ସବୁବେଳେ ସୁନ୍ଦରୀ ଦିଶିବାକୁ ଚାହୁଁଛନ୍ତି କି?
by Argus News
Tue, Apr 23 | 3:22 p.m.

ଅର୍ଗସ ବ୍ୟୁରୋ: ମହିଳାମାନେ ସବୁବେଳେ ସୁନ୍ଦର ଦିଶିବାକୁ ଚାହାନ୍ତି ସେଥିପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଆପଣ ସବୁବେଳେ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛୁକ ଥିଲେ, ୩୦ ବର୍ଷ ବୟସ ପରେ ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଜିନିଷ ସାମିଲ କରନ୍ତୁ। ପୋଷଣ ମାଧ୍ୟମରେ ଶରୀର ଓ ତ୍ୱଚାକୁ ସୁସ୍ଥ ରଖିପାରିବେ। ତେଣୁ ୩୦ ବର୍ଷ ହେବା ପରେ ଗ୍ରୀନ-ଟି ପିଇବା ଆରମ୍ଭ କରନ୍ତୁ। ଗ୍ରୀନଟିରେ ଭିଟାମିନ୍, ଆଣ୍ଟି-ଅକ୍ସିଡାଣ୍ଟ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ତ୍ୱଚାକୁ ଯୁବା ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଗ୍ରୀନ ଟି ତ୍ୱଚାକୁ ଯୁବା ରଖିବା ସହ ବୟସ ଜନିତ ସମସ୍ୟାକୁ କମ୍ କରିଥାଏ। ବୟସ ବୃଦ୍ଧି ହେଲେ ମୁହଁରେ ବିଭିନ୍ନ ଦାଗ, କୁଞ୍ଚନ ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହାର ସେବନ ଦ୍ୱାରା ତ୍ୱଚା କୋମଳ ରହିବା ସହ ଚମକ ବୃଦ୍ଧି ପାଇବାରେ ସହାୟକ ହୋଇଥାଏ। ଗ୍ରୀନ ଟି ପେଟ ଜନିତ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ମୁହଁର ଶୁଷ୍କତା, ବ୍ରଣ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

-ଗ୍ରୀନଟି ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୁର। ଏହା ଶରୀରରେ ବୟସ ବଢିବା କାରଣରୁ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିଥାଏ।
ଏଥିରେ ଆଣ୍ଟି-ଇନଫ୍ଲିମେଣ୍ଟରୀ ଗୁଣ ରହିଛି। ଯାହା ତ୍ୱଚାରେ ସୃଷ୍ଟି ହେଉଥିବା ଅନେକ ସମସ୍ୟାକୁ ଦୂର କରିଥାଏ।

-ଗ୍ରୀନ-ଟି ଶରୀର ବିଷାକ୍ତ ପଦାର୍ଥକୁ ଶେଷ କରିବା ସହ ତ୍ୱଚା ଜନିତ ଅନେକ ସମସ୍ୟା ଦୂର କରିଥାଏ। ତ୍ୱଚାକୁ ହାନୀକାରକ ଅତି ବାଇଗଣୀ ରଶ୍ମି ପ୍ରଭାବରୁ ରକ୍ଷା କରିଥାଏ।

-ଗ୍ରୀନ-ଟି ତ୍ୱଚାରେ ବ୍ରଣ ସହ ଜଡିତ ହରମୋନକୁ ନିୟନ୍ତ୍ରଣ କରିଥାଏ। ଫଳରେ ତ୍ୱଚାରୁ ବ୍ରଣ ସମସ୍ୟା ଦୂର ହୋଇଥାଏ।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ