ପୂର୍ବ ବିଜେଡି ସରକାରରେ ହୋଇ ପାରିଲାନି ସ୍କୁଲର ଉନ୍ନତିକରଣ
by Argus News
Fri, Oct 18 | 6:52 p.m.

କଳାହାଣ୍ଡି:  ଅବ୍ୟବସ୍ଥାରେ ମାଣ୍ଡେଲ ପ୍ରାଥମିକ ବିଦ୍ୟାଳୟ । ବିଗତ 25ବର୍ଷର ସ୍ଥିର ସରକାର ସ୍କୁଲମାନଙ୍କର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମ ରେ ରହିଥିବା ପ୍ରାଥମିକ ବିଦ୍ୟାଳୟ ରେ ବ୍ୟତିକ୍ରମ ଦେଖିବାକୁ ମିଳିଛି l  ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍କୁଲରେ 150ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ନା ରହିଛି ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ନା ରହିଛି ଶୌଚାଳୟ ବ୍ୟବସ୍ଥା ।  ରୋଷେଇ ଘରର କଥା ନ କହିବା ଭଲ । ଏମିତିକି ବିଦ୍ୟାଳୟ ପରିସର ଆର୍ବଜନା ଅଳିଆରେ ଭର୍ତ୍ତି । ତେଣୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ।

ବିଦ୍ୟାଳୟର ନଳକୂଅ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ସମୟ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେୟା ବାହାରୁ ପାଣି ଆଣି ରୋଷେଇ କରୁଥିବା ବେଳେ ଛାତ୍ରଛାତ୍ରୀମାନେ ପିଇବା ପାଣି ପାଇଁ ବାହାର ନଳକୂପ ଉପରେ ନିର୍ଭର କରୁଛନ୍ତି । ଯେଉଁ ଶୌଚାଳୟ ଅଛି ତାହା ସମ୍ପୂର୍ଣ ଭାବେ ଭାଙ୍ଗିଯାଇଛି । ସ୍କୁଲରେ ଥିବା ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି । ତେବେ ଏନେଇ ନର୍ଲା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଶୌଚାଳୟ, ପିଇବା ପାଣି ଓ ରୋଷେଇ ଘର ନିର୍ମାଣ ଓ ମରାମତି କାମ ଆମ ଅଧୀନରେ ଆସୁନାହିଁ ।  ପୂର୍ବ ବିଜେଡି ସରକାରରେ ହୋଇ ପାରିଲା ନାହିଁ ବିଦ୍ୟାଳୟର ଉନ୍ନତି । ନୂଆ ସରକାରଙ୍କ ପାଖରେ ସମସ୍ୟା ସମାଧାନ ହେବ ବୋଲି ଆଶା ରଖିଛନ୍ତି ଅଭିଭାବକ । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

ମୁଖ୍ୟମନ୍ତ୍ରୀ
57m ago
ମୁମ୍ବାଇରେ ଇଣ୍ଡିଆ କେମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ କେମ୍-2024ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକଙ୍କୁ ଓଡ଼ିଶାର
ଅବଢା
ଚଢା ଦର ଯୋଗୁଁ ବହୁ ଭକ୍ତ କାଳିଆର ଅବଢାରୁ ବଞ୍ଚିତ
ଅର୍ଗସ ବ୍ୟୁରୋ: କାର୍ତ୍ତିକ ଆରମ୍ଭରୁ ମହାପ୍ରସାଦ ଦର ବେଲଗାମ। ଚଢ଼ା ଦରରେ ମହାପ୍ରସାଦ ବିକ୍ରି ଯୋଗୁଁ ଭକ୍ତ ହେଉଛନ୍ତି ନିରାଶ। ଭୋଗରେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ଶ୍ରୀମନ୍ଦି
PCC PRESIDENT
ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ
ଅର୍ଗସ ବ୍ୟୁରୋ: ରାଜ୍ୟ କଂଗ୍ରେସର ସମସ୍ତ କମିଟି ଭାଙ୍ଗିବାର 87 ଦିନ ପରେ ଏଆଇ ସିସି ର ଚେତା ପଶିଛି । ଛତିଶଗଡ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଙ୍କୁ ରାଜ୍ୟ କଂଗ୍ରେସ ସଂଗଠ