୩୬ ବର୍ଷରେ ପାଦ ଥାପିଲେ କିଙ୍ଗ କୋହଲି
by Argus News
Tue, Nov 05 | 9:34 a.m.

ଅର୍ଗସ ବ୍ୟୁରୋ:  ଆଜି ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ଜନ୍ମଦିନ। ଏହି ଅବସରରେ ପୁରୀ ବେଳାଭୂମିରେ ବିଶାଳ ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ..କ୍ରିକେଟ ବ୍ୟାଟ୍ ର ପ୍ରତିକୃତି ନିର୍ମାଣ କରି HAPPY BIRTHDAY VIRAT ଲେଖିଛନ୍ତି ସୁଦର୍ଶନ। ୩୬ ବର୍ଷରେ ପାଦ ଥାପିଲେ କ୍ରିକେଟ ଜଗତର କିଙ୍ଗ। ୯ ବର୍ଷ ବୟସରେ ଆରମ୍ଭ କରିଥିଲେ ଖେଳ । କୋହଲିଙ୍କ ଜନ୍ମ ଦିନରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟୁଛି। 

୧୯୮୮ ନଭେମ୍ୱର ୫ରେ ଦିଲ୍ଲୀରେ ଜନ୍ମ । ଖୁବ୍ କମ୍ ବୟସରେ ଆରମ୍ଭ କରିଥିଲେ କ୍ରିକେଟ ଖେଳ । ସାମାନ୍ୟ ମଧ୍ୟବିତ୍ତ ଘରୁ ଆସି ପୂରା ବିଶ୍ୱରେ ନାମ କମାଇ ପାରିଥିବା ନାଁ ହେଉଛି ବିରାଟ । ଦିନିକିଆରେ ସର୍ବାଧିକ ରନ୍, ଦିନିକିଆର ସର୍ବାଧିକ ରନ୍, ସର୍ବାଧିକ ପ୍ଲେୟର ଅଫ୍ ଦ ସିରିଜ ଆୱାର୍ଡ, ଦିନିକିଆରେ ସର୍ବାଧିକ ଶତକ, ସମସ୍ତ ଫର୍ମାଟ୍‌ରେ ICC କ୍ରିକେଟର ଅଫ୍ ଦ ଇୟର୍, ଆଦି କେତେ ଆୱାର୍ଡ ବିରାଟ ନିଜ ନାମରେ କରିସାରିଛନ୍ତି ।

ଧୈର୍ଯ୍ୟ ଓ ସାହାସର ଅନ୍ୟନାମ କୋହଲି । ଯୁବାବସ୍ଥାରେ ଯେତେବେଳେ ସେ ନିଜ ଦିଲ୍ଲୀ ଟିମ୍ ପକ୍ଷରୁ ଖେଳୁଥିଲେ, ସେତେବେଳେ ପିତାଙ୍କ ଦେହାନ୍ତ ଖବର ପାଇଥିଲେ କୋହଲି । ତଥାପି ହାରି ଯାଇନଥିଲେ ବିରାଟ । ଦମ୍‌ଦାର ପ୍ରଦର୍ଶନ କରି ନିଜ ଦଳକୁ ଜିତାଇଥିଲଲେ । ନିଜ ପିତାଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ପ୍ରଥମ ପାଦ ରଖିଥିଲେ । ମାତ୍ର ୯ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବିରାଟ ।  

ୱାର୍ଲ୍ଡ କପ୍ ପାଇଁ ତାଙ୍କୁ କ୍ୟାପଟେନ୍ କରାଯାଇଥିଲା । ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପ୍ ଜିତିଥିଲା ଭାରତର ଜୁନିଅର୍ ଟିମ୍ । ପରେ ପରେ ୨୦୦୮ ରେ ଦିନିକିଆରେ ସ୍ଥାନ ପାଇଲେ ବିରାଟ । ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ବିରାଟ ନିଜ ଯାଦୁରେ ସମସ୍ତଙ୍କୁ ଚକିତ କରିସାରିଥିଲେ ।

ଅଧିକ ପଢ଼ନ୍ତୁ ଖେଳ ଖବର: 

ATTACK
12m ago
ପଳାଶପଲ୍ଲୀ ଛକରେ ସମାଜସେବୀଙ୍କୁ ଆକ୍ରମଣ, ଦୁଇ ଅଟକ
ଅର୍ଗସ ବ୍ୟୁରୋ: ପଳାଶପଲ୍ଲୀ ଛକରେ ସମାଜସେବୀଙ୍କୁ ଆକ୍ରମଣ ଘଟଣା । ଦୁଇ ଜଣଙ୍କୁ ଅଟକ ରଖିଛି ଏୟାରପୋର୍ଟ ଥାନା ପୋଲିସ । ଆକ୍ରମଣ ସମୟରେ ବ୍ୟବହୃତ ବାଇକ ଜବତ । ସମାଜସେବୀ ଶି
ISKCON
43m ago
ଇସ୍କନର ଆରଚଣ ଉଲ୍ଲଙ୍ଘନ ବହୁତ ହୋଇଗଲା: ଗଜପତି
ଅର୍ଗସ ବ୍ୟୁରୋ: ଆମେରିକାର ହ୍ୟୁଷ୍ଟନରେ ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ .. ଶାସ୍ତ୍ରାନୁମୋଦିତ ଶ୍ରୀମନ୍ଦିର ପରମ୍ପରା ସଂସ୍କୃତିରୁ ବିଚ୍ୟୁତ ହେଉଛନ୍ତି ଇସ୍କ
OFFICER
56m ago
ସାବାଡ଼ ହେବେ ଠକୁଥିବା ରାଜସ୍ୱ ଅଧିକାରୀ, କାମରେ ଅବହେଳା କରୁଥିଲେ ହେବ ଆକ୍ସନ
ଅର୍ଗସ ବ୍ୟୁରୋ: ସାବାଡ଼ ହେବେ ଠକୁଥିବା ରାଜସ୍ବ ଅଧିକାରୀ । କାମରେ ଅବହେଳା କରୁଥିଲେ ହେବ ଆକ୍ସନ । RI, ARI ଓ ଅମିନଙ୍କ କାମ ଉପରେ ନଜର ରଖିବାକୁ ସବୁ ଜିଲ୍ଲାପାଳ ମାନଙ୍କ