ଓଜନ କମାଇବାକୁ ଚାହୁଁଛନ୍ତି ? ଏହି ଖାଦ୍ୟ ଗୋଟିଏ ମାସରେ କମାଇଦେବ ଓଜନ
by Argus News
Mon, May 27 | 4:46 p.m.

ଅର୍ଗସ ବ୍ୟୁରୋ : ଆଜିକାଲି ଲୋକ ଯେତେ ଟଙ୍କା କମାଉଥିଲେ ମଧ୍ୟ ବାହାରର ଫାଷ୍ଟଫୁଡ ଛାଡି ସୁସ୍ଥ ଖାଦ୍ୟ ଆପଣାଉଛନ୍ତି ।  କାରଣ ଫାଷ୍ଟଫୁଡରେ ଥିବା ଫ୍ୟାଟ, କ୍ୟାଲୋରୀ ଏତେ ମାତ୍ରାରେ ଥାଏ, ତାହା ଆପଣଙ୍କ ଚର୍ବି ବଢାଇବା ସହ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି କରିଥାଏ । ସେଥିପାଇଁ ଅଧିକାଂଶ ଲୋକ ଘରୋଇ ବା ଘରେ ତିଆରି ହେଉଥିବା ଦେଶୀ ଖାଦ୍ୟକୁ ନିଜ ଜଳଖିଆ ଟିଫିନ ପାଇଁ ଖାଉଛନ୍ତି । ତେବେ କେଉଁ ଖାଦ୍ୟ ସକାଳେ ଖାଇଲେ ଆପଣଙ୍କ ଶରୀର ସୁସ୍ଥ ରହିବା ସହ ସ୍ବାଦ ବି ଭଲ ରହିବ ଏବଂ ଆପଣ ଫିଟ ଏବଂ ଆକ୍ଟିଭ ରହିବେ, ଆସନ୍ତୁ ଜାଣିବା । 
ଫିଟ ରହିବା ପାଇଁ ସବୁଠୁ ପ୍ରଥମ ସୁସ୍ବାଦୁ ଖାଦ୍ୟ ହେଉଛି ଦଲିଆ । ଯାହା ପାଟିକୁ ସୁଆଦ ଲାଗିବା ସହ ଏଥିରେ ଥିବା ଭରପୁର ମାତ୍ରାରେ ଫାଇବର , ଭିଟାମିନ , ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ । ଏଥିସହ ଆପଣଙ୍କ ଓଜନ କରିଥାଏ । ଶର୍କରାର ପରିମାଣ ମଧ୍ୟ କମାଇଥାଏ । 
ସେହିପରି ଫିଟ ରହିବାକୁ ଅନ୍ୟଏକ ସ୍ବାସ୍ଥ୍ୟକର ଖାଦ୍ୟ ହେଉଛି ପୋହା । ସକାଳୁ ଏହି ଖାଇବା ଦେହକୁ ସୁସ୍ଥ ରଖିଥାଏ । କିନ୍ତୁ ଏହାକୁ ଅଳ୍ପ ପରିମାଣରେ ଖାଇବା ଦରକାର । କାରଣ ଏଥିରେ ଥିବା କାର୍ବୋହାଇଡ୍ରେଟ ଶରୀର ପାଇଁ ଭଲ ନୁହେଁ । 

ଅଧିକ ପଢନ୍ତୁ : ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ ଲିଚି

ମୁଙ୍ଗଚିଲ୍ଲା ବା ମୁଗରେ ତିଆରି ପିଠା । ଆପଣ ମୁଗକୁ ଗ୍ରାଇଣ୍ଡିଂ କରି ଏଥିରେ ବିଭିନ୍ନ ପ୍ରକାରର ଆପଣଙ୍କ ମନ ପସନ୍ଦର ପରିବା ପକାଇ ଏହାକୁ ପିଠା ଭଳି ବନାଇ ଆପଣ ଖାଇ ପାରିବେ । ଏହା ମଧ୍ୟ ପାଟିକୁ ସୁଆଦ ଲାଗିବା ସହ ଶରୀରକୁ ସୁସ୍ଥ ରଖିଥାଏ । ମୁଗକୁ ପ୍ରୋଟିନର ପାୱାର ହାଉସ କୁହାଯାଏ  । ଏଥିରେ ଭିଟାମିନ ବି, ଭିଟାମିନ ସି, କପର, ଫାଇବର ଏବଂ ଶରୀରକୁ ସୁସ୍ଥ ରଖିବାର ପୋଷକ ତତ୍ତ୍ବ ଏଥିରେ ଭରପୁର ମାତ୍ରାରେ ଥାଏ । ଯାହା ଶରୀର ପାଇଁ ନିଆହି ଆବଶ୍ୟକ । 
ଦକ୍ଷିଣ ଭାରତୀୟ ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ଇଡଲି ସମ୍ବର । ଆପଣ ମଧ୍ୟ ଯଦି ନିଜ ଶରୀରର ଓଜନ କମ କରିବା ସହ ସୁସ୍ବାଦୁ ଖାଦ୍ୟ ଖାଇବାକୁ ଚାହୁଁଛନ୍ତି, ତେବେ ଇଡଲୀକୁ ନିଜ ଜଳଖିଆ ଖାଇବା ରୁପେ ନିଶ୍ଚିନ୍ତ ଖାଆନ୍ତୁ । 
ମୁଗଗଜା ଶରୀର ପାଇଁ ବେଶ ଭଲ । ଏଥିରେ ସକାଳୁ ଆପଣ କାକୁଡି, ଟମାଟର ଏବଂ ଲେମ୍ବୁ ପକାଇ ସକାଳ ଜଳଖିଆ କରି ପାରିବେ । ଏହା ମଧ୍ୟ ଶରୀରକୁ ଫିଟ ରଖିବା ସହ ଆକ୍ଟିଭ ରଖିଥାଏ । 
ତେବେ ଆପଣ ଯଦି ସୁସ୍ଥ ଏବଂ ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ ଚାହୁଁଛନ୍ତି, ତେବେ ଏସବୁ ଖାଦ୍ୟ ଆପଣଙ୍କ ଦୈନନ୍ଦିନ ଜୀବନଶୈଳୀର ଖାଦ୍ୟ ତାଲିକାରେ ନିଶ୍ଚନ୍ତ ବ୍ୟବହାର କରନ୍ତୁ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ