ସାବରମତି ପରି ଝଲସିବ ସମ୍ବଲପୁର !
by Argus News
Wed, Jul 17 | 9:08 p.m.

ଅର୍ଗସ ବ୍ୟୁରୋ : ଏବେ ବିକାଶ ଦେଖିବ ସମ୍ବଲପୁର । ସାଂସଦ ଭାବରେ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚିତ ହେବା ପରେ ଦିଗହରା ହୋଇ ପଡିଥିବା ସମ୍ବଲପୁର ସହର ଏବେ ଝଲସିବାକୁ ଯାଉଛି । ଖାସ୍‌ କରି ଦେଶର ପ୍ରଥମ ରିଭରଫ୍ରଣ୍ଟ ଯୋଜନା ଗୁଜରାଟର ପ୍ରସିଦ୍ଧ ସାବରମତି ନଦୀ ତଟ୍ଟ ପରି ଝଲସିବାକୁ ଯାଉଛି ସମ୍ବଲପୁରର ଅଯୋଧ୍ୟା ସରୋବର । କାରଣ ଏଇ ବନ୍ଧରେ ପାର୍କ, ୱାକ୍ ୱେ, ଆମ୍ଫିଥିଏଟର, ଆରତୀ ଘାଟ ସହ ବୋଟିଂର ପୁରା ମଜା ଉଠାଇବେ ଲୋକେ ।

ସମ୍ବଲପୁରକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେବା ନେଇ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଏବେ ନୂଆନୂଆ ପଦକ୍ଷେପ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୋଜନା ଅନୁସାରେ, ସମ୍ବଲପୁରର ପୁରୁଣା ଅଯୋଧ୍ୟା ସରୋବର ବନ୍ଧକୁ 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଅଧୀନରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ମହାନଦୀ କୂଳରେ ଥିବା ସମ୍ବଲପୁରର ଐତିହାସିକ ଗୁରୁତ୍ଵ ଓ ପ୍ରାକୃତିକ ଆକର୍ଷଣ ରହିଛି । ମହାନଦୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ବିଶ୍ବସ୍ତରୀୟ ରିଭରଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏହି ପରିପ୍ରେକ୍ଷୀରେ ମହାନଦୀର ପୁରୁଣା ଅଯୋଧ୍ୟା ସରୋବର ବନ୍ଧକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ପୁନରୁଦ୍ଧାର କରାଯାଇ ରିଭରଫ୍ରଣ୍ଟ ଥିବା ୭ କିଲୋମିଟର ଲମ୍ବା ଜଳାଶୟ ସୃଷ୍ଟି କରିବାର ଆବଶ୍ୟକତା ରହିଥିବା ଚିଠିରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଯାହାକୁ ନେଇ ସମ୍ବଲପୁରବାସୀଙ୍କ ମଧ୍ୟରେ ବଢିଛି ଉତ୍ସାହ । 

ନିଜ ନିର୍ବାଚନ କ୍ଷେତ୍ରରେ କେମିତି ବିକାଶ ହେବ ସେନେଇ ବାରମ୍ବାର ଚିନ୍ତା କରୁଛନ୍ତି ଧର୍ମେନ୍ଦ୍ର । ଖାଲି ଚିନ୍ତା କରୁଛନ୍ତି ତାହା ନୁହେଁ ବରଂ ବୈଠକ କରି ପ୍ଲାନ ବି ଦେଉଛନ୍ତି । ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟରେ ଅଯୋଧ୍ୟା ସରୋବରର ପୁନରୁଦ୍ଧାର କରାଗଲେ ହୀରାକୁଦ ଜଳଭଣ୍ଡାରର କ୍ଷମତା ବୃଦ୍ଧି ପାଇବା ସହ ବିଦ୍ୟୁତ୍ ଚ୍ୟାନେଲରୁ ବାହାରୁଥିବା ଜଳକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରାଯାଇପାରିବ। ସହରର ପାନୀଳ ଜଳ ଓ ଡ୍ରେନେଜ୍ ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ । ତେବେ ଏବେ ଅପେକ୍ଷା ନୂଆ ପ୍ରୋଜେକ୍ଟକୁ...
 

 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା