ଶୁକ୍ର ଗ୍ରହରେ  ରହସ୍ୟ ଖୋଜିବ ଭାରତ
by Argus News
Fri, Sep 20 | 2:53 p.m.

ନୂଆଦିଲ୍ଲୀ:  ଶୁକ୍ର ଗ୍ରହରେ  ରହସ୍ୟ ଖୋଜିବ ଭାରତ।  ପ୍ରେମ ଗ୍ରହ କୁହାଯାଉଥିବା  ଶୁକ୍ର ଗ୍ରହରେ ଜୀବନ ସମ୍ଭବ କି ଏହାର ପର୍ଦ୍ଦାଫାସ୍‌ କରିବ ଭାରତର ଆଉ  ଏକ ବଡ ମିଶନ।  ଠିକ୍‌ ୪ ବର୍ଷ ପରେ ଭାରତର ଶୁକ୍ରଯାନ ଯିବ ଶୁକ୍ର ଗ୍ରହକୁ।   କକ୍ଷପଥରେ  ପହଞ୍ଚିବା ପରେ  ଶୁକ୍ରର  ଚର୍ତୁପାର୍ଶ୍ୱରେ  ଘୁରି ବୁଲିବ ଅରବିଟ୍।  ଆଉ ଦେଖିବ  ଅକ୍ସିଜେନ୍‌ ଥାଇ ମଧ୍ୟ କାହିଁକି ଏଠାରେ ଜୀବନ ର ସତ୍ତା ନାହିଁ।   ଏଥିସହିତ ଏହି ଗ୍ରହରେ  କଣ ଏମିତି ସ୍ୱତନ୍ତ୍ରତା ଅଛି ତାହା ଘୋଜିବ ଶୁକ୍ରଯାନ।   ପ୍ରକୃତରେ  ଶୁକ୍ରଗ୍ରହ ବିଷୟରେ ଜାଣିବା ପାଇଁ ସାରା ବିଶ୍ୱର ଆଗ୍ରହ।  ଏଥିପାଇଁ ୧୯୬୦ ରୁ କାମ ହୋଇ ଆରମ୍ଭ ହୋଇଥିଲା।  ଏପର୍ଯ୍ୟନ୍ତ ୪୬ଟି ମିଶନ  ଶୁକ୍ର ଗ୍ରହକୁ ଯାଇ ସାରିଛି।   ଏଥିରେ  ଆମେରିକା, ରୁଷ୍‌ ଜାପାନ, ୟୁରୋପ ସାମିଲ ଅଛନ୍ତି।  ଏମାନଙ୍କ ପରେ ଏବେ ଚୀନ  ଏବଂ ଭାରତ ଅଣ୍ଟା ଭିଡୁଛନ୍ତି ଶୁକ୍ରକୁ ଯିବା ପାଇଁ। 
 

୬୪ ବର୍ଷରେ ୪୬ ମିଶନ

ଟିକେ ଭାବନ୍ତୁ  ଗତ ୬୪ ବର୍ଷ  ମଧ୍ୟରେ ସାରା ବିଶ୍ୱର ଶୁକ୍ର ଗ୍ରହ ବିଷୟରେ ଜାଣିବା ପାଇଁ  ଏତେ ଆଗ୍ରହ କାହିଁକି ବଢୁଛି ?।  ଶୁକ୍ର ପୃଥିବୀର ସବୁଠାରୁ ନିକଟତମ ଗ୍ରହ    । ଏହା ସୌରମଣ୍ଡଳର ଏପରି ଏକ ଗ୍ରହ  ଯେଉଁଠାରେ ଜନବସତୀ ସ୍ଥାପନ ସମ୍ଭବ ହୋଇପାରେ।  ଶୁକ୍ର ଗ୍ରହରେ   ଅକ୍ସିଜେନ୍‌   ଏବଂ ପାଣି  ମଧ୍ୟ ରହିଛି।   ଜୀବନ ବଞ୍ଚିବା ପାଇଁ ଏତେ ସବୁ ଉପାଦାନ ଥାଇ ମଧ୍ୟ  ଏଠାରେ  କଣ ପାଇଁ ଜୀବନ ତିଷ୍ଠୁନି ତାହା ଖୋଜୁଛି ସାରା ବିଶ୍ୱ। 
 

ଭାରତ କେବେ ପଠାଇବ  ଶୁକ୍ରଯାନ ?


 ବର୍ଷ ୨୦୨୮ରେ ଭାରତ ଶୁକ୍ରକୁ ପଠାଇବ ଶୁକ୍ରଯାନ।  ଏଥିପାଇଁ  ୧୨ ଶହ ୩୬ କୋଟି ମଞ୍ଜୁର ହୋଇଛି।  ତେବେ ଶୁକ୍ରଗ୍ରହ ପାଇଁ   ପ୍ରଥମ ମିଶନ  ୨୦୧୨ରେ   ତିରୁପତି ଅନ୍ତରିକ୍ଷ  ସମ୍ମିଳନୀରେ ପ୍ରସ୍ତୁତ କରାଯାଇଥିଲା।   କିନ୍ତୁ ଏହି ମିଶନ ଆଗକୁ ବଢିପାରିନଥିଲା।  ହେଲେ ଏହି ମିଶନକୁ ନେଇ ଇଶ୍ରୋର ଅଧ୍ୟୟନ ଜାରି ରହିଥିଲା।  ଯାହା ୨୦୨୮ରେ ସଫଳ ହେବାକୁ ଯାଉଛି। 
 

ଭରତପୁର ଘଟଣା
26m ago
ଭରତପୁର ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡିସିପିଙ୍କୁ ଡାକିଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭରତପୁର ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଘଟଣାକୁ ନେଇ ଡିସିପିଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଡାକରା । ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡାକିଲ
RATNABHANDAR
ରତ୍ନଭଣ୍ଡାରର ବୈଷୟିକ ସର୍ଭେ ବେଳେ ଶ୍ରୀଜୀଉଙ୍କ ଦର୍ଶନରେ ହେବନି କୌଣସି ଅସୁବିଧା
ପୁରୀ: ଏଏସଆଇ ପକ୍ଷରୁ ଆସନ୍ତାକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ । ଏଥିପାଇଁ ଦିନ 2ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମୟ ସ୍ଥି
ଟେଷ୍ଟ
ହାତ ଟେକିଦେଲା ବାଂଲାଦେଶ, ୧୪୯ରେ ଅଟକିଲା,ବୁମରାଙ୍କୁ ୪ ୱିକେଟ୍
ଅର୍ଗସ ବ୍ୟୁରୋ:ଚେନ୍ନାଇରେ ଚାଲିଥିବା ଭାରତ-ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ରୋଟକ ମୋଡ ଦେଖିବାକୁ ମିଳିଛି,ଚିଦାମ୍ବରମ ଷ୍ଟାଡିୟମରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲି