ଉପାନ୍ତରେ ଜଳ ଯନ୍ତ୍ରଣା
by Argus News
Thu, Apr 04 | 7:50 p.m.

ଅର୍ଗସ ବ୍ୟୁରୋ:  ଉପାନ୍ତରେ ଜଳ ଯନ୍ତ୍ରଣା। ଫେଲ ମାରିଛି ସରକାରଙ୍କର ବସୁଧା ଯୋଜନା। ଗାଁରେ ବିଶୁଦ୍ଧ ପାନୀୟ ଜଳର ଦେଖା ଦେଇଛି ଘୋର ସମସ୍ୟା । ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ ଆଦିବାସୀ ବହୁଳ ଚକନିପଦର ଗାଁ । ରାତି ପାହିଲେ ଏଠି ପାଣି ପଡେ ଭାଳେଣି। ଗରା,ବାଲଟି,ଡେକଚି ଧରି ମହିଳା ମାନେ ସକାଳୁ ଘଣ୍ଟା ଘଣ୍ଟା ଧରି ଲାଇନ୍ ଲଗାନ୍ତି ପାଇପ ଆଗରେ ।

ଗାଁରେ ଗୋଟିଏ ନଳକୂପ ଥିବା ବେଳେ ତାହାର ପାଣି ପିଇବା ପାଇଁ ଉପଯୋଗୀ ନୁହେଁ।  ସେପଟେ ପାଇପର ମଇଳା ପାଣି ବ୍ୟବହାର ଯୋଗୁଁ  ସ୍ଥାନୀୟ ଲୋକେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି ।  ଗାଁରେ ପାଣି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ପାଇଁ କାହାରି ଆନ୍ତରିକତା ନାହିଁ । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଦୁର୍ଗମର ଗାଁରେ ଅପହଞ୍ଚ ରାଜ୍ୟ ସରକାରଙ୍କର ବସୁଧା ଯୋଜନା। ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଉପାନ୍ତବାସୀ। ପାଣି ପାଇଁ ଏଠି ହୁଏ ସଂଗ୍ରାମ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଉଚ୍ଚ ଜୁଆର
25m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
29m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ