ଧାରା ୩୭୦କୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା
by Argus News
Thu, Nov 07 | 7:28 p.m.

ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀର ବିଧାନସଭାରେ ଧାରା ୩୭୦କୁ ନେଇ ଜୋରଦାର ହଙ୍ଗାମା। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ଶାସକ ଓ ବିରୋଧୀ ଦଳର ନେତା। ଧାରା ୩୭୦କୁ ନେଇ ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର। ଚିରାଗଲା ପୋଷ୍ଟର। ଗତକାଲି ଧାରା ୩୭୦ ହଟାଇବାକୁ ବିରୋଧରେ ଜମ୍ମୁ-କଶ୍ମୀର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ଏହାକୁ ନେଇ ଗତକାଲି ଠାରୁ ଗୃହରେ ହଙ୍ଗାମା ଜାରି ରହିଥିଲା। ତେବେ ଗୁରୁବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏହାକୁ ନେଇ ଦୁଇ ପକ୍ଷର ବିଧାୟକ ପରସ୍ପର ମୁହାଁମୁହିଁ ହୋଇଥିଲେ। 

 ବିଧାୟକ ଇଞ୍ଜିନିୟର ରସିଦଙ୍କ ଭାଇ ଖୁରସିଦ ଅହମ୍ମଦ ଶେଖ ଗୃହରେ ଧାରା ୩୭୦ର ବ୍ୟାନର ଦେଖାଇଥିଲେ। ବିଧାନସଭାରେ ବିରୋଧୀଦଳ ନେତା ସୁନୀଲ ଶର୍ମା ବ୍ୟାନର ପ୍ରଦର୍ଶନକୁ ବିରୋଧ କରିଥିଲେ। ଏହି ପୋଷ୍ଟର ଦେଖିବା ପରେ ବିଜେପି ବିଧାୟକମାନେ ରାଗି ଯାଇଥିଲେ। ସେମାନେ ତାଙ୍କ ହାତରୁ ବ୍ୟାନର ଛଡ଼ାଇ ନେଇଥିଲେ। ବିଜେପି ନେତା ରବିନ୍ଦ୍ର ରାଇନା କହିଛନ୍ତି ଜମ୍ମୁ-କଶ୍ମୀରରେ ଧାରା ୩୭୦ ବର୍ତ୍ତମାନ ଇତିହାସରେ ପରିଣତ ହୋଇଛି ।  

ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି, ଧାରା ୩୭୦ ପୁଣି ଲାଗୁ ହେବ ବୋଲି କଂଗ୍ରେସ ମିଛ କହି ଲୋକଙ୍କୁ ଭ୍ରମିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏହି ଧାରା ଏବେ ଇତିହାସ ପାଲଟିଯାଇଛି। ସେପଟେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, କଂଗ୍ରେସ ଭାରତୀୟ ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେବେବି ସମ୍ମାନ ଦେଇନି। କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟର ଏହି ପଦକ୍ଷେପ ଏବେ ସାରା ଭାରତୀୟଙ୍କ ମନରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ବୋଲି କହିଛନ୍ତି ସ୍ମୃତି।

ବିଧାନସଭାରେ ପରିସ୍ଥିତି ଏପରି ହୋଇଥିଲା ଯେ, ମାର୍ଶାଲ ମାନଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ବିଧାନସଭାରେ ହଙ୍ଗାମା କରୁଥିବା କିଛି ବିପକ୍ଷ ବିଧାୟକଙ୍କୁ ମାର୍ଶାଲମାନେ ବାହାରକୁ ପଠାଇଥିଲେ। ଏହାପରେ ଗୃହକାର୍ଯ୍ୟ କିଛିସମୟ ପାଇଁ ବନ୍ଦ ରହିଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

TRUMP
27m ago
କେତେ ସମ୍ପତ୍ତିର ମାଲିକ ଟ୍ରମ୍ପ ? ଟ୍ରମ୍ପ ହେଉଛନ୍ତି ଆମେରିକାର ବସ୍‌
ଅର୍ଗସ ବ୍ୟୁରୋ: ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ । ଦେଶର ୪୭ ତମ ରାଷ୍ଟ୍ରପତି ହେବା ପରେ ସେ ଆମେରିକାର ସବୁଠାରୁ ଧନୀ ରାଜନେତାଙ୍କ ମଧ୍ୟରେ ଗଣତ
AIR POLLUTION
41m ago
ଏନସିଆରରେ ବାୟୁ ପ୍ରଦୂଷଣ ରେକର୍ଡ ସ୍ତରରେ, ନିୟନ୍ତ୍ରଣ ଆଣିବା ଲାଗି ଆର୍ଟିଫିସିଆଲ ବର୍ଷା
ଅର୍ଗସ ବ୍ୟୁରୋ: ଦୀପାବଳି ପରେ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ରେକର୍ଡ ସ୍ତରରେ ପହଞ୍ଚିଛି। ଯାହାକୁ ନେଇ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଗଲାଣି। ଏଭିତର
DROUPADI MURMU
57m ago
ଆଇଏନଏସ ବିକ୍ରାନ୍ତର ପରାକ୍ରମ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ଅର୍ଗସ ବ୍ୟୁରୋ: ଗୋଆରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତର ପରାକ୍ରମ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବିକ୍ରାନ୍ତରେ ଉପସ୍ଥିତ ରହି ଗଭୀ