ମୋଦିଙ୍କ ସରକାରରେ ଓଡ଼ିଶାର ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ
by Argus News
Tue, Nov 28 | 5:25 p.m.

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡ଼ିଶାରେ ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ ହୋଇଛି । ଯାହା କି, ୨୦୧୪ ବେଳେ ଓଡ଼ିଶାରେ ମାତ୍ର ୪୩୩୮ଟି ବ୍ୟାଙ୍କ ଶାଖା ଥିବା ବେଳେ ମୋଦି ସରକାରରେ ଏହା ବଢି ୬,୦୬୦ରେ ପହଞ୍ଚିଛି । ୭,୩୮୦ ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଦ୍ଵାରା ଓଡ଼ିଶାର ଜନସାଧାରଣଙ୍କୁ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ୭,୬୨୭ଟି ଏଟିଏମ ତଥା ଡିଜିଟାଲ ବ୍ୟାଙ୍କିଙ୍ଗ୍, ମୋବାଇଲ ବ୍ୟାଙ୍କିଙ୍ଗ୍ ସହ ମୋଟ ୪୮,୯୨୩ ଜଣ "ବ୍ୟାଙ୍କ ମିତ୍ର"ଙ୍କ ଦ୍ବାରା ଓଡ଼ିଶାର କୋଣ ଅନୁକୋଣରେ ବ୍ୟାଙ୍କ ସେବା ପହଞ୍ଚାଇ ଦିଆଯାଉଛି ବୋଲି କହିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶି ସୁରଜ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଧାମନଗର ବିଧାୟକ ଆହିରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ରାଜ୍ୟରେ ମୋଟ ୨,୦୭,୮୧, ୫୮୨ ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଖାତା ଖୋଲାଯିବା ଦ୍ୱାରା ଗରିବ ଶ୍ରେଣୀର ଲୋକେ ୯୨୯୦ କୋଟି ଟଙ୍କା ସଞ୍ଚୟ କରିଛନ୍ତି । ଓଡ଼ିଶାର ଦୁର୍ଗମ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହି ଯୋଜନାରେ ଅଧିକରୁ ଅଧିକ ବ୍ୟାଙ୍କ ଖାତା ଖୋଲା ଯାଇ ଦଶନ୍ଧି ଦଶନ୍ଧି ଧରି ବ୍ୟାଙ୍କ ସେବା ପାଇ ନଥିବା ଲୋକଙ୍କ ପାଖରେ ଆଜି ବ୍ୟାଙ୍କ ଡୋରଷ୍ଟେପରେ ପହଞ୍ଚିପାରିଛି । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଅଟଳ ପେନସନ୍ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଗରିବ, ଚାଷୀ, ମହିଳା, ବଞ୍ଚିତ ବର୍ଗର ଲୋକଙ୍କୁ ସଶକ୍ତ କରିଛି । 

ଓଡ଼ିଶା ସରକାର “ଆମ ବ୍ୟାଙ୍କ” ନାମରେ ଭାରତ ସରକାରଙ୍କ ବିଭିନ୍ନ ଆର୍ଥିକ ସମାବେଶର ଯୋଜନାକୁ ଓ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କର ସେବାର ବ୍ୟାପକତାର ପ୍ରଚେଷ୍ଟାକୁ ହଡପ କରିବାକୁ ଚେଷ୍ଟା ଚଳାଇଛନ୍ତି । ନବୀନ ସରକାରଙ୍କ ଅବ୍ୟବସ୍ଥା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସବୁବେଳେ ପର ଘର ତିଅଣରେ ଅତିଥି ଚର୍ଚ୍ଚା କରନ୍ତି ବୋଲି କହିଛନ୍ତି ସୂର୍ଯ୍ୟବଂଶି  । ନୂଆ ଖୋଲିବାକୁ ଯାଉଥିବା ସମସ୍ତ CSP ପ୍ଲସ୍ କାଉଣ୍ଟର ଗୁଡ଼ିକରେ ମିଳୁଥିବା ସମସ୍ତ ସେବା ଭାରତ ସରକାରଙ୍କର । ଭାରତ ସରକାରଙ୍କ ରାଷ୍ଟ୍ରାୟତ ବ୍ୟାଙ୍କ ଓ ସେମାନଙ୍କ ଦ୍ୱାରା ନିୟୋଜିତ ବ୍ୟାଙ୍କ ମିତ୍ର ଲୋକଙ୍କୁ ସେବା ଯୋଗାଉଛନ୍ତି । 

ଆହିରି କହିଛନ୍ତି, ଏହି ନୂଆ କାଉଣ୍ଟର ଗୁଡ଼ିକରେ ଭାରତ ସରକାରଙ୍କ ସହଯୋଗର କିଛି ବି ଚିହ୍ନବର୍ଣ୍ଣ ନଥିବା ଭଳି ମନେହେଉଛି । କେବଳ ମୁଖ୍ୟମନ୍ତ୍ରୀଙ୍କର ଫଟୋ, ଏହା ହେଉଛି ଓଡ଼ିଶା ସରକାରଙ୍କ CSP ସ୍କିମ୍ । ଓଡ଼ିଶା ସରକାର ବାସ୍ତବିକ ଏହି ଯୋଜନା ବାବଦରେ କିଛି ନକରି ମିଛରେ ପ୍ରଚାର କରି ଲୋକଙ୍କୁ ଭୂଆଁ ବୁଲାଇବାର ଅର୍ଥ କଣ ? ୨୦୧୪, ୨୦୧୬, ୨୦୧୮ ମୁଖ୍ୟମନ୍ତ୍ରୀ ନିଜସ୍ୱ ଯୋଜନାରେ ବ୍ୟାଙ୍କ ସେବା ପ୍ରତି ପଞ୍ଚାୟତରେ ପହଞ୍ଚାଇବା ପାଇଁ ପ୍ରତିଶୃତି ଦେଇଥିଲେ । ସେହି ପ୍ରତିଶ୍ରୁତି କୁଆଡେ ଗଲା ? ଏବେ ପୁଣି ନିର୍ବାଚନ ଆସିବାରୁ ପୁଣି ନୂଆ ଶୁଆଙ୍ଗ କାହିଁକି ?

ସମସ୍ତ ଅଣସେବା ପ୍ରାପ୍ତ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ବ୍ୟାଙ୍କ ଓ ଆର୍ଥିକ ସେବା ପହଁଚାଇବା ପାଇଁ ମାର୍ଚ୍ଚ ୨୦୧୭ରେ ନବୀନ ଓଡ଼ିଶାଙ୍କ ଓଡ଼ିଶା ଜୀବିକା ମିସନ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହ ବୁଝାମଣା କରିଥିଲେ । ସେ ବୁଝାମଣାର ସ୍ଥିତି ଆଜି କଣ ? ରାଜ୍ୟର ଜନସାଧାରଣଙ୍କୁ ଜଣାଇବେ କି ? କେତେ ଗ୍ରାମ ପଞ୍ଚାୟତରେ ଓଡ଼ିଶା ସରକାର ନିଜ ବ୍ୟାଙ୍କ ସେବା ପହଞ୍ଚାଇଲେ ? ପିଠା ଆଉ ଯୁବ ବାହିନୀ ଭଳି ଯୋଜନା ସର୍ବସ୍ଵ ହୋଇ ରହିଗଲା କି ପ୍ରଚାର ସର୍ବସ୍ୱ ନବୀନ ସରକାର ? ଲୋକଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ପାଇଁ କୌଣସି ଦୂରଦୃଷ୍ଟି, ରୋଡ଼ମ୍ୟାପ କିମ୍ବା ରଣନୀତି ନକରି କେବଳ ନିର୍ବାଚନକୁ ନଜର କରି ପ୍ରଚାର ଉଦ୍ଦେଶ୍ୟରେ ଏହି ଅପଚେଷ୍ଟା ରଚୁଛନ୍ତି ବୋଲି କହିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶି ସୁରଜ  । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ