ଲଘୁ ସମ୍ପ୍ରଦାୟ ବେଶ ବଦଳାଇ ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗ
by Argus News
Sun, Jul 21 | 8:55 p.m.

ଅର୍ଗସ ବ୍ୟୁରୋ:  କାଉଡିଆ ଯାତ୍ରୀଙ୍କୁ ଦିଆଯାଉଛି ଆମିଷ ଖାଦ୍ୟ। ଶ୍ରଦ୍ଧାଳୁଙ୍କ ଆସ୍ଥା ଉପରେ କୁଠାରଘାତ। ଏଭଳି ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ। ଲଘୁ ସମ୍ପ୍ରଦାୟ ବେଶ ବଦଳାଇ ଖାଦ୍ୟ ବିକ୍ରି କରୁଛନ୍ତି । ଶାକାହାରୀ ନାଁରେ ମାଂସାହାରୀ ଖାଦ୍ୟ ବିକି ସେମାନଙ୍କ ଆସ୍ଥା ଉପରେ କୁଟାରଘାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କାଉଡିଆଙ୍କ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କଲେ ଉତ୍ତରପ୍ରଦେଶ ସରକାର । ଜୁଲାଇ ୨୨ରୁ ଆରମ୍ଭ ହେବ ଶ୍ରାବଣ ମାସର ବହୁ ପବିତ୍ର ବୋଲବମଯାତ୍ରା । ବିଭିନ୍ନ ଶୈବପୀଠରେ ଦେଖିବାକୁ ମିଳିବ ପ୍ରବଳ ଭିଡ।  କାଉଡିଆ ଯାତ୍ରା ସମୟରେ ଯାତ୍ରୀମାନଙ୍କ ଲାଗି ବାଟରେ ବିଭିନ୍ନ ସଂଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମାଗଣା ବା ଦେୟମୁକ୍ତ ଭୋଜନର ବ୍ୟବସ୍ଥା କରାଯାଇଥାଏ। ଉତ୍ତରପ୍ରଦେଶ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ।

ଯେଉଁମାର୍ଗ ଦେଇ କାଉଡିଆ ଯିବେ ସେହି ମାର୍ଗରେ ଥିବା ସମସ୍ତ ଭୋଜନାଳୟ ମାଲିକଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଭୋଜାନାଳୟ ମାଲିକମାନେ ଦୋକାନରେ ନିଜ ନାଁ, କ୍ୟୁଆର କୋର୍ଡ ଓ ଫୋନ ନମ୍ବର ଲଗାଇବେ । ଶ୍ରଦ୍ଧାଳୁ ଏହା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ମୁସଲିମ ବ୍ୟବସାୟ ବେଶ ବଦଳାଇ ଖାଦ୍ୟ ବିକ୍ରି କରୁଛନ୍ତି । ଶାକହାରୀ ନାଁରେ ମାଂସାହାରୀ ଖାଦ୍ୟ ବିକି ସେମାନଙ୍କ ଆସ୍ଥା ଉପରେ କୁଟାରଘାତ କରୁଛନ୍ତି । ତେଣୁ ସରକାର ଏନେଇ କିଛି ପଦକ୍ଷେପ ଗ୍ରହଣ କରନ୍ତୁ । ତେବେ ଏହାକୁ ବିରୋଧ କରିଛି କଂଗ୍ରେସ । ଏହା ଦ୍ବାରା ସାମ୍ପ୍ରଦାୟିକ ହିଂସା ଉପଜିବା ସମ୍ଭାବନା ରହିଛି । ଅନେକ ସମୟରେ ଅଣହିନ୍ଦୁମାନେ ଭୋଜନାଳୟ ଖୋଲିବା ସହିତ ଯାତ୍ରୀଙ୍କୁ ଆମିଷ ଭୋଜନ ଦେଇ ସେମାନଙ୍କ ପବିତ୍ରତାକୁ ନଷ୍ଟ କରୁଛନ୍ତି। କାଉଡିଆମେନଙ୍କ ପବିତ୍ରତା ବଜାୟ ରଖିବା ଲାଗି ଭୋଜନାଳୟ ବାହାରେ ମାଲିକଙ୍କ ନାମ ଲେଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

 

ଅଧିକ ପଢ଼ନ୍ତୁ ଦେଶ ଖବର: 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା