ବିଗିଡି ଗଲାଣି ପାଣିପାଗ, ମାଘ ମାସରେ ବାଘ ଶୀତ ଆଉ ନାହିଁ...
by Argus News
Wed, Feb 07 | 8:27 a.m.

ଭୁବନେଶ୍ୱର: ମାଘ ମାସରେ ଶୀତ ଗାଏବ । ଡରାଇଲାଣି ଖରା । ଏଥର ବିଳମ୍ବରେ ଶୀତ ପଡ଼ିଥିବା ବେଳେ ଶୀଘ୍ର ଫେରିଛି ତାତି । ମାଘ ମାସ ଆରମ୍ଭରୁ ପାରଦ ଉପରମୁହାଁ ହେବା ସହ ୧୩ ଟି ସ୍ଥାନରେ ୩୩ ଡିଗ୍ରୀ ଛୁଇଁଲାଣି ତାତି । ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ମଧ୍ୟ ବଢିଛି । ଭବାନୀପାଟଣାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ୩୪.୪ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ରାତିରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି ।

ହେଲେ ଦିନ 9 ଟା ପରେ ପ୍ରବଳ ଗରମ ଅନୁଭୂତ ହେଉଛି । ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କିଲ ହୋଇପଡିଲାଣି । ଏବେଠୁ ଏତେ ଗରମ ହେଉଥିବାବେଳେ ଆଗକୁ କ'ଣ ହେବ ସେହି ଚିନ୍ତାରେ ସମସ୍ତେ । 

କଥାରେ ଅଛି ମାଘ ମାସରେ ବାଘ ଭଳି ଶୀତ ହୁଏ । ହେଲେ ଏବେ ଆଉ ସେ ଶୀତ ନାହିଁ କି ସେ ଥଣ୍ଡା ପବନ ନାହିଁ । ମାଘରେ ବୈଶାଖ ଭଳି ତାତି । ଉତ୍ତପ୍ତ ସାରା ଓଡିଶା । ଝାଞ୍ଜି ପବନକୁ ପ୍ରବଳ ଗୁଳୁଗୁଳି ଏବେଠୁ ଅନୁଭୂତ ହେଲାଣି । ଯଦି ମାଘରେ ଏତେ ଗରମ ହେଉଛି ତେବେ ବୈଶାଖରେ କଣ ହାଲତ ହେବ ତାହା ଏବେ ସମସ୍ତଙ୍କୁ ଘାରିଛି ।

ଦିନକୁ ଦିନ ପାଣିପାଗ ବିଗିଡିବାରେ ଲାଗିଛି । ଏଥର ବିଳମ୍ବରେ ଶୀତ ଅନୁଭୂତ ହୋଇଥିଲା । ଆଉ ଖୁବ ଶୀଘ୍ର ମଧ୍ୟ ଚାଲି ଯାଇଛି । ସେପଟେ ଖୁବ ଶୀଘ୍ର ଫେରିଛି ତାତି । ଯାହାକୁ ନେଇ ସାଧାରଣ ଜନତାଠୁ ଆରମ୍ଭ କରି ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି । 

ଆହୁରି ପଢନ୍ତୁ ପାଣିପାଗ ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ