍କର ପ୍ରମୋସନ ସହ ୧୩ ତମ ସ୍ଥାନ ହାସଲ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହାଛଡ଼ା ଚତୁର୍ଥ ଓଡ଼ିଆ ଭାବେ ତାଲିକାର ୫୨ ତମ ର୍ୟାଙ୍କରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ