ନୂଆ ଏସି କିଣିବାକୁ ଚାହୁଁଥିଲେ....ଏସବୁ ଧ୍ୟାନ ଦିଅନ୍ତୁ
by Argus News
Thu, Apr 18 | 6:36 p.m.

ଅର୍ଗସ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି। ଚାରିଆଡେ ପ୍ରଦୂଷଣ ଏବଂ ଜଙ୍ଗଲ କାଟି ସଫା କରିବା ସହ କଙ୍କ୍ରିଟ ରାସ୍ତା ଯୋଗୁ ପରିବେଶ ଉତ୍ତପ୍ତ ପିଣ୍ଡ ଭଳି ଡହଡହ ଫୁଟୁଛି। ଯେଉଁଥିରେ ତତଲା ତାଓ୍ବାରେ ସିଝୁଛନ୍ତି ଦେଶବାସୀ। ଯେଉଁଥିପାଇଁ ଲୋକମାନେ ଏବେ ଏସି ବିନା ରହିପାରୁ ନାହାନ୍ତି। ଆଉ ଏବେ ଆପଣ ଯେଉଁଆଡେ ଦେଖିବେ ପ୍ରତି ଘରେ ଏସି ଲାଗିବା ଥୟ। 

ତେବେ ଆପଣ ଯଦି ନୂଆ ଏସି କିଣିବାକୁ ଚାହୁଁଛନ୍ତି ଏସବୁ କଥାକୁ ଧ୍ୟାନରେ ରଖନ୍ତୁ। ଖରା ଦିନ ଆସିଲେ ଏସିର ଡିମାଣ୍ଡ ବଢ଼ିଯାଏ। କିଛି ଲୋକ ଅଛନ୍ତି ଖରାଦିନ ଆସିଲେ ଏସି କିମ୍ବା କୁଲର ନିଶ୍ଚିତ କିଣିଥାନ୍ତି। ସେଥିପାଇଁ ଆପଣ ଯେତେବେଳେ ଏସି କିଣିବାକୁ ଯାଉଛନ୍ତି ନିଶ୍ଚିତ ଏସବୁ ଛୋଟ ଛୋଟ କଥା ଉପରେ ଧ୍ୟାନ ଦିଅନ୍ତୁ। ଏସି କିଣିଲା ବେଳେ ଅଧିକ ଷ୍ଟାର ରେଟିଙ୍ଗ ଥିବା ଏସି କିଣନ୍ତୁ। ଏହାଦ୍ବାରା ବିଜୁଳି ଅପଚୟ କମ ହୁଏ। ଘର ସାଇଜକୁ ଦେଖିକି ଆପଣ ଏସି  କିଣନ୍ତୁ। 
ଆଉ ଯଦି ଆପଣ ଏସି କିଣୁଛନ୍ତି ତେବେ ଇନଭର୍ଟର ଏସି କିଣନ୍ତୁ ଏହା ନନ ଇନଭର୍ଟର ଏସି ଅପେକ୍ଷା କମ ବିଜୁଳି ଖର୍ଚ୍ଚ ହୋଇଥାଏ। ଏବଂ ବିଦ୍ୟୁତ ବିଲ କମ ଆସିଥାଏ। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବ୍ରାଣ୍ଡ ଦେଖିକି ଏସି କିଣନ୍ତୁ। ବ୍ରାଣ୍ଡ ନ ଥିବା ଏସି କିଣନ୍ତୁ ନାହିଁ। ନଚେତ ଆପଣ ଘାଟାରେ ପଡ଼ି ପାରନ୍ତି।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର  
 

ରାଜ୍ୟରେ ଲାଗୁ ହେବ
11m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର