ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା
by Argus News
Sat, Apr 06 | 12:54 p.m.

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା । ଆଜି 11ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା । କେନ୍ଦୁଝରରେ 38.6°C, ଝାରସୁଗୁଡାରେ 37.4°C,ସମ୍ବଲପୁରରେ 37.4°C, ଚାନ୍ଦବାଲିରେ 37.2°C, ହୀରାକୁଦରେ 36.9°C, ରାଉରକେଲାରେ 36.6°C, ଭୁବନେଶ୍ୱରରେ 36.2°C,,ବାଲେଶ୍ୱରରେ 36°C, ଗୋପାଳପୁରରେ 32.2°C, ପୁରୀରେ 31.8°C, ପାରାଦ୍ୱୀପରେ 31.2°C ରେକର୍ଡ ହୋଇଛି । 

ସେହିପରି ଗଜପତି, ବାଲେଶ୍ବର, ଖୋର୍ଦ୍ଧା, ପୁରୀରେ ଗୁଳୁଗୁଳି ଜାରି ରହିବ । ଆସନ୍ତା ୨୪ ଘଣ୍ଟା ଯାଏ କିଛି ସ୍ଥାନରେ ହିଟ୍‌ୱେଭ ଜାରି ରହିବ । ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । କଟକ, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗିରକୁ ସତର୍କତା ଜାରି ହୋଇଛି ।

ସେପଟେ ଗତକାଲି ରାଜ୍ୟରେ ଅଂଶୁଘାତରେ 8ଜଣ ଆକ୍ରାନ୍ତ ହୋଇଛନ୍ତି । ଅନୁଗୁଳ 5 ଜଣ, ମୟୁରଭଞ୍ଜରୁ ଜଣେ, ସୁନ୍ଦରଗଡ଼ରୁ ଜଣେ, ଭୁବନେଶ୍ୱରରୁ ଜଣେ । 

ଆହୁରି ପଢନ୍ତୁ ପାଣିପାଗ ଖବର...

BJD
ନିର୍ବାଚନବେଳେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜ
ଅର୍ଗସ ବ୍ୟୁରୋ: ବିଜେଡିକୁ ମହଙ୍ଗା ପଡ଼ିବ ନିର୍ବାଚନୀ ହିଂସା । ନିର୍ବାଚନ ସମୟରେ ସାରା ରାଜ୍ୟରେ ନବୀନ ବାହିନୀର ଆତଙ୍କରାଜ ବିରୋଧରେ ଖଡ଼ଗହସ୍ତ ହୋଇଛନ୍ତି ଜନତା । ବୌଦ୍ଧର
AMIT SHAH
ଚିଟ୍‌ଫଣ୍ଡ ସ୍କାମ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ
ଅର୍ଗସ ବ୍ୟୁରୋ : ଚିଟ୍‌ଫଣ୍ଡ ସ୍କାମ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ । ୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀ ଜେଲ୍ ଯିବେ । କଷ୍ଟ ଅର୍ଜିତ ଟଙ୍କା ହରାଇଥିବା ଲୋକଙ୍କ
SAND FESTIVAL
ଗ୍ରାମଦେବୀଙ୍କୁ ପୂଜା କରି ଧୁମଧାମରେ ବାଲିଯାତ୍ରା ମନାଇଲେ ଦୁର୍ଗମବାସୀ
ଅର୍ଗସ ବ୍ୟୁରୋ: ଦୁର୍ଗମର ନିଆରା ବାଲିଯାତ୍ରା। ଗ୍ରାମଦେବୀଙ୍କୁ ପୂଜା କରି ଧୁମଧାମରେ ବାଲିଯାତ୍ରା ମନାଇଛନ୍ତି ଦୁର୍ଗମବାସୀ। 22 ବର୍ଷର ଅପେକ୍ଷା ଅନ୍ତ ପରେ ବାଲିଯାତ୍ରା ମନାଇଲ