ଭଲ ରାସ୍ତାଟିଏ ପାଇଁ ଅସରନ୍ତି ଅପେକ୍ଷା
by Argus News
Sat, Sep 21 | 7:01 p.m.

ଅର୍ଗସ ବ୍ୟୁରୋ:  ବାଲିଗୁଡ଼ା ରେବିଙ୍ଗିଆ ପଞ୍ଚାୟତର ସାତାମାସ୍କା ଗାଁ l ଗାଁ ଟି ସମ୍ପୂର୍ଣ ଭାବେ ଆଦିବାସୀ ଅଧ୍ୟୁଷିତ ଗାଁ। ବାଲିଗୁଡ଼ା ବ୍ଲକ ଓ ଉପଖଣ୍ଡ ସଦର ମହକୁମା ରୁ 15 କିଲୋମିଟର ଦୂର ରେ ଏହି ଗାଁ। ସରକାରଙ୍କ ରେକର୍ଡ ଅନୁସାରେ ଏହି ଗାଁରେ 35 ପରିବାର ବସବାସ କରୁଛନ୍ତି। ଯେଉଁମାନେ ପ୍ରାୟତଃ ଗରିବ ଖଟିଖିଆ ଆଦିବାସୀ ।  ଜଙ୍ଗଲ ଉପରେ ସମ୍ପୂର୍ଣ ନିର୍ଭରଶୀଳ ଏହି ପରିବାର। ହେଲେ ଗାଁକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଗାଁକୁ ଯିବାକୁ ହେଲେ ଘଞ୍ଚ ଅରଣ୍ୟ ଭିତରେ ବିପଦଜନକ ପାହାଡ଼ିଆ ଓ ଖାଲ ଢିପ ରାସ୍ତାରେ ଯିବା ଆସିବା କରିବାକୁ ପଡ଼େ।  ଯେଉଁ ରାସ୍ତା ଅଛି ତାହା  ସମ୍ପୂର୍ଣ ପାହାଡ଼ିଆ ରାସ୍ତା। ସେହି ରାସ୍ତାରେ ସାଇକେଲ ଯିବା ତ ଦୂରର କଥା ଚାଲି କି ଯିବା ମଧ୍ୟ କଷ୍ଟକର । ରାସ୍ତାର ଅବସ୍ଥା ଏତେ ସାଙ୍ଘାତିକ ଯେ ନକହିଲେ ଭଲ l ଫଳରେ ରୋଗୀ ହେଉ କି ଗର୍ଭବତୀ ଗାଡ଼ିରେ ମେଡିକାଲ ଯାଇପାରୁ ନାହାନ୍ତି। ରାସ୍ତା ବିନା ଆଜିବି ଦୁର୍ଦ୍ଦିନ ଓ ଦୁର୍ବିସହ ଭିତରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ସମଗ୍ର ଅଞ୍ଚଳବାସୀ।  ହେଲେ ନା ଶୁଣୁଛି ଜିଲ୍ଲା ପ୍ରଶାସନ ନା ନଜର ଦେଉଛନ୍ତି ସ୍ଥାନୀୟ ବିଧାୟକ l

ଆଦିବାସୀ ଅଧୁଷିତ ଅଞ୍ଚଳରେ ଶିକ୍ଷାର ଉନ୍ନତି ପାଇଁ ଏହି ଗାଁରେ ପ୍ରଥମିକ ବିଦ୍ୟାଳୟ ଆରମ୍ଭ ହୋଇଥିଲା। 1975 ମସିହାରେ ସାତାମାସ୍କା ପ୍ରାଥମିକ ବିଦ୍ୟାଳୟ ଟି ପ୍ରତିଷ୍ଠିତ ହୋଇଥିଲା, ବିଦ୍ୟାଳୟ ଟି ଠିକ୍ ଭାବରେ ଚାଲୁଥିଲା ମଧ୍ୟ। ହେଲେ 2016ରେ ତତ୍କାଳିନ ବାଲିଗୁଡ଼ା ଗୋଷ୍ଠି ଶିକ୍ଷା ଅଧିକାରୀ ବିଦ୍ୟାଳୟ ଟିକୁ କମ୍ ଉପସ୍ଥାନ ଥିବା ଦର୍ଶାଇ ବନ୍ଦ ଘୋଷଣା କରିଥିଲେ। ଫଳରେ ଗାଁର ଛୋଟ ଛୋଟ କୋମଳମତି ଆଦିବାସୀ ଛାତ୍ର ଛାତ୍ରୀ ମାନେ ପାଖାପାଖି 4 କିଲୋମିଟର ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲ ମଧ୍ୟରେ ପଥୁରିଆ ଖାଲ ଢିପ ବାଟ ରେ ବେନାଂଗିଆ ପ୍ରାଥମିକ ବିଦ୍ୟାଳୟ କୁ ଯିବା ଆସିବା କରିବାପାଇଁ ପଡ଼େ। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଦେଶ ସ୍ଵାଧୀନ ହେବାର ୭୪ ବର୍ଷ ବିତିଯାଇଥିଲେ ବି ଆଜି ମଧ୍ୟ ବହୁ ଗାଁ ଗଣ୍ଡାକୁ ଭଲ ରାସ୍ତାଟିଏ ନାହିଁ । ଭଲ ରାସ୍ତା ନିର୍ମାଣ କରିବା ପାଇଁ ସରକାର ବହୁ ସଡକ ଯୋଜନା କରିଆସୁଥିଲେ ସୁଦ୍ଧା ସରକାରଙ୍କ ସବୁ ଯୋଜନା ଫେଲ ମାରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ILLEGAL
ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ
ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ସଂଜୌଲୀ ମସଜିଦ ବିବାଦ ଥମିନଥିବାବେଳେ ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ । କୋର୍ଟଙ୍କ ନିର୍ଦ୍ଦେଶ ପର
J&K
ନିର୍ବାଚନ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରକୁ ପୁଣିଥରେ ଆତଙ୍କବାଦୀଙ୍କ ଆଡ୍ଡା କରିବାକୁ ଚାହାନ୍ତି ଅବଦୁଲ୍ଲା, ମୁଫତି ଓ ଗାନ୍ଧି ପରିବାର । ତୁଷ୍ଟିକରଣ ରାଜନୀତି କରି ଭୂସ୍ବର୍ଗକୁ ନର୍
POLICE STATION
ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଘଟଣା
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଓ ବର୍ବରତା ଘଟଣା । ପୂର୍ବ ସରକାର ଉପରେ ବର୍ଷିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ