ଗିରଫ ହେଲା କୁଖ୍ୟାତ ବ୍ରାଉନସୁଗର ବେପାରୀ କଟି
by Argus News
Thu, May 30 | 12:58 p.m.

ଭୁବନେଶ୍ୱର: ଗିରଫ ହେଲା କୁଖ୍ୟାତ ବ୍ରାଉନସୁଗର ବେପାରୀ । ଗିରଫ କଲା STF । ଅଭିଯୁକ୍ତ ର ନାଁ ଏସ୍.କେ.ମହତାବ ଅଲ୍ଲୀ । ଘର ମୟୁରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ ଗତ ଫେବୃଆରୀ ମାସ ୨୧ ତାରିଖ ରେ ଚଢ଼ାଉ ବେଳେ ୩୦୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ସେହି ଘଟଣାରେ କ୍ଷୀରସିନ୍ଧୁ ସାମଲ କୁ ଗିରଫ କରିଥିଲା ପୋଲିସ। କିନ୍ତୁ ପୋଲିସକୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଏସ୍.କେ.ମହତାବ ଅଲ୍ଲୀ ଓରଫ କଟି।

ଗିରଫ ପରେ STF ପକ୍ଷରୁ ଅଭିଯୁକ୍ତକୁ କରଞ୍ଜିଆ କୋର୍ଟରେ ହାଜର କରାଯାଇଛି । ୨୦୨୦ ମସିହାରେ ମଧ୍ୟ STF ପକ୍ଷରୁ କଟି କୁ ଗିରଫ କରାଯାଇଥିଲା। ସେତବେଳେ ତା ଠାରୁ ୩ କେଜି ୨୬୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା । ୨ ବର୍ଷ ଜେଲ ରେ ରହି ୨୦୨୨ ଅଗଷ୍ଟ ମାସରେ ଜାମିନରେ ଆସିବା ପରେ ପୁଣି ଥରେ ନିଶା କାରବାର ଆରମ୍ଭ କରିଥିଲା କଟି । ବେତନଟୀ, ବାରିପଦା ଟାଉନ, ମୟୁରଭଞ୍ଜ ଅବକାରୀ ଥାନାରେ ଏହି ନିଶା ମାଫିଆ ବିରୋଧରେ ସଙ୍ଗୀନ ମାମଲା ରହିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ