ଗାଡ଼ିରେ ଫିଟନେସ୍‌ ନଥିଲେ ଆକ୍ସନ ! ସିଧା ଜେଲରେ କଥାବାର୍ତ୍ତା
by Argus News
Thu, Jul 25 | 9:11 p.m.

ଅର୍ଗସ ବ୍ୟୁରୋ : ସାବଧାନ ! ଗାଡ଼ି ଚାଳକ । ଫିଟନେସ୍‌ ନଥିଲେ କି ରେଜିଷ୍ଟ୍ରେସନ ନଥିଲେ ନିଆଯିବ କଡ଼ା ଆକ୍ସନ । ଗାଡି ସିଜ୍‌ ହେବା ସହିତ ମାଲିକଙ୍କ ବିରୋଧରେ ବି ଆକ୍ସନ ନିଆଯିବ । ରାଜ୍ୟ ପରିବହନ ବିଭାଗର ଏ କଡ଼ା ନିଷ୍ପତ୍ତି ସାଙ୍ଗକୁ ବିଭାଗୀୟ ମନ୍ତ୍ରୀ ବିଭୁତି ଜେନାଙ୍କ ଚେତାବନୀ ପରେ ଏବେ ଅମାନିଆଙ୍କ ଛାତିରେ ପଶିଲାଣି ଛନକା । କାରଣ ପୁରା ରାଜ୍ୟର ଆରଟିଓଙ୍କୁ ଆକ୍ସନ ମୋଡକୁ ଆସିବାକୁ ଦିଆଯାଇଛି ନିର୍ଦ୍ଦେଶ । 

ଏଣିକି ବିନା କାଗଜପତ୍ରରେ ଗାଡି ଚଳାଇବା ମହଙ୍ଗା ପଡ଼ିବ । ଖାଲି ମହଙ୍ଗା ପଡ଼ିବ ତାହା ନୁହେଁ ବରଂ ତଣ୍ଡ ଗଣିବାକୁ ବି ପଡ଼ିବ । କାରଣ, କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ, ବାଣିଜ୍ୟିକ ଗାଡ଼ିଗୁଡ଼ିକ ବୈଧ ପଞ୍ଜୀକରଣ ଓ ଫିଟନେସ ସାର୍ଟିଫିକେଟ ଏବଂ ଅଣବାଣିଜ୍ୟିକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବାଧ୍ୟତାମୂଳକ ହୋଇଛି । ଯଦି ନିୟମ ଅନୁସାରେ ଗାଡ଼ିରେ କାଗଜପତ୍ର ଠିକ୍‌ ନଥିବ ତାହାଲେ ରାସ୍ତାରେ ଗାଡ଼ି ଚଲାଇବା ଧର୍ତ୍ତବ୍ୟ ଅପରାଧ ବୋଲି ବିବେଚନା କରାଯିବ । ନିୟମ ଉଲ୍ଲଂଘନକାରୀ ଏଭଳି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ବୀମାରାଶି ମଧ୍ୟ ପ୍ରଦାନ କରିବା ନିୟମ ନାହିଁ । ଯାହା ଫଳରେ ଦୁର୍ଘଟଣାର ଶିକାର ବ୍ୟକ୍ତି କ୍ଷତିପୂରଣ ପାଇପାରୁ ନାହାନ୍ତି । ତେଣୁ ଗାଡି ଚାଳନାରେ କେମିତି ଶୃଙ୍ଖଳା ଆସିବ ସେନେଇ ଏମିତି କଡ଼ା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଚାଲିଛି ।

ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ନିୟମ ଅନୁସାରେ କେବଳ ବାଣିଜ୍ୟିକ କିମ୍ବା ଘରୋଇ ଗାଡ଼ି ନୁହେଁ ବରଂ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିୟୋଜିତ ହୋଇଥିବା ଗାଡ଼ିରେ ବି ସମାନ ଫର୍ମୁଲାରେ ଚେକିଂ କରାଯିବ । ଯେଉଁ ଶିକ୍ଷାନୁଷ୍ଠାନ ଏହି ନିୟମ ମାନୁନଥିବ ସେମାନଙ୍କ ବିରୋଧରେ ବି ଆକ୍ସନ ନିଆଯିବ ବୋଲି ସ୍ପଷ୍ଟ ଭାବରେ କୁହାଯାଇଛି । 

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଅନେକ ସମୟରେ ଦେଖାଯାଇଛି ଗାଡିରେ ଲାଗୁଥିବା ନମ୍ବର ପ୍ଲେଟ୍‌ରେ ଠିକ୍‌ରେ ଦିଶୁନାହିଁ । ଯେଉଁଥି ପରିବହନ ବିଭାଗର କର୍ମଚାରୀମାନେ ସଂପୃକ୍ତ ଗାଡିର ପଂଜୀକୃତ ସମ୍ପର୍କରେ ଠିକ୍‌ରେ ବିବରଣୀ ପାଉନାହାନ୍ତି । ହେଲେ ଏବେ ସେମିତି ଆଉ ଚଳିବନି । କାରଣ ଆକ୍ସନ ମୋଡରେ ଏବେ ପରିବହନ ବିଭାଗ ରହିଛି । ନିୟମ ନମାନିଲେ ସଙ୍ଗେ ସଙ୍ଗେ ଆକ୍ସନ ନିଆଯିବ ବୋଲି କୁହାଯାଇଛି ।

ସାଧାରଣତଃ ଟୋଲଗେଟ୍‌ରେ ଆମେ ଟ୍ୟାକ୍ସ ଦିଅନ୍ତି । ଟଙ୍କା ଦେବା ପରେ ଆମେ ଟୋଲଗେଟ୍‌ ପାର ହୁଅନ୍ତି । ହେଲେ ଏବେ ରାଜ୍ୟର ଆରଟିଓମାନେ ଟୋଲଗେଟ୍‌ରେ ଗାଡ଼ି ସମ୍ପର୍କରେ ସବୁ ତଥ୍ୟ ଦେବେ । ତେଣୁ ଯେଉଁ ଗାଡି ବେଆଇନ ଚାଲିଥିବ ଏଇଠାରେ ହିଁ ଧରାପଡିବ । ଏବେ ଅପେକ୍ଷା କେତେ ମାତ୍ରାରେ ବେଆଇନ ଗାଡି ଚାଲୁଛି ରାଜ୍ୟରେ ଏବଂ କେତେ ଜୋରିମାନା ଆଦାୟ ହେଉଛି ।
 


 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା