'ଗରିବୀ ହଟାଓ' ନାରା ଦେଇ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ଆଖିରେ ଧୂଳି ଦେଇଆସିଛି
by Argus News
Thu, Feb 08 | 6:43 p.m.

ଅର୍ଗସ ବ୍ୟୁରୋ : ମନ୍ଦିର ଏବଂ ମଠ ବୁଲିବା ପରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଏବେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଚରମ ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି । କଂଗ୍ରେସର 'ମିଛର ଗ୍ୟାରେଣ୍ଟି'କୁ କେହି ବିଶ୍ୱାସ କରିବେ ନାହିଁ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଝାରସୁଗୁଡାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତି ବିଷୟରେ ଦେଇଥିବା ଟିପ୍ପଣୀ ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସବୁ ଥର ପରି ରାହୁଲ ଗାନ୍ଧୀଙ୍କ ଆଉ ଏକ ମିଛ ପଦାକୁ ଆସିଛି ।  ହୁଏତ ସତରେ ସେ ଅବୁଝା ଅଛନ୍ତି କିମ୍ବା ବାରମ୍ବାର ମିଛ କହିଲେ ମିଛଟି ସତ ହୋଇଯାଏ ବୋଲି ରାହୁଲ ଗାନ୍ଧୀ ଭାବି ନେଇଛନ୍ତି । ପ୍ରଥମେ ସେ ନିଜେ ନିଜକୁ ନ୍ୟାୟ ଦିଅନ୍ତୁ । ଏଭଳି ଭାବରେ ପ୍ରତିଦିନ ମିଛ କହିବାର ଅଭ୍ୟାସ କଲେ, ସେ ଆଗକୁ କେବଳ ହାସ୍ୟ, ବ୍ୟଙ୍ଗ ଏବଂ ମନୋରଞ୍ଜନର ବ୍ୟକ୍ତି ଭାବେ ଜଣା ଯିବେ ।    

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରଧାନମନ୍ତ୍ରୀ ମୋଦିଙ୍କ 'ପଲିଟିକ୍ସ ଅଫ୍ ପର୍ଫର୍ମାନ୍ସ' ଓ ୧୦ ବର୍ଷର ରିପୋର୍ଟ କାର୍ଡ ସାମ୍ନାରେ କଂଗ୍ରେସର ପ୍ରତ୍ୟେକ କୌଶଳ ବିଫଳ ହୋଇଛି । 'ଗରିବୀ ହଟାଓ' ନାରା  ଦେଇ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ଆଖିରେ ଧୂଳି ଦେଇଆସିଛି । ଏବେ ସାମାଜିକ ନ୍ୟାୟ ଉପରେ ସେମାନଙ୍କ କୁମ୍ଭୀର କାନ୍ଦଣାରେ ଦେଶବାସୀ ଭ୍ରମିତ ହେବେ ନାହିଁ । ରାହୁଲ ଗାନ୍ଧୀ ନିଜ ଦଳର ଦଳିତ, ଆଦିବାସୀ, ପଛୁଆ ଓ ସଂରକ୍ଷଣ ବିରୋଧୀ ଚେହେରା ବିଷୟରେ ଅନଭିଜ୍ଞ ଥାଇପାରନ୍ତି, କିନ୍ତୁ ଦେଶ ଏହାକୁ ଭଲ ଭାବରେ ଜାଣିଛି ଓ ବୁଝିଛି । କଂଗ୍ରେସର 'ମିଛର ଗ୍ୟାରେଣ୍ଟି'କୁ କେହି ବିଶ୍ୱାସ କରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଏକ୍ସରେ କହିଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ