ଦୁର୍ଗମରେ ଦୁସ୍ଥ ଜଳ ଯୋଗାଣ ବ୍ୟବସ୍ଥା
by Argus News
Mon, Jun 24 | 7:18 p.m.

ମୟୁରଭଂଜ : ଦୁର୍ଗମରେ ଦୁସ୍ଥ ଜଳ ଯୋଗାଣ ବ୍ୟବସ୍ଥା। ଯୋଜାନ ନାଁରେ ହୋଇଛି ପ୍ରକଳ୍ପ କିନ୍ତୁ ଏହାର ଲାଭ ପାଉ ନାହାନ୍ତି ଉପାନ୍ତବାସୀ। ସରକାରୀ ଯୋଜନାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ବକଳା ଗାଁରେ। ବହୁ ବର୍ଷ ତଳେ ଗାଁରେ ଟିୱେଲର ବ୍ୟବସ୍ଥା କରାଯାଇଥିଲା ମାତ୍ର ତାହା ଏବେ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି। ସେଭଳି ବସୁଧା ଯୋଜନାରେ ପ୍ରକଳ୍ପ ହୋଇଛି, ପାଇପ ବିଛା ଯାଇ ଘରକୁ ଘର ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ଲାଗିଛି ହେଲେ ଆଜି ଯାଏଁ ପହଞ୍ଚି ପାରିଲା ନାହିଁ ଶୁଦ୍ଧ ପାନୀୟ ଜଳ। 

 ଖାଲି ପାଣି ସମସ୍ୟା କାହିଁକି ଯଶିପୁର ମଣଦା ପଞ୍ଚାୟତର ବାରିଆ ଗାଁକୁ ଆଜି ଯାଏଁ ପକ୍କା ରାସ୍ତା ସଂଯୋଗ ହୋଇ ପାରିନି। ନାଲି ମାଟିର କଚ୍ଚା ରାସ୍ତାରେ ପ୍ରତିଦିନ ଆତଯାତ କରୁଛନ୍ତି ଅଞ୍ଚଳବାସୀ। ରାସ୍ତା ଏମିତି ଅସରାଏ ବର୍ଷା ହେଲେ ରାସ୍ତାର ହାଲ ବେହାଲ ହୋଇ ପଡୁଛି। ଫଳରେ ଯିବା ଆସିବା କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ବାରିଆବାସୀ।  ବିକାଶର ବାହାବାହି ନେଉଥିବା ବିଜେଡି ସରକାରଙ୍କ ଏହେଉଛି ବିକାଶର ଚିତ୍ର। ଗାଁକୁ ନାହିଁ ରାସ୍ତା ପିଇବାକୁ ମିଳୁନି ମୁନ୍ଦାଏ ବିଶୁଦ୍ଧ ପାଣି। ଯୋଜନା ହୋଇଛି ମାତ୍ର ଏହାର ଲାଭ ପାଉ ନାହାନ୍ତି ଉପାନ୍ତବାସୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ମନୋଜ ଆହୁଜା
8m ago
ମନୋଜ ଆହୁଜା ହେଲେ ମୁଖ୍ୟ ଶାସନ ସଚିବ
ଅର୍ଗସ ବ୍ୟୁରୋ: ମୁଖ୍ୟ ଶାସନ ସଚିବ ହେଲେ ମନୋଜ ଆହୁଜା। ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ୧୯୯୦ ବ୍ୟାଚର ବରିଷ୍ଠ ଆଇଏଏସ ହେଉଛନ୍ତି ମନୋଜ। ତେବ
ଆସନ୍ତା ୩ ଦିନ
ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଯାହା ଫଳରେ ଆସନ୍ତା ୩ ଦିନ ରାଜ୍ୟରେ ପ୍ରବ
ସ୍କୁଲ ପାଣି ଟାଙ୍କି
ସ୍କୁଲ ପାଣି ଟାଙ୍କି ଭୁଶୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଛାତ୍ର ମୃତ। ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ପଦମପୁର ସ୍ଥିତ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲ (ଆବାସିକ ବିଦ୍ୟାଳୟ)ର ପାଣି ଟାଙ୍କ