ଓଡିଶାର ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ୱାଇଁ ଗ୍ରହଣ କଲେ ପଦ୍ମଶ୍ରୀ
by Argus News
Mon, Apr 22 | 9:53 p.m.

ଅର୍ଗସ ବ୍ୟୁରୋ : ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମ ବିଭୂଷଣ'ରେ ସମ୍ମାନିତ ହେଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପବ୍ଲିକ ଆଫାୟାର୍ସ ବା ଜନସଭା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସେହିପରି କଳା କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ବିନୋଦ କୁମାର ପ୍ରଶାୟତ ଓ ଗୁରୁ ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।

ଏମାନଙ୍କ ବ୍ୟତୀତ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର କଳା କ୍ଷେତ୍ରରେ ଅଭିନେତା ତଥା ରାଜନେତା କୋନିଦେଲା ଚିରଞ୍ଜିବୀ, ବେଜୟନ୍ତୀମାଲା ବାଲି ଏବଂ ତାମିଲନାଡୁରୁ କଳା କ୍ଷେତ୍ରରେ ପଦ୍ମ ସୁବ୍ରମଣ୍ୟମ ଏବଂ ବିହାରର ସାମାଜିକ କାର୍ଯ୍ୟରେ ବିନ୍ଦେଶ୍ବର ପାଠକ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର । ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ତିନୋଟି ଶ୍ରେଣୀରେ ଏହି ପୁରସ୍କାର ପ୍ରଦାନ କରାଯାଏ । ପୁରସ୍କାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପ୍ରଦାନ କରାଯାଇଥାଏ । ଯେପରିକି କଳା, ଜନସେବା, ସମାଜ ସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡା, ନାଗରିକ ସେବା ଅନ୍ତର୍ଭୁକ୍ତ ।

ଅଧିକ ପଢନ୍ତୁ ଓଡିଶା ଖବର

୨୦୨୪ ବର୍ଷ ପାଇଁ ରାଷ୍ଟ୍ରପତି ୧୩୨ ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି । ଏହି ତାଲିକାରେ ୫ ପଦ୍ମ ବିଭୂଷଣ, ୧୭ ପଦ୍ମ ଭୂଷଣ ଏବଂ ୧୧୦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୩୦ ଜଣ ମହିଳା, ୮ ଜଣ ବିଦେଶୀ / NRI / PIO / OCI ଏବଂ ୯ ଜଣଙ୍କୁ ମରୋଣତ୍ତର ଭାବେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ମରଣୋତ୍ତର ପାଇଁ ଏମ ଫତିମା ବିବି, ବିଜୟକାନ୍ତ ଓ ସତ୍ୟବ୍ରତ ମୁଖାର୍ଜୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ