ଅନ୍ଧାର ଘେରରେ ପଦ୍ମପୁର ଗ୍ରାମବାସୀ
by Argus News
Mon, Jul 08 | 7:01 p.m.

ଅର୍ଗସ ବ୍ୟୁରୋ: ସ୍ୱାଧୀନତାକୁ ଅନେକ ବର୍ଷ ବିତିଛି ସତ, ମାତ୍ର ଏବେବି ଅଭିଶପ୍ତ ଜିବନ ବଞ୍ଚୁଛନ୍ତି ପଦ୍ମପୁରବାସୀ। ଗଞ୍ଜାମ ଦିଗପହଣ୍ଡିରୁ ୪୦-୫୦ କିଲୋମିଟର ଦୂର ଅଣଓସାରିଆ ଜଙ୍ଗଲୀ ଘାଟିରାସ୍ତା ଅତିକ୍ରମ କରିବା ପରେ ପଡେ ଅନ୍ଧାରି ଗାଁ ପଦ୍ମପୁର I ଜଙ୍ଗଲ ମଧ୍ୟରେ ଅଭିଶପ୍ତ ଗାଁ ଯେଉଁଠି ଏବେବି ସଧ୍ୟା ନଇଁଲେ ଅନ୍ଧାର ମଧ୍ୟକୁ ଚାଲିଯାଏ ପୁରା ଗାଁ। ଡିବିରୀ ଆଲୁଅ ଏଠି ଅନ୍ଧାର ଦୁର କରିବାର ସାହା ଭରସା।୨୫ ବର୍ଷର ବିଜେଡି ଶାସନରେ ବି ବଦଳିନି ଗାଁର ଚିତ୍ର। ରାସ୍ତା ପାଣି ସମସ୍ୟା ଗାଁର ମୁଖ୍ୟ ସମସ୍ୟା ତେବେ ଶିକ୍ଷା ମଧ୍ୟ ଗାଁର ଏକ ପ୍ରମୁଖ ସମସ୍ୟା। ଗାଁରେ ବିଦ୍ୟାଳୟ ନଥିବାରୁ ଛୋଟ ପିଲାମାନେ ଜଙ୍ଗଲୀ ରାସ୍ତା ଦେଇ ପାଖାପାଖି ୩-୪ କିଲୋମିଟର ଚାଲି ଚାଲି ଯାନ୍ତି I ଅନ୍ୟପଟେ ସଧ୍ୟା ନାଇଁଲେ ଡିବିରୀ ଲଗାଇ ପିଲା ମାନେ ପାଠପଢନ୍ତି I

ଏହି ଡିବିରୀ ଆଲୁଅରେ ଘରର ରୋଷେଇ ସହ ଅନ୍ୟ କାମ ସ ବୁ ହୋଇଥାଏ।ଗାଁର ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସରକାରଙ୍କୁ ପୂର୍ବରୁ ବହୁବାର ଅବଗତ କରାଇଥିବା ସତ୍ତ୍ବେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ I ୨୫ ବର୍ଷର ବିଜେଡି ସରକାରରେ ଗାଁରେ ବିକାଶ ଏବେବି ସାତ ସପନ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ବେଆଇନ୍ ମେଡିସିନ୍
51m ago
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ