ଛାତ୍ରଛାତ୍ରୀଙ୍କୁ ପାଣି ପିଇବାର ସମୟ ମନେ ପକାଇବ ଜଳ ବିରତି ଘଣ୍ଟି
by Argus News
Thu, Apr 04 | 7:49 p.m.

ଭୁବନେଶ୍ୱର:  ରାଜ୍ୟରେ ବର୍ଦ୍ଧିତ ତାପମାତ୍ରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନୂଆ ନିୟମ ହେଲା ଜାରି। ସ୍କୁଲରେ  ବାଜିବ ସ୍ୱତନ୍ତ୍ର "ଜଳ ବିରତି ଘଣ୍ଟି"। ଛାତ୍ରଛାତ୍ରୀଙ୍କୁ ପାଣି ପିଇବାର ସମୟ ମନେ ପକାଇବ ଜଳ ବିରତି ଘଣ୍ଟି। ଏହି ଘଣ୍ଟି ମନେ ପକାଇବ ଉଭୟ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ମାନଂକୁ ପାଣି ପିଇବାର ସମୟ। ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦିନକୁ ତିନିଥର ଅର୍ଥାତ୍ ସକାଳ ୮ ଘଟିକା ୩୦ ମିନିଟ୍, ୧୦ ଘଟିକା ଏବଂ ୧୧ ଘଟିକା ସମୟରେ ଏକ ସ୍ଵତନ୍ତ୍ର ଘଣ୍ଟି ବାଜିବ। ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ପାଣି ପିଇବା ପାଇଁ ମନେ ପକାଇବା ଓ ନିଜକୁ ହାଇଡ୍ରେଟ୍ ରଖିବା ହେଉଛି ଏହି ଘଣ୍ଟି ବାଜିବାର ମୁଖ୍ୟ ଉଦ୍ଦେଶ୍ୟ।

ସମସ୍ତ ଛାତ୍ରଛାତ୍ରୀମାନେ ଉଦ୍ଦିଷ୍ଟ ସମୟରେ ପାଣି ପିଉଛନ୍ତି କି ନାହିଁ ଏହାକୁ ଶିକ୍ଷକଶିକ୍ଷୟିତ୍ରୀମାନେ ତଦାରଖ କରିବେ। ତେଣୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ କରାଯାଇଛି ଯେ, ନିଜ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ସହାୟତାରେ ‘ଜଳ ବିରତି ଘଣ୍ଟିକୁ ବାଧ୍ୟତାମୂଳକ କରିବେ। ଯାହା ଫଳରେ କି ଏହି ପଦକ୍ଷେପ ଗ୍ରୀଷ୍ମଦିନରେ ଛାତ୍ରଛାତ୍ରୀମାନଙ୍କ ସୁସ୍ଥତା ନିମନ୍ତେ ବିଶେଷ ସହାୟକ ହେବ। 

ଅଧିକ ପଢନ୍ତୁ ଓଡ଼ିଶା ଖବର

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ