ପ୍ରବଳ ଥଣ୍ଡାରେ ହିମାଳୟ ଜଙ୍ଗଲରେ ୧୦ ଦିନ କାଟିଲେ ବିଦ୍ୟୁତ ଜୈମାଲ
by Argus News
Mon, Dec 11 | 11:05 a.m.

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ବିଦ୍ୟୁତ ଜାମଓ୍ବାଲ ତାଙ୍କ ଅଭିନୟ ଏବଂ ଷ୍ଟଣ୍ଟ ପାଇଁ ଖୁବ ଲୋକପ୍ରିୟ। ଗତ ରବିବାର ତାଙ୍କର ଜନ୍ମଦିନ ଯାଇଥିଲାବେଳେ ସେ ଏହାକୁ ଏକାକୀ ଜଙ୍ଗଲରେ ପାଳନ କରିଛନ୍ତି। ଦୈନନ୍ଦିନ ଜୀବନର ଅଏସ ଆରାମ ଛାଡ଼ି ସେ ଜଙ୍ଗଲରେ ଗୋଟିଏ ସପ୍ତାହ ବିତାଇଛନ୍ତି। ବିଦ୍ୟୁତ ସୋସିଆଲ ମିଡିଆରେ ଏହି ସମୟର ଫଟୋ ଶେୟାର କରିଛନ୍ତି ଯେଉଁଠାରେ ସେ ପ୍ରକୃତିର କୋଳରେ ବିନା ପୋଷାକରେ ଏହି ସମୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ଇଣ୍ଟରନେଟରେ ଭାଇରାଲ ହେବାସହ ଝଡ଼ ସୃଷ୍ଟି କରିଛି। 

 

ବିଦ୍ୟୁତ ଏକାଧିକ ଫଟୋ ଶେୟାର କରିଥିଲେ ଏବଂ ଜଣେ ସ୍ଥାନୀୟ ମେଣ୍ଢାପାଳକ ତାଙ୍କ ଫଟୋ କ୍ଲିକ କରିଥିବା ସେ କହିଥିଲେ। ଗୋଟିଏ ଫଟୋରେ ସେ ନିଜ ସୁନ୍ଦର ସ୍ବାସ୍ଥ୍ୟକୁ ଦେଖାଇ ହାତକୁ ଆକାଶ ଆଡକୁ ଉଠାଇ ଏକ ପୋଜ ଦେଇଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି ହିମାଳୟ ପରିସରକୁ ମୋର ଏହିପ୍ରକାର ରିଟ୍ରିଟ ୧୪ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ମୁଁ ଏହିପରି ୭-ରୁ ୧୦ ଦିନ ଜଙ୍ଗଲରେ ବିତାଇବାକୁ ଚାହେଁ। ମୋତେ ଭାରି ଭଲ ଲାଗେ। 

ଅନ୍ୟ ଏକ ଫଟୋରେ ବିଦ୍ୟୁତ କାଠ ଓ ପଥର ବ୍ୟବହାର କରି ଜଙ୍ଗଲରେ ମ୍ୟାଗି ତିଆରି କରୁଥିବା ଦେଖିବାକୁ ମିଳିଥିଲା। ପ୍ରକୃତିରୁ ମିଳିଥିବା ଶାନ୍ତ ବାତାବରଣକୁ ମୁଁ ଉପଭୋଗ କରିବାକୁ ଚାହେଁ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ