ଏଠି ଲୁହା ଶିକୁଳିରେ ବନ୍ଧା କାଳିଆ ସାଆନ୍ତ...
by Argus News
Mon, Jul 08 | 1:53 p.m.

କେନ୍ଦ୍ରାପଡା: ଭକ୍ତିରେ ଭିଜୁଛି ଚତୁର୍ଦ୍ଦିଗ । ମହାପ୍ରଭୁ ଜଗନ୍ନାଥଙ୍କୁ ପାଖରେ ପାଇ ଖୁସିରେ ନାଚୁଛି ଭକ୍ତ । ହେଲେ ଏହି ରଥଯାତ୍ରା ଟିକେ ନିଆରା । ଭାରତବର୍ଷରେ ସବୁ ସ୍ଥାନରେ ଦଉଡିରେ ରଥ ଟଣା ଯାଉଥିବାବେଳେ ଏଠି ଲୁହା ଶିକୁଳିରେ ରଥଟାଣିବାର ପରମ୍ପରା ରହିଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ କାକଟପୁରଠାରେ କାଳିଆ ସାଆନ୍ତଙ୍କ ପ୍ରସିଦ୍ଧ ରଥଯାତ୍ରାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ ।  

ଏଠି ବର୍ଷକ ୧୨ ମାସ ଶିକୁଳିରେ ବନ୍ଧା ହୋଇ ରତ୍ନ ବେଦୀରେ ପୂଜା ପାଆନ୍ତି ମହାପ୍ରଭୁ । ଆଉ ରଥଯାତ୍ରା ଦିନ ଶିକୁଳିରୁ ମୁକ୍ତି ପାଆନ୍ତି ।  ଶିକୁଳି ଖୋଲା ଯାଇ ରଥାରୂଢ଼ ହୋଇ ଶ୍ରଦ୍ଧାଳୁମାନଙ୍କୁ ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ହେଲେ ଏ ବିଚିତ୍ର ପରମ୍ପରା କଣ ପାଇଁ ...ଜଗତର ନାଥ ଜଗନ୍ନାଥଙ୍କୁ ଶିକୁଳିରେ ବାନ୍ଧି କାହିଁକି ପୂଜା କରାଯାଏ । ଏହାପଛରେ ରହିଛି ଏକ ଲୋକ କଥା....

ଚମ୍ପାଗଡ଼ରୁ କାକଟପୁରକୁ ରଥାରୂଢ ହୋଇ ଜଗତରନାଥ ଜଗନ୍ନାଥ ବହୁ ବର୍ଷ ପୂର୍ବେ ଚାଲିଆସିଥିଲେ । ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଗଲା । ଆଉ ସେବେଠୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଆସୁଛି । ସେବେ ଠାରୁ କାଳିଆ ସାଆନ୍ତଙ୍କୁ ଲୁହା ଶିକୁଳିରେ ବାନ୍ଧି ମନ୍ଦିରରେ ପୂଜା ପାଇ ଆସୁଛନ୍ତି । କାଳେ ମହାପ୍ରଭୁ ଯେଉଁଠୁ ଆସିଥିଲେ ସେଇଠିକୁ ଚାଲିଯିବେ ସେହି ଭୟରେ ଭକ୍ତି ଭାବରେ ଲୁହା ଶିକୁଳିରେ ବନ୍ଧା ଯାଇ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ଏହି ଲୁହା ଶିକୁଳିରେ ଆଦୌ କଳଙ୍କି ଲାଗେ ନାହିଁ। 

ଭାରତ ବର୍ଷରେ ସବୁ ସ୍ଥାନରେ ନନ୍ଦିଘୋଷ ରଥ ଦଉଡିରେ ଟଣା ଯାଉଥିବାବେଳେ କାକଟପୁରରେ ଲୁହା ଶିକୁଳି ଦଉଡ଼ିରେ ରଥଟଣାର ପରମ୍ପରା ରହିଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ । 
 

ଆହୁରି ପଢନ୍ତୁ ଓଡିଶା ଖବର...

ବେଆଇନ୍ ମେଡିସିନ୍
49m ago
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ