କୁକୁଡ଼ା ଫାର୍ମର ଦୁର୍ଗନ୍ଧରେ ହନ୍ତସନ୍ତ ଗ୍ରାମବାସୀ
by Argus News
Thu, Nov 30 | 6:47 p.m.

ଅର୍ଗସ ବ୍ୟୁରୋ:  କୁକୁଡ଼ା ଫାର୍ମର ଦୁର୍ଗନ୍ଧରେ ହନ୍ତସନ୍ତ ଗ୍ରାମବାସୀ । ଦୁର୍ଗନ୍ଧ ଓ ଅସ୍ବାସ୍ଥ୍ୟକର ପରିବେଶରେ ଅତିଷ୍ଟ ହେଲେଣି ଲୋକେ ।  ଅଭିଯୋଗ ସତ୍ତ୍ବେ ଗୁହାରି ଶୁଣିବାକୁ ନାରାଜ ପ୍ରଶାସନ । ଜନବସତି ଅଞ୍ଚଳରେ ପଲ୍ୟୁସନ ବିଭାଗର ଅନୁମତିକୁ ନେଇ ଉଠିଲା ପ୍ରଶ୍ନ । ବର୍ଷ ବର୍ଷ ଧରି କୁକୁଡାଫାର୍ମର ଦୁର୍ଗନ୍ଧ ଓ ପ୍ରଦୂଷଣରେ ଏବେ ଅତିଷ୍ଟ ହେଲେଣି ଗାଁ ଲୋକେ । ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ପରିବେଶ  l ନାକରେ ରୁମାଲ, ମାସ୍କ , କିମ୍ବା ଗାମୁଛା ନଦେଲେ ରାସ୍ତାଦେଇ ଯାତାୟତ କରିବା ଭାରି ମୁସ୍କିଲ ହୋଇପଡୁଛି  l ଖାଦ୍ୟରେ ମାଛି , ପାଣିରେ ମାଛି , ପୁରା ପରିବେଶ ସାରାମାଛି  l ଦୁର୍ଗନ୍ଧ ଯୋଗୁଁ ବାୟୁ ପ୍ରଦୂଷଣ ହେବା ସାଙ୍ଗକୁ  ମାଛି ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି l ଫଳରେ ଲୋକେ ନାନା ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ମଧ୍ୟ ଦେଖାଦେଲାଣି l ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ହୁକମତଳା ଗାଁ ମୁଣ୍ଡରେ ଥିବା କୁକୁଡା ଫାର୍ମ ଏବେ ଲୋକଙ୍କ ପାଇଁ କାଳ ସାଜିଛି l

କେବଳ ଗ୍ରାମବାସୀ ଏହାର ଶିକାର ହେଉଛନ୍ତି ତାହାନୁହେଁ l ଗାଁ ନିକଟରେ ରହିଥିବା ଆଦିବାସୀ ଛାତ୍ରୀନିବାସରେ ପଡୁଥିବା କୁନିକୁନି ଆଦିବାସୀ ଛାତ୍ରୀମାନେ ମଧ୍ୟ ଏହାର ଶିକାର ହେୁଛନ୍ତି । ସେମାନଙ୍କ ଖାଇବା ପିଇବାରେ ମାଛି ବସୁଥିବା ସହ ଅସ୍ବାସ୍ଥ୍ୟକର ବାତାବରଣ ଦେଖା ଦେଉଛି  l ତେବେ  କୁକୁଡା ଫାର୍ମ ମାଲିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ବେଳେ , ଶହଶହ କୁନିକୁନି ଆଦିବାସୀ ଛାତ୍ରୀମାନଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଉଛି l ବର୍ଷ ବର୍ଷ ଧରି ଦୁର୍ଗନ୍ଧ ଯୋଗୁଁ ଫାର୍ମକୁ ସ୍ଥାନାନ୍ତର କରିବା ପାଇଁ ଦୁଇ ଦୁଇ ଥର ଗ୍ରାମବାସୀ ସେ ସମୟରେ ଥିବା ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ମଧ୍ୟ ଜଣାଇଥିଲେ l ହେଲେ ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଇନଥିବା କହିଛନ୍ତି ଗ୍ରାମବାସୀ l

ଏନେଇ ଗ୍ରାମବାସୀ ଏକତ୍ରିତ ହୋଇ କୁକୁଡା ଫାର୍ମ ଫାଟକ ସମ୍ଭୁଖରେ ପ୍ରତିବାଦ କରିବା ସହ ଯଥାଶିଘ୍ର ଫାର୍ମ ବନ୍ଦ କରିବା ପାଇଁ ଧାରଣା ଦେଇଛନ୍ତି  lତେବେ ବଡପ୍ରଶ୍ନ କାହାସ୍ବାର୍ଥରେ କାମ କରୁଛି ରାୟଗଡା ପ୍ରଶାସନ ? ଜନବସତି ଅଞ୍ଚଳରେ କୁକୁଡା ଫାର୍ମ ନିର୍ମାଣ ନିମନ୍ତେ ଅନୁମତି ଦେଲା କିପରି ?  କୁକୁଡା ଫାର୍ମ ଉଚ୍ଛେଦ ନିମନ୍ତେ କେବେହେବ କାର୍ଯ୍ୟାନୁଷ୍ଠାନ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ