କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା
by Argus News
Tue, Feb 20 | 6:07 p.m.

ଅର୍ଗସ ବ୍ୟୁରୋ: ପୁରୀରୁ କୋଣାର୍କ ଚାଲିବ ଟ୍ରେନ । ପୁରୀରୁ କୋଣାର୍କ ଯାଏଁ 32 କିମି ରେଳ ଲାଇନ ତିଆରି ହେବ । ପୁରୀ - କୋଣାର୍କ ରେଳ ଲାଇନ୍ ପାଇଁ 492 କୋଟି ଟଙ୍କା ମଞ୍ଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରୁଟ ପାଇଁ ଭିଷ୍ଟା ଡୋମ ଟ୍ରେନ ଚାଲିବ । ଟ୍ରେନ ଚାରି ପଟେ କାଚ ଲାଗିବ । ଯାତ୍ରୀ ମାନେ ଯାତ୍ରା ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।

ଟ୍ରେନ ଭିତରେ ଜଗନ୍ନାଥଙ୍କ ସଂସ୍କୃତି ସ୍ଥାନ ପାଇବ। ଟ୍ରେନ ଭିତରେ AR VR ଟେକ୍ନୋଲୋଜିରେ ଜଗନ୍ନାଥ ସଂସ୍କୃତି ଦର୍ଶନର ବ୍ୟବସ୍ଥା ରହିବ । ଜଗନ୍ନାଥ ସଂସ୍କୃତି ବିଷୟରେ ଲୋକ ଜାଣିବା ସହ ଆଧ୍ୟାତ୍ମିକ ଏବଂ ଐତିହାସିକ ପର୍ଯ୍ୟଟନରେ ଅଧିକ ବିକାଶ ହୋଇପାରିବ । ରେଳ ଲାଇନ ପାଇଁ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଲେ କେନ୍ଦ୍ର ରେଳ ମନ୍ତ୍ରୀ । ଏଥିପାଇଁ 215 ହେକ୍ଟର ଜମି ଆବଶ୍ୟକ । ଡିଜାଇନ୍ ପାଖାପାଖି ସଂପୂର୍ଣ୍ଣ ହୋଇଗଲାଣି । 32 କିମି ଭିତରେ 4ରୁ 5ଟି ଜାଗାରେ ସ୍ପେଶାଲ୍ ଟୁରିଷ୍ଟ ହବ୍ ସ୍ଥାପନ ହେବ। ସେଥିପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ଠାରୁ ଜମି ଦରକାର । 

ଗତ 10 ବର୍ଷ ଭିତରେ ରାଜ୍ୟରେ 409ଟି ରେଲୱେ ଫ୍ଲାଏ ଓଭର ଏବଂ ଅଣ୍ଡର ପାସ କାମ ସରିଛି । 220ଟି ଫ୍ଲାଏ ଓଭର ଏବଂ ଅଣ୍ଡର ପାସ କାମ ଚାଲିଛି ।
ଓଡ଼ିଶା ପାଇଁ 5333ଟି ମୋବାଇଲ ଟାୱାର ଅନୁମୋଦନ ହୋଇଛି । ଏଥିପାଇଁ 5600 କୋଟି ଟଙ୍କାରେ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । 1 ବର୍ଷ ତଳେ ଜାନୁଆରୀ 2023ରେ ମଞ୍ଜୁର ହୋଇଥିଲା ଅର୍ଥ । ଏଥିରୁ 684ଟି ଟାୱାର କାମ ସରି ଯାଇଛି । ବହୁତ କମ୍ ଦିନରେ ଟାୱାର ନିର୍ମାଣ କାମ ସରିଛି । 3112ଟି ଟାୱାର ପାଇଁ କାମ ଆରମ୍ଭ ହୋଇଯାଇଛି । ଯେତେ ଶୀଘ୍ର ରାଜ୍ୟ ସରକାର ଟାୱାର ପାଇଁ ସାଇଟ ବାବଦରେ ସହଯୋଗ କରିବେ ସେତେ ଶୀଘ୍ର କାମ ସରିବ। ପଶ୍ଚିମ ଓଡ଼ିଶାର ସଂସ୍କୃତିକୁ ନେଇ 5ଟି ଜିଲ୍ଳାରେ 42ଟି ପୋଷ୍ଟ ଅଫିସ ଉଦଘାଟନ ହେଲା।  5 ଟି ଡାକ ଟିକେଟ ମଧ୍ୟ ଉନ୍ମୋଚନ ହେଲା । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ