ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା 
by Argus News
Fri, Jul 26 | 6:44 p.m.

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା । ରାଜ୍ୟ ପୋଲିସ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ସଂରକ୍ଷଣ । ହରିୟାଣା, ଉତ୍ତରାଖଣ୍ଡ ପରେ ଉତ୍ତର ପ୍ରଦେଶରେ ମଧ୍ୟ ଅଗ୍ନିବୀରଙ୍କୁ ପୋଲିସ ନିଯୁକ୍ତିରେ 10 ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ସିଏମ ଯୋଗୀ ଆଦିତ୍ୟନାଥ ।  ସେହିପରି ସମାନ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।

ଏହାପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି,ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି ମଧ୍ୟ  ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବାକୁ ଘୋଷଣା କରିଥିଲେ ।  ଅଗ୍ନିପଥ ଯୋଜନାରେ କାର୍ଯ୍ୟ କରିଥିବା ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବାପରେ ପ୍ରଥମ ରାଜ୍ୟଭାବେ ହରିୟାଣା ରାଜ୍ୟରେ ଯୋଜନା ଲାଗୁ କରିଥିଲେ । କେନ୍ଦ୍ର ସରକାର ନିକଟରେ CISF, BSF ଓ RPF କନେଷ୍ଟବଳ ପୋଷ୍ଟ ଲାଗି ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଥିଲେ। ୨୦୨୨ ଜୁନରେ କେନ୍ଦ୍ର ସରକାର ପ୍ରଥମ କରି ସେନାରେ ଅଗ୍ନିପଥ ନିଯୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହି ନିଯୁକ୍ତି ମାଧ୍ୟମରେ ସାଢେ ୧୭ ବର୍ଷରୁ ୨୧ ବର୍ଷ ବୟସର ପିଲା ସେନାରେ ନିୟୋଜିତ ହୋଇ ପାରୁଛନ୍ତି। ଅଗ୍ନିପଥ ଯୋଜନାରେ ସାମିଲ ହେଉଥିବା ଯବାନଙ୍କ କାର୍ଯ୍ୟକାଳ ୪ ବର୍ଷ ରଖାଯାଇଛି।  

ଅଧିକ ପଢନ୍ତୁ ଭାରତ ଖବର 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା