କ'ଣ ଥିଲା କାଶ୍ମୀର ପଣ୍ଡିତଙ୍କ ଇତିହାସ?
by Argus News
Wed, Sep 04 | 3:46 p.m.

ଅର୍ଗସ ବ୍ୟୁରୋ: ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ସମୟରୁ ବୌଦ୍ଧ ଧର୍ମର ପ୍ରଭାବ ଓ କାଶ୍ମୀରରେ ଥିବା ହିନ୍ଦୁ ଜାତି ତଥା ଏହାର ଚଳପ୍ରଚଳ ସାରା ପୃଥିବୀକୁ ପ୍ରଭାବିତ କରିଥିଲା ଯେଉଁଥିପାଇଁ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକେ କାଶ୍ମୀରକୁ ଜ୍ଞାନ ଅର୍ଜନ ପାଇଁ ଆସୁଥିଲେ। ସମୟାନୁକ୍ରମେ କାଶ୍ମୀରରେ ଏକ ହିନ୍ଦୁ ଜନବସତି ଗଢିଉଠିଥିଲା ଓ ସେମାନେ କାଶ୍ମୀର ପଣ୍ଡିତ ସମ୍ପ୍ରଦାୟ ରୂପରେ ସାରା ବିଶ୍ବରେ ପରିଚିତ ହେଲେ। ହେଲେ ସେଠାରେ ୧୯୮୩ ରୁ ୧୯୯୦ ଅର୍ଥାତ ସେହି ୭ ବର୍ଷ ଭିତରେ ଏପରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲା ଯେ ଧୀରେ ଧୀରେ କାଶ୍ମୀର ପଣ୍ଡିତଙ୍କ ସଂଖ୍ୟା କମିବାରେ ଲାଗିଲା ଆଉ ଲୋକଙ୍କ ମନରୁ ବି କାଶ୍ମୀର ପଣ୍ଡିତଙ୍କ ଶବ୍ଦ ଲିଭିବାକୁ ଲାଗିଲା । ହେଲେ ୨୦୨୧ରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦି କାଶ୍ମୀର ଫାଇଲ୍ସ'ସାରା ଦେଶରେ ହଲଚଲ ମଚାଇଦେଇଥିଲା। କାରଣ ଫିଲ୍ମରେ ଥିଲା ୧୯୯୦ ଦଶକର କାଶ୍ମୀର ବିଦ୍ରୋହ ନାଁ ରେ କାଶ୍ମୀରୀ ହିନ୍ଦୁମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଏବଂ ହତ୍ୟାକାଣ୍ଡର ଲୋମହର୍ଷକ ଘଟଣା ଉପରେ ସତ୍ୟ କାହାଣୀ । 

 

କିଏ ଏହି କାଶ୍ମୀର ପଣ୍ଡିତ ?
କାଶ୍ମୀର ପଣ୍ଡିତ ହେଉଛନ୍ତି ଏକ ହିନ୍ଦୁ ବ୍ରାହ୍ମଣ ସମ୍ପ୍ରଦାୟ ଯେଉଁମାନେ କି ବହୁ ପୁରାତନ କାଳରୁ କାଶ୍ମୀର ଉପତ୍ୟକାରେ ବସବାସ କରିଆସୁଛନ୍ତି। କାଶ୍ମୀରରେ ସେମାନଙ୍କର ଉପସ୍ଥିତି ପ୍ରାଚୀନ କାଳରୁ ଅନୁସନ୍ଧାନ କରାଯାଇଛି ଯାହାର ଏକ ଉଦାହରଣ ହେଉଛି ଦ୍ୱାଦଶ ଶତାବ୍ଦୀରେ କଲହାନାଙ୍କ ଦ୍ୱାରା ଲିଖିତ ଏକ ସଂସ୍କୃତ ଗ୍ରନ୍ଥ ରାଜତରଙ୍ଗୀନି । ଯେଉଁଥିରୁ ପ୍ରମାଣ ହୁଏ କି କାଶ୍ମୀର ପଣ୍ଡିତଙ୍କ ଉତ୍ପତ୍ତି ବହୁ ପୁରୁଣା। କାଶ୍ମୀର ପଣ୍ଡିତ ମାନେ ହେଉଛନ୍ତି ଶୈବ ଧର୍ମ ସମ୍ପ୍ରଦାୟର ଯେଉଁମାନେ କି ବିଶେଷ ଭାବରେ ଭଗବାନ ଶିବଙ୍କୁ ପୂଜା କରିଥାନ୍ତି। ପ୍ରାଚୀନ କାଶ୍ମୀରୀ ସଂସ୍କୃତି ହିନ୍ଦୁ ଧର୍ମ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲା। ହିନ୍ଦୁ ଫିଲୋସୋଫି ଏବଂ ଲିଟେରେଚରରେ ଏମାନଙ୍କର ବିଶେଷ ଅବଦାନ ରହିଛି।

ଚତୁର୍ଦ୍ଦଶ ଶତାବ୍ଦୀରେ କାଶ୍ମୀର ମୁସଲମାନ ଶାସନ ଅଧୀନରେ ଆସିଥିଲା। ସେହି ସମୟରେ ଯେଉଁସବୁ ପଣ୍ଡିତ କାଶ୍ମୀର ଛାଡିକି ଚାଲିଯାଇଥିଲେ ଏବଂ ପରେ ଫେରି ମଧ୍ୟ ଆସିଥିଲେ ତାଙ୍କୁ କୁହାଯାଏ ବନମାସି। କାଶ୍ମୀର ପଣ୍ଡିତଙ୍କ ଉପରେ ଏହା ପ୍ରଥମ ଏକ୍ସୋଡସ ହୋଇଥିଲା ବା ଆଟାକ୍ ହୋଇଥିଲା। ଏକ୍ସୋଡସର ଅର୍ଥ ହେଉଛି ଏକାସମୟରେ ବହୁ ସଂଖ୍ୟାରେ ଲୋକ ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ସ୍ଥାନାନ୍ତରଣ ହେବା। ଯେଉଁମାନେ ନଯାଇ ଯେଠାରେ ସ୍ଥିର ହୋଇ ରହିଲେ ସେମାନଙ୍କୁ କୁହାଯାଏ ମଲମାସି । ତୃତୀୟ ହେଉଛନ୍ତି ବୁହେର ପଣ୍ଡିତ ଯେଉଁମାନେ ବ୍ୟାପାର କରିଥାନ୍ତି।

୧୯୮୩ ରୁ ୧୯୯୦ ମଧ୍ୟରେ ଏମିତି କଣ ହେଲା?
ଶେଖ୍ ଅବଦୁଲ୍ଲାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଫାରୁଖ ଅବଦୁଲ୍ଲା ଜାମ୍ମୁ ଏବଂ କାଶ୍ମୀରର ମୁଖ୍ୟମନ୍ତ୍ରୀ ହେଲେ। ପରେ ୧୯୮୩ରେ ଆଉ ଥରେ ଇଲେକସନ ହେଲା ଯେଉଁଥିରେ ଫାରୁଖ ଅବଦୁଲ୍ଲା କଂଗ୍ରେସ ସହିତ ମିଶି ସରକାର ବନେଇଲେ ଏବଂ ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ।ଫାରୁଖ ଅବଦୁଲ୍ଲା ଯେଉଁଆଡେ ବି ଯାଉଥିଲେ ସେମାନଙ୍କ ସପକ୍ଷରେ କହୁଥିଲେ ଯେମିତି କି ଯଦି ସିଏ ଦିଲ୍ଲୀ ଯାଉଥିଲେ ତାହେଲେ କହୁଥିଲେ କାଶ୍ମୀର ଭାରତର,ପାକିସ୍ଥାନ ଯାଉଥିଲେ ତ ତା ସପକ୍ଷରେ କହୁଥିଲେ ଆଉ ଯେତେବେଳେ କାଶ୍ମୀରରେ ରହୁଥିଲେ ସେଠାରେ ଯେଉଁ ସେପାରିଷ୍ଟ ଥିଲେ ତାଙ୍କ କଥା କହୁଥିଲେ। ଏହାଦ୍ବାରା ସମସ୍ତଙ୍କୁ ଲାଗୁଥିଲା କି ଆମ ସପକ୍ଷରେ କହୁଛନ୍ତି।ଫାରୁଖ ଅବଦୁଲ୍ଲାଙ୍କ ପାର୍ଟିର ନାଁ ଥିଲା ନ୍ୟାସନାଲ କଂଗ୍ରେସ। ନିଜ ପାର୍ଟିରେ ହିଁ ତାଙ୍କ ଶଳା ଥିଲେ ଗୁଲାମ ମହମ୍ମଦ ଶାହ, ତାଙ୍କର ମୁଖ୍ୟମନ୍ତ୍ରୀ ହେବାକୁ ବହୁତ ଇଛା ଥିଲା ଏବଂ କଂଗ୍ରେସ ମଧ୍ୟ ଏହା ଜାଣିଥିଲା ।

ଗୁଲାମ ମହମ୍ମଦଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖାଗଲା ଏବଂ ଗୁଲାମ ମହମ୍ମଦ ନ୍ୟାସନାଲ କନଫରେନ୍ସର ଏମଏଲଏକୁ ଭାଙ୍ଗି ଏକ ନୂଆ ପାର୍ଟି ବନାଇଲେ ଆୱାମୀ ନ୍ୟାସନାଲ କନଫରେନ୍ସ। କଂଗ୍ରେସ ଫାରୁଖ ଅବଦୁଲ୍ଲାଙ୍କ ସହିତ ଭାଙ୍ଗି ଗୁଲାମ ମହମ୍ମଦଙ୍କ ସହିତ ମିଶି ଏକ ସରକାର ବନାଇଲେ ଏବଂ ଗୁଲାମ ମହମ୍ମଦଙ୍କୁ ସିଏମ୍ ବନାଇଦେଲେ।

କଂଗ୍ରେସ ଏମିତି କାହିଁକି କଲା? ଫାରୁଖ ଅବଦୁଲ୍ଲା ସମ୍ପୂର୍ଣ୍ଣ ଭାବରେ କଂଗ୍ରେସ ଅଣ୍ଡରରେ ନଥିଲେ। ସେ ସବୁ ପକ୍ଷର କଥା କହୁଥିଲେ। କଂଗ୍ରେସ ଭାବିଥିଲା ଏମିତି ଜଣେ ସିଏମ୍ ହେବା ଦରକାର ଯିଏ ତାଙ୍କ ହିସାବରେ ଚାଲିବ ସେଥିପାଇଁ ସେମାନେ ଗୁଲାମ ମହମ୍ମଦକୁ ସିଏମ୍ ବନାଇଦେଲେ। ଯାହା କଂଗ୍ରେସର ବହୁତ ବଡ ଭୁଲ ଥିଲା। ଗୁଲାମ ମହମ୍ମଦ ସିଏମ୍ ହେବା ପରେ କଂଗ୍ରେସ ହିସାବରେ ଚାଲିବା ତ ବହୁତ ଦୂରର କଥା ଧର୍ମ ବିରୋଧି କଥା କହିବା ଆରମ୍ଭ କରିଦେଲେ। ସେପାରିଷ୍ଟଙ୍କୁ ସପୋର୍ଟ କରିବା ଆରମ୍ଭ କଲେ। ସେପାରିଷ୍ଟ ସେହିମାନେ ଯେଉଁମାନେ ଚାହୁଁଥିଲେ କି କାଶ୍ମୀର ଏକ ଅଲଗା ଦେଶ ହେଉ। କିଏ ଚାହୁଥିଲା କାଶ୍କୀର ଭାରତରୁ ଅଲଗା ହୋଇ ପାକିସ୍ଥାନ ସହିତ ମିଶିଯାଉ। ତ ଆଉ କିଏ ଚାହୁଁଥିଲା ଭାରତ ପାକିସ୍ଥାନ ଦୁଇଟି ଦେଶରୁ ଅଲଗା ହୋଇ ନୂଆ ଦେଶ ହେଉ।

ଅନେକ ସେପାରିଷ୍ଟ ଗ୍ରୁପ ଥିଲେ କିନ୍ତୁ ଏହି ୩ଟି ସକ୍ରିୟ ଥିଲେ ସେଗୁଡିକ ହେଉଛି JKLF( jammu and kashmir liberation front),  Hizbul Mujahideen ଏବଂ All party hurriyat conference. JKLFର କହିବା ଅନୁଯାୟୀ ଆମେ ଶସ୍ତ୍ର ଉଠାଇ ସ୍ବାଧୀନତା ନେବୁ , ନାଁ ଆମେ ଭାରତରେ ମିଶିବୁ ନାଁ ପାକିସ୍ଥାନରେ। ଯଦି ଏମାନଙ୍କୁ ପଚରାଯାଏ କି ସ୍ବାଧୀନତା ମିଳିଲା ପରେ ଦେଶ କେମିତି ଚଲାଇବ ? ପ୍ରତିରକ୍ଷା କ’ଣ ହେବ? ଅର୍ଥ ପରିଚାଳନା କେମିତି ହେବ? ଆମଦାନୀ ରପ୍ତାନୀ କେମିତି ହେବ? ଏହିସବୁର ଉତ୍ତର ସେମାନଙ୍କ ପାଖେ ନଥିଲା।

ଯେଉଁ ବି ବିଶେଷଜ୍ଞଙ୍କୁ ପଚାର ଏହିଭଳି ଭୌଗଳିକ ଅଞ୍ଚଳରେ କୌଣସି ବି ଦେଶର ସ୍ବାଧୀନ ରହିବା ସମ୍ଭବ ହିଁ ନୁହେଁ। ସେପଟେ ହିଜବୁଲ ମୁଜାହିଦିନର କହିବା ଅନୁଯାୟୀ ଆମେ ଭାରତରୁ ଅଲଗା ହୋଇ ପାକିସ୍ଥାନରେ ମିଶିବୁ। ଏଥିରୁ ଜଣାପଡେ ଏହା ପାକିସ୍ତାନୀ ସମର୍ଥିତ ସଂଗଠନ ଅଟେ। ଅନ୍ୟପଟେ ହୁରିଅତ୍ ର କହିବା ଅନୁଯାୟୀ ଆମକୁ ନା ପାକିସ୍ଥାନକୁ ଯିବାର ଅଛି ଆଉ ନାହିଁ ଭାରତକୁ ଯିବାର ଅଛି ଆମକୁ କଥାବାର୍ତ୍ତା ହୋଇ ଏହାର ସମାଧାନ କରିବାର ଅଛି, ଆମେ ଅସ୍ତ୍ର ଉଠାଇବୁନାହିଁ। କଂଗ୍ରେସ ହିସାବରେ ନଯାଇ ଗୁଲାମ ମହମ୍ମଦ ମୁସଲମାନଙ୍କୁ ଏହା ବୁଝାଇବାରେ ଲାଗିଲେ କି କାଶ୍ମୀର ପଣ୍ଡିତଙ୍କ ସଂଖ୍ୟା ଏତେ କମ୍ ତାପରେ ବି ଜଜ୍ , ଲୟର , ପ୍ରଫେସର ସବୁ ପୋଷ୍ଟରେ ଏମାନେ ଅଛନ୍ତି। ଏହା ସତ କି କାଶ୍ମୀର ପଣ୍ଡିତମାନେ ଶିକ୍ଷିତ ଅଟନ୍ତି। ମୁସଲମାନଙ୍କ ଆକ୍ରମଣ ସମୟରେ ବି କାଶ୍ମୀର ପଣ୍ଡିତଙ୍କୁ ନିଜ ପ୍ରଶାସନରେ ରଖାଯାଉଥିଲା। ସମାନ ସମୟରେ ୧୯୮୬ରେ କଂଗ୍ରେସ ଅଯୋଧ୍ୟାରେ ବାବ୍ରି ମସଜିଦର ତାଲା ଖୋଲିଦେଲା ଯାହାଦ୍ବାରା ହିନ୍ଦୁ ଯାଇକି ସେଠାରେ ପୂଜା କରିପାରିବେ। ଏହାଦ୍ବାରା କାଶ୍ମୀରରେ ଦଙ୍ଗା ଆହୁରି ବଢିଗଲା।

ଗୁଲାମ ମହମ୍ମଦ ତ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ଆଉ ହେଲେବି ତାପରେ ବି ସିଏ ଏହିସବୁ ଧର୍ମ ବିରୋଧୀ କାମ କାହିଁକି କରୁଥିଲେ? ଏହା ପଛର ରହସ୍ୟ ହେଉଛି ସିଏ ମୁଖ୍ୟମନ୍ତ୍ରୀ ତ ହେବାକୁ ଚାହୁଁଥିଲେ କିନ୍ତୁ ସବୁଦିନ ପାଇଁ ହେବାକୁ ଚାହୁଁଥିଲେ ଆଉ ସିଏ ଜାଣିଥିଲେ କାଶ୍ମୀରରେ ମୁସଲମାନଙ୍କ ସଂଖ୍ୟା ଅଧିକ ସେଥିପାଇଁ ତେଣୁ କଂଗ୍ରେସ ରହୁ ନରହୁ, ମୁସଲମାନଙ୍କ ସପକ୍ଷରେ ଗଲେ ସିଏ ଜିତିବେ। ଗୁଲାମ ମହମ୍ମଦ ଥରେ କହିଲେ ଜାମ୍ମୁ ସିଭିଲ ସଚିବାଳୟ ସ୍ଥାନରେ ଥିବା ମନ୍ଦିରକୁ ଭାଙ୍ଗି ମସଜିଦ୍ କରିବା ପାଇଁ ଯେଉଁଥିପାଇଁ କାଶ୍ମୀର ହିନ୍ଦୁ ଧାରଣାରେ ବସିଲେ ଏବଂ ଏହା ଏତେ ବଢିଗଲା କି ଦଙ୍ଗା ହୋଇଗଲା। ଦ୍ବିତୀୟ ଥର କାଶ୍ମୀର ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଥିଲା। ଏବଂ କାଶ୍ମୀର ହିନ୍ଦୁଙ୍କୁ ନେଇ ପ୍ରଶ୍ନ ଉଠିଲା। ପରେ କଂଗ୍ରେସକୁ ନିଜ ଭୁଲର ଅନୁତାପ ହେଲା ଏବଂ ୬ ମାର୍ଚ୍ଚ ୧୯୮୬ କୁ ଗୁଲାମ ମହମ୍ମଦଙ୍କୁ ହଟାଇ ଗଭର୍ନର ରୁଲ ଲଗାଯାଇଥିଲା। ସେହି ସମୟରେ ଗଭର୍ନର ଜଗମୋହନ ଥିଲେ। ୧୯୮୪ ରୁ ୧୯୮୯ ପର୍ଯ୍ୟନ୍ତ ସିଏ ଗଭର୍ନର ଥିଲେ। ସରକାର ଯାହା କହୁଥିଲା ସିଏ କରୁଥିଲେ। ଆଗକୁ ଯାଇ ସିଏ ବିଜେପିରେ ଯୋଗ ଦେଲେ । ଗୁଲାମ ମହମ୍ମଦଙ୍କୁ ହଟାଇବା ପରେ ହିଂସା ଆହୁରି ବଢିଯାଇଥିଲା। ସବୁ ସେପାରିଷ୍ଟ ଏକାଠି ହୋଇ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଲେ। ସେମାନେ ନିଜର ଏକ ପାଟିଁ କଲେ MUF( muslim united front) । ୧୯୮୭ ରେ ଲୟୁଏଫ ଠିଆହେଲା। ଏବଂ ଧର୍ମ ବିରୁଦ୍ଧରେ କହି ଅଧିକାଂଶ ଭୋଟ୍ ନିଜ ଅକ୍ତିଆରକୁ ନେଇଆସିଲା। ପାକିସ୍ଥାନ ଏହି ଦଳକୁ ସମର୍ଥନ କରୁଥିଲା। ଏହି muf ର ନେତା ବହୁତ ବଡ ଆତଙ୍କବାଦ ହେଲେ। ପରେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି କଂଗ୍ରେସ ଏବଂ ଫାରୁଖ ଅବଦୁଲ୍ଲା ଏକାଠି ହୋଇଗଲେ। ଆଉ ନିର୍ବାଚନରେ ଜିତିଲେ ମଧ୍ୟ। ଫାରୁଖ ଅବଦୁଲ୍ଲା ପୁଣିଥରେ ସିଏମ ହୋଇଗଲେ। ପରେ muf କହିଲା ତାଙ୍କ ସହିତ ଧୋକା ହୋଇଛି। ଇଲେକସନର ଯେଉଁ ପ୍ରମାଣ ସାମନାକୁ ଆସିଲା ଯାହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଗଲା।

ଫାରୁଖ ଅବଦୁଲ୍ଲା ଯେଉଁଠାରୁ ଠିଆ ହୋଇଥିଲେ ସେଠି ନିର୍ବାଚନ ଫଳାଫଳ ୩ ଘଣ୍ଟା ଭିତରେ ପଳାଇଆସିଥିଲା କିନ୍ତୁ muf ଯେଉଁଠାରୁ ଠିଆ ହୋଇଥିଲା ସେଠି ବହୁତ ସମୟ ଲାଗିଥିଲା। ପରେ କଂଗ୍ରେସର ଲିଡର ନିଜେ ଆକ୍ସେପ୍ଟ କଲେ କି ଭୋଟିଙ୍ଗରେ ଗଡବଡ ହୋଇଛି। ପରେ ଫାରୁଖ ଅବଦୁଲ୍ଲା ବି ଗ୍ରହଣ କରିଦେଲେ। muf ବିରୋଦ୍ଧ କରିବାରୁ ତାର ଲିଡରଙ୍କୁ ଜେଲ ପଠାଇଦିଆଗଲା। ଏହିସବୁ ଦେଖି ଲୋକମାନେ ସରକାରଙ୍କୁ ବିରୋଧ କଲେ ଏବଂ ସେପାରିଷ୍ଟଙ୍କୁ ସପୋର୍ଟ କଲେ। ପରେ ସବୁ ସେପାରିଷ୍ଟ ଏକାଠି ହୋଇ ସରକାର ବିରୁଦ୍ଧରେ ଅସ୍ତ୍ର ଉଠାଇଲେ। jklf ପୂରା ସକ୍ରିୟ ହୋଇଗଲା ଏବଂ ଯେତେସବୁ ଯୁବ ପାକିସ୍ଥାନୀ ଥିଲେ ସେମାନଙ୍କୁ ପାକିସ୍ଥାନକୁ ଟ୍ରେନିଙ୍ଗ ପାଇଁ ପଠାଇଦେଲା । muf ର ସବୁ ନେତା ଆତଙ୍କବାଦ ହୋଇଗଲେ , ତାଙ୍କ ମେନ ଲିଡର ସଇଦ ସଲାଉଦ୍ଦିନ ହିଜବୁଲ ମୁଜାହିଦିନର ମୁଖ୍ୟ କମାଣ୍ଡର ହେଲେ। ସେହି ସମୟରେ ରୁଷିଆକୁ ଆଫଗାନିସ୍ଥାନ ହରାଇଥଲା ଆଉ ଏହା ଏଥିପାଇଁ ହେଲା କାରଣ ଆମେରିକା ଜିହାଦର ସାହାରା ନେଇ ପାକିସ୍ଥାନ ମାଧ୍ୟମରେ ଟ୍ରେନିଙ୍ଗ, ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ଆଫଗାନିସ୍ଥାନ ପହଁଞ୍ଚାଉଥିଲା। ଯେଉଁ ମଡେଲ ଆମେରକା ପାକିସ୍ଥାନକୁ ଆଫଗାନିସ୍ଥାନ ପାଇଁ ବୁଝାଇଥିଲା , ସେହି ସମାନ ମଡେଲ ପାକିସ୍ଥାନ ଭାରତ ପାଇଁ ବ୍ୟବହାର କଲା। ଯେଉଁ ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ଆମେରକାରୁ ଆସୁଥିଲା ତାହାର କିଛି ଭାଗ ଏମାନେ କାଶ୍ମୀରକୁ ବି ପଠାଇଲେ। ପାକିସ୍ଥାନ କାଶ୍ମୀରକୁ ଏହା ବୁଝାଉଥିଲା କି ଯଦି ରୁଷିଆ ଭଳି ଶକ୍ତିଶାଳୀ ଦେଶକୁ ହରାଯାଇପାରୁଛି ତାହେଲେ ଭାରତ କଣ।

ଏହା ହିଁ କାରଣ ଥିଲା କି କାଶ୍ମୀର ସେପାରେସନର ତ୍ରିରଙ୍ଗା ବଦଳରେ ଧର୍ମ ବିରୋଧି ଏବଂ ଇସଲାମିକ ତ୍ରିରଙ୍ଗା ଦେଖିବାକୁ ମିଳିଲା। ଭାରତ ବିରୁଦ୍ଧରେ ହେବା ବଦଳରେ ହିନ୍ଦୁଙ୍କ ବିରୁଦ୍ଧରେ ହୋଇଗଲେ। ପାକିସ୍ଥାନ jklf କୁ ଟଙ୍କା ଅସ୍ତ୍ରଶସ୍ତ୍ର ଏସବୁରେ ସମର୍ଥନ ଦେଲା। ଯିଏ ବି ଭାରତ ସହିତ ମିଶିବା ପାଇଁ କହୁଥିଲା ଏମାନେ ତାଙ୍କୁ ମାରିଦେଉଥିଲେ , ସିଏ ହିନ୍ଦୁ ହୁଅନ୍ତୁ କି ମୁସଲମାନ। ମୁସଲମାନ ଯଦି ଭାରତ ସପକ୍ଷରେ କହୁଥିଲେ ତାହେଲେ ତାଙ୍କୁ ମାରଦିଆଯାଉଥିଲା କିନ୍ତୁ କାଶ୍ମୀର ପଣ୍ଡିତ ମାନେ ତ ସିଏ ସ୍ବଭାବିକ ଭାରତ ସପକ୍ଷରେ ହି ଥିବେ ସେଥିପାଇଁ ତାଙ୍କ ପାଖରେ ମରିବା ଛଡା ଆଉ କିଛି ଉପାୟ ନଥିଲା। ତେବେ ଏବେ ପ୍ରଶ୍ନ ହେଉଛି jklf କାଶ୍ମୀରକୁ ନା ଭାରତରେ ମିଶେଇବାକୁ ଚାହୁଁଥିଲା ଆଉ ନା ପାକିସ୍ଥାନରେ , କିନ୍ତୁ ତାପରେ ବି ପାକିସ୍ଥାନ ସେମାନଙ୍କୁ କାହିଁକି ସପୋର୍ଟ କରୁଥିଲା? jklf କୁ ବି ପାକିସ୍ଥାନ ବ୍ୟବହାର କଲା, ତାଙ୍କ ଫଣ୍ଡିଙ୍ଗ ବନ୍ଦ କରିଦେଲା ଏବଂ ଆଉ ଏକ ନୂଆ ସଙ୍ଗଠନ କଲା hizbul mujahideen ଯାହାର ଏକମାତ୍ର ଉଦେଶ୍ୟ ଥିଲା କାଶ୍ମୀରକୁ ପାକିସ୍ଥାନରେ ମିଶାଇବା।
ପରେ ଯେଉଁ ପଣ୍ଡିତ ମାନେ ଉଚ୍ଚ ପଦବୀରେ ଥିବେ ଏବଂ ଲୋକପ୍ରିୟ ଥିଲେ ସେମାନଙ୍କର ହତ୍ୟା କରାଗଲା ଯାହାଦ୍ବାରା ଲୋକଙ୍କ ଭିତରେ ଭୟ ଆହୁରି ବଢିଯାଉ।
୧୯୮୯ ସେପ୍ଟେମ୍ବରରେ ପଣ୍ଡିତ ଟିକା ଲାଲ ଟପଲୁଙ୍କର ହତ୍ୟା କରିଦିଆଗଲା ଯିଏ କି ବିଜେପିର ଜଣେ ଫେମସ ଲିଡର ଥିଲେ। ଅକ୍ଟୋବରରେ ନିଲକାନ୍ତ ଗଞ୍ଜୁଙ୍କୁ ମରାଗଲା ଯିଏ କି ଜଣେ ଅବସରପ୍ରାପ୍ତ ବିଚାରପତି ଥିଲେ। ୮ ଅକ୍ଟୋବରକୁ ଭାରତର ଗୃହମନ୍ତ୍ରୀଙ୍କ ଝିଅକୁ ଅପହରଣ କରିଦେଲେ। ପରେ ସେମାନେ ମାସ୍କ ପିନ୍ଧି AK 47 ହାତରେ ଧରି ପଦଯାତ୍ରାରେ ବାହାରିପଡିଲେ ,ରଲିଫ ସଲିଫ ଗଲିଫର ନାରା ଲଗାଇଲେ। ପୋଲିସ ଏମାନଙ୍କୁ ଦେଖି ଲୁଚିଯାଉଥିଲା। ମୁଖ୍ୟ ପଣ୍ଡିତଙ୍କୁ ମାରିବା ପାଇଁ ଧମକ ଦିଆଯାଉଥିଲା।

୧୯ ଜାନୁଆରୀକୁ ଜଗମୋହନଙ୍କୁ ରାଜ୍ୟପାଳ କରି ଜାମ୍ମୁ ଏବଂ କାଶ୍ମୀର ପଠାଗଲା। ଆଉ ସେହି ସମାନ ଦିନ ହିଁ ଫାରୁଖ ଅବଦୁଲ୍ଲା ରେଜିଗନେସନ ଦେଇଦେଲେ। ଏହି ସମୟରେ କାଶ୍ମୀରରେ କେହି ସରକାର ନଥିଲେ। କାଶ୍ମୀର ପଣ୍ଡିତଙ୍କୁ ଭ୍ୟାଲିରେ ମରିବା ପାଇଁ ଛାଡିଦେଇଥିଲେ। ୧୯ ତାରିଖ ଦିନ ଅତ୍ୟାଚାର ଏତେ ବଢିଗଲା କି ନିଜର ସବୁ ଜମାପୁଞ୍ଜି ଛାଡି କାଶ୍ମୀର ପଣ୍ଡିତଙ୍କୁ ଯିବାକୁ ପଡିଲା। ୨୦ ଜାନୁଆରୀକୁ କାଶ୍ମୀର ହିନ୍ଦୁ ମାନେ ଭ୍ୟାଲି ଛାଡି କ୍ୟାମ୍ପରେ ରହିବାକୁ ଲାଗିଲେ। ଯେଉଁମାନଙ୍କ ପାଖରେ ଟଙ୍କା ଥିଲା ସିଏ ଚଳିଯାଉଥିଲେ କିନ୍ତୁ ଯେଉଁମାନେ ଗରିବ ଥିଲେ ସେମାନେ ୩୦ ବର୍ଷ ପର୍ଯ୍ୟନ୍ତ କାଶ୍ମୀର ଫେରିଯିବାକୁ ଅପେକ୍ଷା କରିଥିଲେ।

୨୧ ଜାନୁଆରୀରେ ବହୁସଂଖ୍ୟାରେ ମୁସଲମାନ ନାରା ଲଗାଇ ଗକଡଲ ବ୍ରିଜ ପାଖରେ ପହଁଞ୍ଚିଲେ ଆଉ ସେଠାରୁ ଲାଲ ଚୌକ ଆଡକୁ ଯାଉଥିଲେ , ସେମାନଙ୍କୁ ସିଆରପିଏଫ ଯବାନ ଅଟକାଇ ୱାରନିଙ୍ଗ୍ ବି ଦେଲେ କିନ୍ତୁ କଥା ଏତେ ଆଗକୁ ବଢିଗଲା କି ସେଠାରେ ଗୁଳି ବର୍ଷା ହେଲା। ବହୁସଂଖ୍ୟାରେ ମୁସଲମାନ ନିଜ ଜୀବନ ହାରିଲେ। କିଛି ମୁସଲମାନ ଚାହୁଁନଥିଲେ କି କାଶ୍ମୀର ପଣ୍ଡିତ ଭ୍ୟାଲି ଛାଡିକ ଯାଆନ୍ତୁ । ଶୁଣିବାକୁ ମିଳୁଥିଲା କି ଜଗମୋହନ କାଶ୍ମୀର ପଣ୍ଡିତଙ୍କୁ ଭ୍ୟାଲିରୁ ବାହାରକୁ ଯିବାରେ ସପୋର୍ଟ କରୁଥିଲେ। ତାଙ୍କ ସପକ୍ଷରେ ଥିବା ଲୋକ କହୁଥିଲେ ଯଦି ସେପରି କରିନଥାନ୍ତେ ତାହେଲେ ଆହୁରି ଜୀବନ ଯାଇଥାନ୍ତା।୨୬୦୦୦ ସୈନିକଙ୍କ ଜୀବନ ଗଲା କେବଳ କାଶ୍ମୀର ପାଇଁ। ୨୧୯ କାଶ୍ମୀର ପଣ୍ଡିତଙ୍କ ଜୀବନ ସୈନିକଙ୍କ ପାଇଁ ଗଲା। ୨୦୧୧ ର ରିପୋର୍ଟ ଅନୁଯାୟୀ ୧.୫୪ ଲକ୍ଷ କାଶ୍ମୀର ପଣ୍ଡିତ କାଶ୍ମୀର ଛାଡିଲେ। ୧୮,୭୩୫ ମୁସଲମାନ ବି କାଶ୍ମୀର ଛାଡିଲେ କାରଣ ସିଏ ଭାରତ ସପକ୍ଷରେ କହୁଥିଲେ।

ତେବେ ଏସବୁରେ ଭୁଲ କାହାର ଥିଲା? ସରକାର ଏବଂ ପ୍ରଶାସନର ଏହା ବହୁତ ବଡ ବିଫଳତା ଥିଲା। ଏଥିରୁ ଆପଣ ବୁଝିପାରୁଥିବେ କି ଯେତେବେଳେ ଆପଣ ଦୁର୍ବଳ ସରକାରକୁ ବାଛୁଛନ୍ତି ତାହାର କଣ ପରିଣତି ହୋଇପାରେ। 

ଅଧିକ ପଢନ୍ତୁ ଭାରତ ଖବର

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6