ଡ୍ରେନ୍ କାମ ବନ୍ଦ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ
by Argus News
Sat, Feb 24 | 12:36 p.m.

ଅର୍ଗସ ବ୍ୟୁରୋ: ଭବାନୀପାଟଣାରେ ଚାଲିଛି ପୌରାଧ୍ୟକ୍ଷାଙ୍କ ମନମାନି। ଶୁଣୁ ନାହାନ୍ତି ଲୋକଙ୍କ ସମସ୍ୟା। ନିଜ ସ୍ବାର୍ଥ ପାଇଁ ମନ୍ଦିରକୁ ଭୁଲିଗଲେ। ଡ୍ରେନ୍ ନିର୍ମାଣକୁ ମନ୍ଦିର ସୁରକ୍ଷା ସମିତିର ବିରୋଧ ପରେ ମଧ୍ୟ କିଛି ଶୁଣିବାକୁ ରାଜି ନାହାନ୍ତି ପୌରାଧ୍ୟକ୍ଷା। ଜିଲ୍ଲାପାଳ ମଧ୍ୟ ଚୁପ୍।

ଭବାନୀପାଟଣା ସହର ମଧ୍ୟରେ ପ୍ରାୟ ୨୦୦ ବର୍ଷ ପୁରୁଣା ବାଲାଜୀ ମନ୍ଦିର ଅବସ୍ଥିତ। ଦେବୋତ୍ତର ବିଭାଗ ଦ୍ଵାରା ପରିଚାଳିତ ବାଲାଜୀ ମନ୍ଦିରରେ ଶିବ, ହନୁମାନ, ଶନି ଦେବଙ୍କ ସମେତ ଅନେକ ପାର୍ଶ୍ଵ ଦେବାଦେବୀ ପୂଜା ପାଉଛନ୍ତି। ଦୈନନ୍ଦିନ ପୂଜା, ନବ ଦିନାତ୍ମକ ରାମ ନବମୀ, ନବରାତ୍ରି, ଅଷ୍ଟପ୍ରହର, ବିବାହ ବ୍ରତ ଭଳି ସାମାଜିକ କାର୍ଯ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥାଏ। ଅଥଚ ପୋରପଳିକା ଦ୍ଵାରା ପୌରାଧ୍ୟକ୍ଷାଙ୍କ ଘର ନିକଟରୁ ରଥ ଖଳା ଦେଇ ବାଲାଜୀ ମନ୍ଦିର ଯାଏଁ ଏକ ଡ୍ରେନ ନିର୍ମାଣ ହେଉଛି। ଏହାଦ୍ଵାରା ମନ୍ଦିରର ପବିତ୍ରତା ନଷ୍ଟ ହେବା ସହ ପରିବେଶ ଦୂଷିତ ହେବାର ଆଶଙ୍କା ରହିଛି। ରଥ ଖଳାଟି ଦେବୋତ୍ତର ବିଭାଗ ସ୍ଥାନରେ ରହିଛି, ଏଣୁ ଦେବାତ୍ତର ବିଭାଗର ସହକାରୀ କମିଶନରଙ୍କ ଆପତ୍ତି ସତ୍ତ୍ବେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି।

ରଥ ଖଳାରେ ଡ୍ରେନ ନିର୍ମାଣ ହେଲେ ବାଲାଜୀ ମନ୍ଦିର ଧର୍ମକର୍ମ କାର୍ଯ୍ୟ ଗୁଡିକରେ ସମସ୍ୟା ହେବା ନୀତି ପ୍ରତି ଦର୍ଶନାର୍ଥୀଙ୍କୁ ସମସ୍ୟା ହେବ। ମନ୍ଦିର ସାମ୍ନା ପୋତି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବ। ନାଲରୁ ମନ୍ଦିର ଖାଲରେ ଥ‌ିବାରୁ ମନ୍ଦିର ପରିସରକୁ ସହରର ବିଭିନ୍ନ ନାଲ ପାଣି, ମାଂସ ଦୋକାନ, କୁକୁଡ଼ା ଦୋକାନର ମଇଳା ପାଣି ପଶିବାର ଆଶଙ୍କା ରହିଛି। ମନ୍ଦିର ସୁରକ୍ଷା ସମିତି କାର୍ଯ୍ୟକର୍ତ୍ତା ପୌରାଧକ୍ଷାଙ୍କୁ ସେହି ସ୍ଥାନରେ କାମ ବନ୍ଦ କରିବା ପାଇଁ ଅନୁରୋଧ କରିବାରୁ, ସେ କହିଲେ "କାମ ବନ୍ଦ ହେବା ନାହିଁ ଅଲବତ୍ ଏଇଠି କରାଯିବ। ଜିଲ୍ଲାପାଳଙ୍କୁ ସାକ୍ଷାତ କରି କାମ ବନ୍ଦ ପାଇଁ ଅନୁରୋଧ କରିଥିଲେ, ତଥାପି କାମ ବନ୍ଦ ହେବାରୁ ମନ୍ଦିର ସୁରକ୍ଷା ସମିତି ଓ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବାଲାଜୀ ମନ୍ଦିର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଆମେ ଯେତେବେଳେ ପୌରାଧ୍ୟକ୍ଷାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ ସେ ବର୍ତ୍ତମାନ କିଛି କହିବେ ନାହିଁ ବୋଲି କହିଥିଲେ ଏବଂ ନିର୍ବାହୀ ଅଧିକାରୀ କହିଥିଲେ କାମ ଅଧାରୁ ଅଧିକ ସାରି ସାରିଲାଣି ଏବଂ ସେହି ଜମି ଜାତୀୟ ରାଜପଥରେ ରହିଛି।

କାହିଁକି ମନ୍ଦିର ସମସ୍ୟା ବୁଝିବା ପାଇଁ ନାରାଜ ପୌରାଧ୍ୟକ୍ଷା? କଣ ନିଜ ଘର ପାଇଁ ନିର୍ମାଣ କରୁଛନ୍ତି କି ଡ୍ରେନ୍?

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ