ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଘଟଣା:ପୁରୁଣା ବଜାରରେ ୧୬୩ ଧାରା ଜାରି 
by Argus News
Sat, Sep 28 | 12:29 p.m.

ଭଦ୍ରକ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଦେଖାଦେଇଥିଲା,ସ୍ଥିତି ଅଶାନ୍ତ ଥିବାରୁ ପୁରୁଣା ବଜାରରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ୧୬୩ ଧାରା ଜାରି ରହିଛି। ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ୧୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଘଟଣାରେ ଅଟକ ୯ ଜଣ ଅଭିଯୁକ୍ତଙ୍କୁ ମେଡିକାଲ ଟେଷ୍ଟ ପାଇଁ ଆଣିଛି ପୁରୁଣା ବଜାର ପୋଲିସ । ଭଦ୍ରକ ଜିଲ୍ଲାରେ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ରାତିରେ ଫ୍ଲାଗ୍ ମାର୍ଚ୍ଚ କରିଛି ପୋଲିସ୍ । ଭଦ୍ରକ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଆଜି ବସିପାରେ ଶାନ୍ତି କମିଟି ବୈଠକ । ସେହିପରି ଧାମନଗରର ଧାମନଗର ବିଜ୍ଞାପିତ ଅଞ୍ଚଳ ଓ ଦୋବଲ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଲାଗୁ ହୋଇଛି । ଏଥିସହ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି 

ଆଇନ ଶୃଙ୍ଖଳା ପରିସ୍ଥିତି ଭଙ୍ଗ ନ ହେଲା ଭଳି କୌଣସି ମିଥ୍ୟା ଗୁଜବ ପ୍ରଚାର ନକରି ଶାନ୍ତି ବଜାଇ ରଖାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ଧାମନଗର ପୋଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ଅନୁରୋଧ କରାଯାଇଛି । ତେବେ ସୋସିଆଲ୍ ମିଡିଆ ପୋଷ୍ଟ ପରେ ଭଦ୍ରକରେ ସୃଷ୍ଟି ହୋଇଛି ଉତ୍ତେଜନା ମୂଳକ ସ୍ଥିତି । ପୋଲିସ ଉପରେ ଆକ୍ରମଣ ସହ ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ଭାଙ୍ଗିଥିଲେ ଦୁର୍ବୃତ୍ତ । ପୋଲିସ ଉପରେ ଆକ୍ରମଣ ପରେ ପୁରୁଣା ବଜାର ଥାନାରେ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର । ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ ନ କରିବାକୁ ନିବେଦନ କରିଛନ୍ତି ଡିଆଇଜି । ଭଦ୍ରକ ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ 
 

ସରକାର
10m ago
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ
ନସରୁଲ୍ଲାର ଆଡ୍ଡା
18m ago
ଆତଙ୍କର ସର୍ବନାଶ..ନସରୁହ୍ଲାର ହେଲା ବିନାଶ
ଅର୍ଗସ ବ୍ୟୁରୋ: ହିଜବୁଲ୍ଲା ହେଡ୍ ର ଖେଳ ଖତମ୍ । ବେରୁଟ୍ ରେ ନସରୁଲ୍ଲାର ଆଡ୍ଡା କୁ ଟ୍ରାକ୍ ତାପରେ ବମ୍ ଆଟାକ୍ । ହିଜବୁଲ୍ଲାର ହେଡକ୍ବାର୍ଟରର ବଙ୍କର ଭିତରେ ଲୁଚି ରହିଥିଲା ଆତଙ୍କ
REVENSHAW UNIVERSITY
27m ago
ପୁଣି ରେଭେନସା ନାଁ ପରିବର୍ତ୍ତନକୁ ନେଇ ଦାବି ଉଠିଲା ଜୋରଦାର
ଅର୍ଗସ ବ୍ୟୁରୋ: ଓଡ଼ିଆ ଗବେଷଣା କେନ୍ଦ୍ର ପକ୍ଷରୁ ଆଯୋଜିତ ଦିନିକିଆ ଆଲୋଚନା ଚକ୍ରରେ ଏକାଠି ହୋଇଥିଲେ । ରାଜ୍ୟରୁ ବହୁ ଜଣାଶୁଣା ରାଜନେତା ଶିକ୍ଷାବିତ, ସାହିତ୍ୟିକ, ସାମ୍ବାଦିକ, ବୁଦ୍ଧିଜୀବ