ଉନ୍ନତ କୃଷି, ଜ୍ଞାନ, ପର୍ଯ୍ୟଟନ ଓ ଶିଳ୍ପାୟନ ମାଧ୍ୟମରେ ବିକାଶର ପେଣ୍ଠସ୍ଥଳୀ ହେବ ଦେବଗଡ଼ - ଧର୍ମେନ୍ଦ୍ର ପ୍ରଧାନ
by Argus News
Sat, Feb 24 | 8:43 p.m.

ଅର୍ଗସ ବ୍ୟୁରୋ : ଉନ୍ନତ ଓ ଅତ୍ୟାଧୁନିକ କୃଷି, ଜ୍ଞାନ, ପର୍ଯ୍ୟଟନ ଓ ଶିଳ୍ପାୟନ ମାଧ୍ୟମରେ ଅପାର ସମ୍ଭାବନାର ଅଞ୍ଚଳ ଦେବଗଡ଼ ବିକାଶର ପେଣ୍ଠସ୍ଥଳୀ ହେବ ବୋଲି ଶନିବାର ଦେବଗଡ଼ରେ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆୟୋଜିତ ବୌଦ୍ଧିକ ଆଲୋଚନା ଚକ୍ରରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

“ଦେବଗଡ଼ ଜିଲ୍ଲା ବର୍ତ୍ତମାନ ଓ ଭବିଷ୍ୟତ” ଶୀର୍ଷକ ଆଲୋଚନା ଚକ୍ରରେ ମତ ରଖିବା ସହ କେନ୍ଦ୍ରମନ୍ତ୍ରୀ ଦେବଗଡ ଜିଲ୍ଲାରେ ମୋଦି ସରକାରରେ ହୋଇଥିବା ବିକାଶର କାମ କଥା କହିଥିଲେ । ଦେବଗଡରେ ଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଥିଲେ । ପରେ ଦେବଗଡର ଭବିଷ୍ୟତ ନେଇ ଆଅନେକ ପରାମର୍ଶ ଦେବା ସହ ନାଗରିକ କମିଟିର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଦେବଗଡ଼ ଜିଲ୍ଲା ହେଉଛି ଅପାର ସମ୍ଭାବନାର ଅଞ୍ଚଳ । ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ଦିଗରେ ଦେବଗଡ଼ର ଭୂମିକା ଅତୁଳନୀୟ । ଏହି ଅଞ୍ଚଳକୁ ଆଗକୁ ନେବାକୁ ହେଲେ ଏଠାରେ ସାଧାରଣ କୃଷି ଓ ଉଦ୍ୟାନ କୃଷିକୁ ଗୁରୁତ୍ୱ ଦେବାକୁ ଦେବ । କୃଷି ପ୍ରଧାନ ଅଞ୍ଚଳ ଦେବଗଡରେ ଆଗାମୀ ଦିନରେ ସମଗ୍ର ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ସାମଗ୍ରୀ ଉତ୍ପାଦନ କରିବା ପାଇଁ ହେବ । ଚାଷୀଙ୍କୁ ଟେକ୍ନୋଲୋଜି ମାଧ୍ୟମରେ ନୂଆ ପଦ୍ଧତିରେ ଚାଷ କାର୍ଯ୍ୟ ଶିଖାଇବା ପାଇଁ ହେବ । ଏଠାରେ ଯୁବପିଢିଙ୍କୁ ପର୍ବତ ଆହୋରଣର ତାଲିମ ଦେବା ପାଇଁ କଳ୍ପନା କରିବାକୁ ହେବ । ଏହା ଦ୍ୱାରା ସ୍ଥାନୀୟ ପର୍ଯ୍ୟଟନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହୋଇପାରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଦେବଗଡ଼ର ସର୍ବଙ୍ଗୀନ ବିକାଶ କରିବା ଆମର ଲକ୍ଷ୍ୟ ରହିଛି । ବର୍ତ୍ତମାନ ପରିବର୍ତ୍ତିତ ଟେକ୍ନୋଲୋଜି ଦୁନିଆରେ ଦେବଗଡକୁ ଜ୍ଞାନ ଆଧାରିତ ଦୁନିଆ ସହ ଯୋଡିବା ପାଇଁ ହେବ । ଲଜିଷ୍ଟିକ ହବ୍ କରିବା ପାଇଁ ଯୋଜନା କରିବାକୁ ପଡିବ । ସମାଜର ଅପେକ୍ଷା ଯୋଜନାବଦ୍ଧ ଭାବରେ ବ୍ୟବସ୍ଥା ପାଖରେ ପହଞ୍ଚାଇଲେ ହିଁ ଦେବଗଡର ଉନ୍ନତି ହେବ । ଏହି ଦାୟିତ୍ୱକୁ ନାଗରିକ କମିଟି ଗୁରୁତ୍ୱର ସହ ନିର୍ବାହ କରିବ । ସମାଜ ସେବେ ଠିକ୍ ହେବ ଯେତେବେଳେ ସମାଜର ଦକ୍ଷ ଲୋକମାନେ ସବୁ ଦିଗ ପ୍ରତି ଦୃଷ୍ଟି ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦେବଗଡର ସମସ୍ୟା ନେଇ କହିଥିଲେ ଯେ ଦେବଗଡରେ ସ୍ୱାସ୍ଥ୍ୟସେବା ଏକ ପ୍ରକାର ଭୁଶୁଡି ପଡିଛି । ଜିଲ୍ଲାରେ ୨୧୧ଟି ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୧୩୭ଟି ପଦବୀ ଖାଲି ପଡିଛି । କେବଳ ୭୪ ଜଣ ଡାକ୍ତରରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ଚାଲିଛି । ସେହିପରି ଦେବଗଡରେ ୬ରୁ ୫୯ ମାସର ୬୧.୫ ପ୍ରତିଶତ ଶିଶୁ ରକ୍ତହୀନତାର ଶୀକାର । ୧୮ରୁ ୧୯ ବର୍ଷର ୭୨.୨ ପ୍ରତିଶତ କିଶୋରୀ   ରକ୍ତହୀନତାର ଶୀକାର । ଏ ନେଇ ଚିନ୍ତା ପ୍ରକଟ କରିବା ସହ ବିସ୍ଥାପିତଙ୍କ ସମସ୍ୟା, ଭୂମିହୀନଙ୍କୁ ଜମି, ଜଙ୍ଗଲ ଜମିର ଅଧିକାର ଓ ପଟ୍ଟା ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ମୋଦି ସରକାର ଦେବଗଡକୁ ଦେଇଥିବା ଅନୁଦାନ ଉପରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ  ଦେବଗଡ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୧୮୨ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୪,୭୮୦ଟି ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ଦେବଗଡ଼ର  ପ୍ରାୟ ୨. ୬୩ ଲକ୍ଷ ଜଣଙ୍କୁ ମାସିକ ପାଞ୍ଚ କିଲୋ ଚାଉଳ ମାଗଣାରେ ଦେଇ ଖାଦ୍ୟ ସୁନିଶ୍ଚିତ କରାଯାଉଛି । ଦେବଗଡ଼ରେ  ଆନୁମାନିକ ୩.୪୦  କୋଟି ଟଙ୍କା ବ୍ୟୟରେ ମୋଟ ୨୧,୨୭୫ ପରିବାରକୁ ମାଗଣା ଏଲପିଜି  ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି । ଦେବଗଡ଼ରେ ସଡକ ଭିତ୍ତିଭୂମି ମଜଭୂତ୍ ସହ ରେଳକୁ ଯୋଡିବା ଏବଂ ପାଇପ ଯୋଗେ ଇନ୍ଧନ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଆଜିର ଆଲୋଚନାରେ ନାଗରିକ କମିଟିର ସଦସ୍ୟମାନେ ଦେବଗଡ଼ ଅଞ୍ଚଳର ବିକାଶ ପାଇଁ ଦେଇଥିବା ପ୍ରତିଟି ପରାମର୍ଶ ଗୁରୁତ୍ୱପୂର୍ଣ୍ଣ କରିବା ସହ ସମସ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ