ରାତି ପାହିଲେ ପାଣି ପାଇଁ ଡହଳ ବିକଳ
by Argus News
Sat, Jun 22 | 6:24 p.m.

ଅର୍ଗସ ବ୍ୟୁରୋ:  ରାତି ପାହିଲେ ପାଣି ପାଇଁ ଡହଳ ବିକଳ। ଚିନ୍ତା କେମିତି ସକାଳ ହେବ ଘରକୁ ପାଣି ମୁନ୍ଦାଏ ଆସିବ। ନଳକୂପ ପାଣି ଗାଁ ଲୋକଙ୍କୁ ନିଅଣ୍ଟ ହେଉଥିବା ବେଳେ ପରିତ୍ୟକ୍ତ ଗାଡିଆ ପାଣି ସାଜିଛି ସାହା ଭରସା। ଆଦିବାସୀ ଅଧୁସିତ ମୟୂରଭଞ୍ଜ ରାଇରଙ୍ଗପୁର ବ୍ଲକ ଭାଲୁବସା ନାଗଭଣର ଧଳାଡ଼ିହି ସାହିରେ ଦେଖିବାକୁ ମିଳିଛି ଏଭଳି ଦୁରାବସ୍ଥା। ଗାଁରେ ନଳକୂପ ଅଛି ମାତ୍ର ସେଥିରୁ ଅଳ୍ପଅଳ୍ପ ପାଣି ବାହାରୁଛି। ଫଳରେ ନଳକୂପରୁ ପାଣି ସଂଗ୍ରହ ପାଇଁ ଲମ୍ବାଲାଇନ ଦେଖିବାକୁ ମିଳୁଛି। ଗାଁ ରେ ଏକ ପୁରୁଣା କୂଅ ଅଛି ମାତ୍ର ସେବି ଖରା ପାଇଁ ସୁଖି ଯାଇଛି। ଫଳରେ ଗ୍ରାମବାସୀ ପାଣି ସଂଗ୍ରହ ପାଇଁ ରାତି ରାତି ଚାହିଁ କୂଅର ଜଳ ଉତ୍ସକୁ ଅପେକ୍ଷା କରୁଛନ୍ତି।

ଗାଁରେ ଗୋଟିଏ ସୋଲାର ପ୍ରକଳ୍ପ ଅଛି କିନ୍ତୁ ତାହା ମଧ୍ୟ ଦୀର୍ଘ ଦିନରୁ ଅଚଳ। ଗାଁରେ ପାଣି ଟାଙ୍କୀ ଅଛି । ଘରକୁ ଘର ପାଇପ  ଲାଇନ କନେକ୍ସନ ହୋଇଛି। ହେଲେ ସ ବୁ ଲୋକ ଦେଖାଣିଆ। ରାଇରଙ୍ଗପୁର ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଦ୍ବାରା ବ୍ଲକର ପ୍ରତ୍ୟେକ ପରିବାରର ଜଳ କଷ୍ଟ ଦୂର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ୧୫/୦୨/୨୦୧୯ ମସିହାରେ ବୃହତ୍ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇ ଥିଲା । ଯାହାର ଅବଧି ଦୁଇ ବର୍ଷ ରହିଥିଲା । କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ଦୁଇ ବର୍ଷ ଯାଇ ୫ ବର୍ଷ ହେଲାଣି ସରିନି ପ୍ରକଳ୍ପ କାମ। ଏପଟେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ। ଆଦିବାସୀ ଜନଜାତିଙ୍କୁ ଜଳ ଯନ୍ତ୍ରଣା। ପ୍ରକଳ୍ପ ହେଉଛି ହେଲେ ଲୋକଙ୍କ କାମରେ ଆସୁନି। ପାଣି ପାଇଁ ସଂଗ୍ରାମ କରୁଛନ୍ତି ଅଞ୍ଚଳ ବାସୀ। ଦିନ ରାତି ଘାରିଛି ପାଣି ଚିନ୍ତା।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ବିଜେଡି
6m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ