ଚୁଆ ପାଣି ମେଣ୍ଟାଉଛି ଶୋଷ
by Argus News
Wed, Apr 17 | 6:59 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ବସୁଧା ଯୋଜନାର ବିକଳ ଚିତ୍ର। ଅପହଞ୍ଚ ପାଇପ ପାଣି। ଚୁଆ ପାଣି ମେଣ୍ଟାଉଛି ଶୋଷ। ମୟୁରଭଞ୍ଜ ଠାକୁରମୁଣ୍ଡା ବ୍ଲକ ଶାଳଚୁଆ ପଞ୍ଚାୟତ ବାଲିଡିହ ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା । ଫେଲ ମାରିଛି ବସୁଧା ଯୋଜନା। ବିଲ ପାଖରେ ଚୁଆ କରି ପାଣି ସଂଗ୍ରହ କରୁଛନ୍ତି ଅଞ୍ଚଳବାସୀ। ପାଣି କୁ ଦେଖିଲେ ଅନୁମାନ କରି ପାରୁଥିବେ ଏ ପାଣି କେତେ ସ୍ୱଚ୍ଛ। କପଡା ଛାଣି ଆଣିଲେ ବି ଆସୁଛି ଗୋଳିଆ ପାଣି। ମାତ୍ର ପାନୀୟ ଜଳର ବିକଳ୍ପ ନଥିବାରୁ ଏହି ପାଣି ବ୍ୟବହାର କରୁଛନ୍ତି ବାଲଡିହବାସୀ।

110 ପରିବାର ବସବାସ କରୁଥିବା ବାଲଡିହ ଗାଁରେ କେବଳ କାନ୍ଥ ଲିଖନରେ ସିମିତ ବସୁଧା ଯୋଜନା। ଆଜି ଯାଏ ବସୁଧା ଯୋଜନାରେ ପିଇଵା ପାଣି ଟୋପାଏ ଯୋଗାଇ ପାରିଲେ ନାହିଁ ସରକାର । ସେଭଳି ଗାଁରେ  ଦୁଇଟି ଗଭୀର ନଳକୂପ ରହିଛି। ସେଥିରୁ ଗୋଟିଏ ନଳକୂପ ଅଚଳ। ଅନ୍ୟ ନଳକୂପଟି ସୋଲାର ମାଧ୍ୟମରେ ପାଣି ଯୋଗାଇ ଦେଇଆସୁଥିବା ବେଳେ, କେହି ସୋଲାର ପ୍ଲେଟ ଗୁଡିକୁ ଚୋରାଇ ନେଇଛି। ଫଳରେ ପାଣି ପାଇଁ ଯାତନା ପାଉଛନ୍ତି ବାଲଡିହବାସୀ। ଅପହଞ୍ଚ ଇଲାକାରେ ଅପହଞ୍ଚ ସରକାରଙ୍କ ଯୋଜନା। ସରକାରଙ୍କ ମାଳମାଳ ଯୋଜନା ଏଠାରେ ଖାଲି ପ୍ରହସନ। ନିଜର ମୌଳିକ ସୁବିଧା ପାଇଁ ଏଠି ପ୍ରତି ମୁହୁର୍ତ୍ତରେ କରିବାକୁ ପଡେ ସଂଘର୍ସ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

RAM
4m ago
ଆଜି ପ୍ରଚାର ପାଇଁ ଆସୁଛନ୍ତି ରାମାୟଣର ରାମ
ଅର୍ଗସ ବ୍ୟୁରୋ: ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ପ୍ରଥମ ଥର ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବ
REPOLLING
କଣ୍ଟାମାଳ: ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ
ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର
DEAD BODY
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନା